Advertisment

AK-47 Security Jyoti Malhotra: ଜ୍ୟୋତିଙ୍କୁ ପାକିସ୍ତାନରେ ମିଳୁଥିଲା ହାଇ-ସିକ୍ୟୁରିଟି, ଚାରିପଟେ AK-47 ବନ୍ଧୁକ ଧରି ଦେଉଥିଲେ ସୁରକ୍ଷା

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି କି, ଜ୍ୟୋତି ମଲହୋତ୍ରା ପାକିସ୍ତାନର ବଜାରରେ ବୁଲୁଛନ୍ତି । କିନ୍ତୁ ଏଥିରେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଜ୍ୟୋତି ମଲହୋତ୍ରାଙ୍କ ସହିତ କିଛି ଅଙ୍ଗରକ୍ଷୀ ଅଛନ୍ତି ଯାହାଙ୍କ ପାଖରେ AK-47 ଅଛି।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
ଜ୍ୟୋତିଙ୍କୁ ମିଳୁଥିଲା ବନ୍ଧୁକଧାରୀଙ୍କ ସୁରକ୍ଷା

ଜ୍ୟୋତିଙ୍କୁ ମିଳୁଥିଲା ବନ୍ଧୁକଧାରୀଙ୍କ ସୁରକ୍ଷା

ପାକିସ୍ତାନ ପାଇଁ ଗୁପ୍ତଚରୀ ଅଭିଯୋଗରେ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ପୋଲିସ ଗିରଫ କରିଛି । ଜ୍ୟୋତିଙ୍କୁ ଗିରଫ ପରେ ପୋଲିସ ଓ ବିଭିନ୍ନ ଏଜେନ୍ସି ପକ୍ଷରୁ ପଚରାଉଚରା ଜାରି ରହିଛି । ତେବେ ଏହାରି ମଧ୍ୟରେ ପ୍ରତ୍ୟେକ ଦିନ ଜ୍ୟୋତିଙ୍କୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏବେ ଜ୍ୟୋତିଙ୍କୁ ନେଇ ଆଉ ଏକ ନୂଆ ଭିଡିଓ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦେଖିବାକୁ ମିଳୁଛି କି ଜ୍ୟୋତି ମଲହୋତ୍ରାଙ୍କୁ ପାକିସ୍ତାନରେ AK-47 ଧରିଥିବା ବନ୍ଧୁକଧାରୀ ସୁରକ୍ଷା ଦେଉଛନ୍ତି । ଜ୍ୟୋତି ପାକିସ୍ତାନରେ ବୁଲିବା ସମୟରେ କିଛି ସୁରକ୍ଷାକର୍ମୀ AK-47 ବନ୍ଧୁକ ଧରି ସୁରକ୍ଷା ଦେଉଥିବାର ଦେଖିବାକୁ ମିଳୁଛି । ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓଟି ଜଣେ ଇଂରାଜୀ ବ୍ଲଗରଙ୍କ ଦ୍ୱାରା ସୁଟ୍ କରାଯାଇଛି ଯାହା ଏବେ ଭାଇରାଲ ହେବାରେ ଲାଗିଛି ।

Advertisment

ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି କି, ଜ୍ୟୋତି ମଲହୋତ୍ରା ପାକିସ୍ତାନର ବଜାରରେ ବୁଲୁଛନ୍ତି । କିନ୍ତୁ ଏଥିରେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଜ୍ୟୋତି ମାଲହୋତ୍ରାଙ୍କ ସହିତ କିଛି ଅଙ୍ଗରକ୍ଷୀ ଅଛନ୍ତି ଯାହାଙ୍କ ପାଖରେ AK-47 ଅଛି। ଯେତେବେଳେ ସ୍କଟଲ୍ୟାଣ୍ଡର ଜଣେ ବ୍ଲଗର ଓ ଜ୍ୟୋତି ମାଲହୋତ୍ରାଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା, ଯାହା ପରେ ଜ୍ୟୋତି ମଲହୋତ୍ରା ତାଙ୍କୁ କହିଥିଲା ଯେ ସେ ଭାରତରୁ ଆସିଛନ୍ତି ଏବଂ ପାକିସ୍ତାନକୁ ବୁଲିବାକୁ ଆସିଛନ୍ତି। ଏହି ସମୟରେ, ଜ୍ୟୋତି ନିକଟରେ AK-47 ଧରି ବନ୍ଧୁକଧାରୀମାନଙ୍କୁ ଦେଖିବା ପରେ, ବିଦେଶୀ ପର୍ଯ୍ୟଟକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ସେହି ଭିଡିଓରେ ମଧ୍ୟ କହିଥିଲେ ଯେ ଏଠାରେ ଜଣେ ଭାରତୀୟ ନାଗରିକଙ୍କୁ ଏତେ ସୁରକ୍ଷା କାହିଁକି ଦିଆଯାଉଛି ।

Advertisment

ତେବେ ଏହି ଭିଡିଓଟି ଏବେ ସାମ୍ନାକୁ ଆସିବା ପରେ, ପ୍ରଶ୍ନ ଉଠୁଛି ଯେ ଜ୍ୟୋତି କେବଳ ଜଣେ ଟ୍ରାଭେଲ୍ ବ୍ଲଗର ନା ତା ପଛରେ ଅନ୍ୟ କୌଣସି ଏଜେଣ୍ଡା ଅଛି ? ସବୁଠୁ ବଡ଼ କଥା ହେଉଛି ଜ୍ୟୋତିଙ୍କୁ ପାକିସ୍ତାନରେ ଏତେ ହାଇ-ପ୍ରୋଫାଇଲ୍ ସୁରକ୍ଷାର ଆବଶ୍ୟକତା କାହିଁକି ପଡିଲା ? ତେବେ ଭିଡିଓରେ ଯେଉଁ ୬ ଜଣ ସୁରକ୍ଷା କର୍ମୀ AK-47 ବନ୍ଧୁକ ଧରି ଜ୍ୟୋତିଙ୍କୁ ସୁରକ୍ଷା ଦେଉଛନ୍ତି ସେମାନେ ବାସ୍ତବରେ ସରକାରୀ ସଂସ୍ଥାର ନା ଘରୋଇ ସୁରକ୍ଷାକର୍ମୀ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ ।

ଅଧିକ ପଢ଼ନ୍ତୁ: ୨୬୦୦ ଟଙ୍କା ପାଇଁ ଜେଜେ ମା’ଙ୍କ ଜୀବନ ନେଲା ନାବାଳକ ନାତି

Pakistan Jyoti Malhotra
Advertisment
Related Articles
Advertisment