/odishatv-khabar/media/post_attachments/uploadimage/library/16_9/16_9_0/gold_rate_1751180766.jpg)
gold rate
ପ୍ରତିଦିନ ସୁନା ଦରରେ ପରିବର୍ତ୍ତନ ହୋଇଥାଏ । କେତେବେଳେ ସୁନା ଦର ବଢିଥାଏ ତ କେତେବେଳେ କମିଥାଏ । ହେଲେ ଗତ ଦୁଇ ଦିନ ଧରି ସୁନା ଦର ଅପରିବର୍ତ୍ତିତ ରହିଛି । ଯାହା ଫଳରେ ସୁନା କିଣୁବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଏହା ଏକ ଖୁସି ଖବର । ତେବେ ଆସନ୍ତୁ ଜାଣିବା ସୁନା, ରୂପାର ଦର ବିଷୟରେ ।
ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୯୭,୪୨୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୮୯,୩ ୦୦ଟଙ୍କା ଏବଂ ୧୮ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୭୩,୦୭୦ ଟଙ୍କା ରହିଛି ।
ସେହିପରି ରୂପା ଦର ମଧ୍ୟ ଅପରିବର୍ତ୍ତିତ ରହିଛି । ଭୁବନେଶ୍ବରରେ ରୂପା ଦର ୧ କେଜି ପିଛା ୧,୧୭,୮୦୦ ଟଙ୍କା ରହିଛି ।
କିଛି ଜାଣିବା କଥା:
ସବୁବେଳେ ସୁନାର ଦାମ୍ ବୃଦ୍ଧି ଓ ହ୍ରାସ ପାଇଥାଏ । ନିୟମିତ ସୁନାର ଦାମ୍ ଚେକ୍ କରନ୍ତୁ ଯାହାଦ୍ୱାରା ଆପଣ ସୁନାର ଦାମ୍ ହ୍ରାସ ବେଳେ ଗହଣା କିଣିପାରିବେ । ସୁନା କିଣିବା ବେଳେ ହଲ୍ମାର୍କ ଦେଖି ସୁନା କିଣନ୍ତୁ । ସୁନା କିଣିବା ବେଳେ ମେକିଂ ଚାର୍ଜ ଉପରେ ଧ୍ୟାନ ଦିଅନ୍ତୁ ।
କେମିତି ଜାଣିବେ ସୁନାର ଶୁଦ୍ଧତା ? ଜାଣନ୍ତୁ...
ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଆପଣ ‘BIS Care app’ରେ ଯାଞ୍ଚ କରିପାରିବେ । ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)