/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748251721.jpg)
Grandson killed grandmother
ଦରକାର ଥିଲା ୨୬୦୦ ଟଙ୍କା । କିନ୍ତୁ ଗରିବ ଜେଜେ ମା’ଙ୍କ ପାଖରେ ଏତେ ପରିମାଣର ଟଙ୍କା ନଥିଲା । ତେଣୁ ରାଗରେ ଜର୍ଜରିତ ହୋଇ ମାତ୍ର ୨୬୦୦ ଟଙ୍କା ପାଇଁ ଜେଜେ ମା’ଙ୍କ ଜୀବନ ନେଲା ନାବାଳକ । ସନ୍ଦେହ ନ ହେବା ପାଇଁ ଜେଜେ ମା’ଙ୍କୁ ହତ୍ୟା କରି ରାତି ସାରା ତାଙ୍କ ପାଖରେ ଶୋଇଲା । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ସାମନାକୁ ଆସିଛି ଉତ୍ତରପ୍ରଦେଶର ମଲିହାବାଦର ମୁଜାସା ଗାଁରୁ । ମେ ୨୧/୨୨ ତାରିଖ ରାତିରେ ଏହି ଘଟଣା ଘଟିଛି ।
ହତ୍ୟାକାରୀ ନାବାଳକ ଅନୁତାପର ସହ ସ୍ୱୀକାର କରି କହିଛି, ୧୧ ବର୍ଷ ପୂର୍ବରୁ ତା ବାପା ରାହୁଲ ଓ ମାଆ ପ୍ରେମାଙ୍କର ମୃତ୍ୟୁ ହୋଇଯିବା ପରେ ଜଣେ ବିଧବା ମହିଳା ତାଙ୍କ ହେପାଜତ ପାଇଁ ଲକ୍ଷ୍ନୌ କୋର୍ଟର ଦ୍ୱାରସ୍ଥ ହୋଇଥିଲେ, ସେ ତାଙ୍କୁ ନିଜର ଭଳି ଲାଳନପାଳନ କରୁଥିଲେ । ଗରିବୀ ଭିତରେ ଥାଇ ବି ସେ ତାର ଦେଖାଶୁଣା କରୁଥିଲେ । ଯେଉଁ ହାତକୁ ଧରି ସେ ତାକୁ ଖୁଆଇ ପିଆଇ ବଡ କରିଥିଲେ, ସେହି ହାତରେ ହିଁ ସେ ତାଙ୍କୁ ଜୀବନରୁ ମାରି ଦେଇଥିଲା । ବର୍ଷ ବର୍ଷ ଧରି ଯେଉଁ ଯତ୍ନ ନେଇଥିଲେ, ସେ ସେଥିରେ ଅନ୍ତ ଘଟାଇ ଦେଇଥିଲା ।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଘଟଣା ଘଟିବାର ୪ ଦିନ ପୂର୍ବରୁ ନାବାଳକ ଜଣକ ତା’ର ଜେଜେ ରାଧେ ଶ୍ୟାମ (ସମ୍ପର୍କୀୟ)ଙ୍କ ଘରୁ ସବୁ ପୋଷାକ ଓ ଫରଫ୍ୟୁମ ସାଙ୍ଗରେ ଆଣି ବିଦ୍ୟାବତୀ ଦେବୀଙ୍କ ଘରକୁ ରହିବାକୁ ଆସିଲା ଓ କହିଲା ଯେ, ମୁଁ ଆଜିଠାରୁ ତୁମ ସହ ରହିବି । କିନ୍ତୁ ରହିବାର ଗୋଟିଏ ଦିନ ପରେ ନାବାଳକ ଜଣକ ପୋଷାକ ଓ ପରଫ୍ୟୁମ ପାଇଁ ୫୦୦ ଟଙ୍କା ଏବଂ ସ୍କୁଲ ଫି ପାଇଁ ୨୧୦୦ ଟଙ୍କା ମାଗିଥିଲା । କିନ୍ତୁ ବିଦ୍ୟାବତୀ ଏତେ ପରିମାଣର ଟଙ୍କା ପାଖରେ ନଥିବା କହିଥିଲେ । ଯାହା ଫଳରେ ନାବାଳକଟି ରାଗରେ ନିୟନ୍ତ୍ରଣ ହରାଇ ବସିଥିଲା । ରାଗରେ ଜର୍ଜରିତ ହୋଇ ସେ ତାଙ୍କୁ ପିଟି ଚାଲିଥିଲା । ପିଟିପିଟି ହତ୍ୟା କରିଥିଲା । ଯେତେବେଳେ ବିଦ୍ୟାବତୀଙ୍କର ଗତିବିଧି ସମ୍ପୂର୍ଣ୍ଣ ବନ୍ଦ ହୋଇଗଲା, ସେ ତାଙ୍କୁ ନେଇ ଖଟ ଉପରେ ଶୁଆଇ ଦେଲା ଓ କିଛି ଘଟିନଥିବା ଭଳି ନିଜେ ତାଙ୍କ ପାଖରେ ଶୋଇ ପଡିଲା । ତା’ ପରଦିନ ସକାଳେ ସେ ବିଦ୍ୟାବତୀଙ୍କ ମୃତଦେହ ଘରେ ଥିବାରୁ ବାହାର ପଟୁ କବାଟ ବନ୍ଦ କରି ଚାଲି ଯାଇଥିଲା । ଆଉ ପଡୋଶୀଙ୍କୁ କହିଥିଲା, ଜେଜେ ମା’ଙ୍କ ଦେହ ଭଲ ନାହିଁ । ମୁଁ ସ୍କୁଲ ଯାଉଛି ।
ଅଧିକ ପଢ଼ନ୍ତୁ: ୟୁ-ଟ୍ୟୁବର ଲବ ହାଁସଦାଙ୍କ ଅଡୁଆ। ବଢିଲା, ଆଗରୁ ବିବାହ କରିଥିବା ନେଇ ସ୍ବୀକାର କଲେ ଭାଇ
ସେହି ଦିନ ବିଦ୍ୟାବତୀଙ୍କ ଝିଅ ମମତା ଯେତେବେଳେ ତାଙ୍କୁ ଫୋନ କରିଥିଲେ, ସେ ଫୋନ ଉଠାଇ ନଥିଲେ । ତେଣୁ ସନ୍ଦେହଜନକ ଭାବରେ ସେ ବିଦ୍ୟାବତୀଙ୍କ ପଡୋଶୀ କଳାବତୀଙ୍କୁ ଫୋନ କରିଥିଲେ । କଳାବତୀ ଓ ଅନ୍ୟ ଜଣେ ମହିଳା ମିଶି କବାଟ ଭାଙ୍ଗି ଘର ଭିତରକୁ ଯାଇ ସେଠାରେ ବିଦ୍ୟାବତୀଙ୍କ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ଏହାର କିଛି ସମୟ ପରେ ନାବାଳକ ଆସିବା ପରେ ତାଙ୍କୁ ନିଜ କବଳକୁ ନେଇଥିଲେ ।
ନାବାଳକକୁ ଜେରା କରିବା ବେଳେ ପୋଲିସକୁ ସେ କହିଛି ଯେ, ମୁଁ ଜାଣି ନଥିଲି ଯେ, ବାବା(ରାଧେଶ୍ୟାମ)ଙ୍କଠାରୁ ଜେଜେ ମା’ ଏତେ ଗରିବ । ସେ ମୋତେ ଟଙ୍କା ଦେବା ପାଇଁ ମନା କରିଦେଲେ । ଯେତେବେଳେ ସେ ମୋତେ ଠେଲିଦେଲେ, ମୁଁ ରାଗି ଗଲି ଓ ତାଙ୍କୁ ମାରି ଦେଲି ।
ମିଳିଥିବା ସୂଚନା ଅନୁଯାୟୀ, ୨୦ ବର୍ଷ ପୂର୍ବରୁ ବିଦ୍ୟାବତୀ ତାଙ୍କ ସ୍ୱାମୀଙ୍କୁ ହରାଇଥିଲେ । ଦଶ ବର୍ଷ ପୂର୍ବରୁ ତାଙ୍କ ପୁଅଙ୍କର ମୃତ୍ୟୁ ହୋଇଯିବା ପରେ ତାଙ୍କ ବୋହୁ ନାତିକୁ ନେଇ ଚାଲି ଯାଇଥିଲେ । ହେଲେ, ବିଦ୍ୟାବତୀ ତାଙ୍କ ନାତିକୁ ପାଇବା ପାଇଁ କୋର୍ଟରେ ଲଢେଇ କରି ନିଜ ପାଖକୁ ଆଣିଥିଲେ । ସେ ତାଙ୍କ ନାତିକୁ ଚଳାଇବା ପାଇଁ ଏକ ଛୋଟ ଗ୍ରୋସରୀ ଦୋକାନ ଖୋଲିଥିଲେ । ସେଥିରେ ଯାହା ରୋଜଗାର ହୁଏ, ସେଇ ଟଙ୍କାରେ ସେମାନେ ଚଳନ୍ତି । କିନ୍ତୁ ଯାହାକୁ ଦୁଃଖ କଷ୍ଟରେ ସେ ପୋଷିଥିଲେ, ଶେଷରେ ସେ ହିଁ ତାଙ୍କ ଜୀବନ ନେଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)