Advertisment

Saradhabali Stampede: ଶରଧାବାଲି ଅଘଟଣ: କ୍ଷମା ପ୍ରାର୍ଥନା କଲେ ମୁଖ୍ୟମନ୍ତ୍ରୀ; କହିଲେ, ଏଭଳି ଅବହେଳା ଅକ୍ଷମଣୀୟ

ଏହି ଅଘଟଣ ପରେ ଜଗନ୍ନାଥପ୍ରେମୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଁ ଏବଂ ମୋ ସରକାର ସମସ୍ତ ନିକଟରେ କ୍ଷମା ପ୍ରାର୍ଥନା କରୁଛୁ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
undefined

କ୍ଷମା ମାଗିଲେ CM

ପୁରୀ ଅଘଟଣ ନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ଅବହେଳା ଅକ୍ଷମଣୀୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ସୁରକ୍ଷା ଅବହେଳାର ତୁରନ୍ତ ତଦନ୍ତ କରାଯିବ । ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ । ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Advertisment

ସେହିପରି ଏହି ଅଘଟଣ ପରେ ଜଗନ୍ନାଥପ୍ରେମୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଁ ଏବଂ ମୋ ସରକାର ସମସ୍ତ ନିକଟରେ କ୍ଷମା ପ୍ରାର୍ଥନା କରୁଛୁ । ଯେଉଁ ଭକ୍ତମାନଙ୍କର ଜୀବନଦୀପ ଶରଧାବାଲିରେ ଲିଭିଯାଇଛି ସେମାନଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଏହି ଭଳି ଏକ ଦାରୁଣ ଦୁଃଖକୁ ସହିବା ନିମନ୍ତେ ଶକ୍ତି ଦେବାପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ବୋଲି ସେ କହିଛନ୍ତି ।

Advertisment

ସୂଚନା ଅନୁସାରେ, ଆଜି ପୁରୀ ଶରଧାବାଲିରେ ଠେଲାପେଲାରେ ୩ ଜଣ ଭକ୍ତଙ୍କର ମୃତ୍ୟୁ ହୋଇଛି। ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଭୋରରେ ହୋଇଥିଲା ଠେଲାପେଲା ସ୍ଥିତି। ରବିବାର ଥିବାରୁ ରାତିରୁ ଭକ୍ତଙ୍କ ପ୍ରବଳ ଗହଳି ଲାଗିଥିଲା। ଭୋର୍ ୪ଟାରେ ଅଘଟଣ ଘଟିଥିଲା। ଦର୍ଶନ ପାଇଁ ଅତ୍ୟଧିକ ଭିଡ଼ ଥିବାବେଳେ ଠେଲାପେଲାରେ ୨ ମହିଳା ଭକ୍ତ ଓ ଜଣେ ପୁରୁଷ ଭକ୍ତଙ୍କ ମୃତ୍ୟୁ ଘଟିଛି। ୩ ମୃତକ ହେଲେ ପ୍ରଭାତୀ ଦାସ, ବାସନ୍ତୀ ସାହୁ ଏବଂ ପ୍ରେମକାନ୍ତ ମହାନ୍ତି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା, ଭିଡ଼ ଭିତରେ ଚାରମାଳ ବୋଝେଇ ୨ଟି ଟ୍ରକ ପଶିବାରୁ ଆରମ୍ଭ ହୋଇଥିଲା ଠେଲାପେଲା। ଏହାପରେ ଅଘଟଣ ଘଟିଥିବା ଅଭିଯୋଗ ହେଉଛି। ସୂଚନା ମୁତାବକ, ରାତି ସାଢେ ୧୨ଟାରେ ମହାପ୍ରଭୁଙ୍କ ପହୁଡ଼ ହୋଇଥିଲା। ଭୋର୍ ୩ଟା ୪୫ରେ ପହୁଡ଼ ଖୋଲିଥିଲା। ମହାପ୍ରଭୁଙ୍କ ଦର୍ଶନ ପାଇଁ ଶରଧାବାଲିରେ ପ୍ରବଳ ଭିଡ଼ ଥିଲା। ତେବେ ଭିଡ଼ ନିୟନ୍ତ୍ରଣ ପାଇଁ ଘଟଣାସ୍ଥଳରେ କେହି ପୋଲିସ ଉପସ୍ଥିତ ନଥିଲେ ବୋଲି ଅଭିଯୋଗ କରିଛନ୍ତି ପ୍ରତ୍ୟକ୍ଷଦର୍ଶୀ ।

ଅଧିକ ପଢ଼ନ୍ତୁ: ପାଣି ଟୋପାଏ ଦେଲାନି ପୋଲିସ, ଛଟପଟ ହୋଇ ମରିଗଲା ମୋ ସ୍ତ୍ରୀ

Puri Mohan Majhi Stampede
Advertisment
Related Articles
Advertisment