/odishatv-khabar/media/post_attachments/uploadimage/library/16_9/16_9_0/clean_city_1752748793.jpg)
clean city
ପୁଣି ଥରେ ଇନ୍ଦୋର ନମ୍ବର ୱାନ୍ । ମଧ୍ୟପ୍ରଦେଶର ରାଜଧାନୀ ଇନ୍ଦୋର । ପୁଣି ଥରେ ଦେଶର ସବୁଠାରୁ ସଫା ବା ପରିଷ୍କାର ସହରର ମାନ୍ୟତା ପାଇଛି। କ୍ରମାଗତ ଅଷ୍ଟମ ଥର ପାଇଁ କେନ୍ଦ୍ର ସରକାର ବାର୍ଷିକ ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର ଜିତିଛି ଇନ୍ଦୋର। ପଛକୁ ରହିଛନ୍ତି ଗୁଜରାଟର ସୁରତ ଓ ମହାରାଷ୍ଟ୍ରର ନଭି ମୁମ୍ବାଇ
୩ରୁ ୧୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ବର୍ଗରେ ନୋଏଡା ସବୁଠାରୁ ସଫା ସହର ମାନ୍ୟତା ପାଇଛି। ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ଚଣ୍ଡିଗଡ଼ ଓ ତୃତୀୟ ସ୍ଥାନରେ ମହୀଶୂର ରହିଛି।
ରାଷ୍ଟ୍ରପତି ଦୌପଦୀ ମୁର୍ମୁ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଜାତୀୟ ଉତ୍ସବରେ ୨୦୨୪-୨୫ ସ୍ୱଚ୍ଛ ସର୍ଭେକ୍ଷଣ ସମ୍ମାନ ପ୍ରଦାନ କରିଛନ୍ତି। ଗୃହ ଓ ନଗର ବ୍ୟାପର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସ୍ୱଚ୍ଛ ଭାରତ ମିଶନ-ଅର୍ବାନ ଅଧୀନରେ ନିଜ ସହରକୁ ସଫା ରଖୁଥିବା ସଂସ୍ଥାଗୁଡ଼ିକୁ ସମ୍ମାନୀତ କରାଯାଇଥିଲା।
स्वच्छता के शीर्ष पर इंदौर...
आदरणीय राष्ट्रपति श्रीमती द्रौपदी मुर्मु जी द्वारा स्वच्छ सर्वेक्षण-2024 के सम्मान समारोह में इंदौर को 'सुपर स्वच्छ लीग सिटीज़' श्रेणी में देश के सबसे स्वच्छ शहर के रूप में सम्मानित किया जाना प्रदेशवासियों के लिए अत्यंत गर्व का विषय है। उल्लेखनीय है… pic.twitter.com/cohnKoI5e7
— Dr Mohan Yadav (@DrMohanYadav51) July 17, 2025
ସ୍ୱଚ୍ଛ ସର୍ବେକ୍ଷଣ ହେଉଛି ସବୁଠାରୁ ବଡ଼ ସହର ଗୁଡିକର ସଫେଇକରଣ ସର୍ଭେ। ସହରରଗୁଡ଼ିକ ସେମାନଙ୍କ ବର୍ଯ୍ୟବସ୍ତୁ ପରିଚାଳନା, ସାନିଟେସନ ଭିତ୍ତିଭୂମି ଓ ଲୋକଙ୍କ ଭାଗିଦାରୀକୁ କେମିତି କାର୍ଯ୍ୟକାରୀ କରୁଛନ୍ତି, ତା’କୁ ସର୍ଭେ ଦ୍ୱାରା ଆକଳନ କରାଯାଇଥାଏ। ସେହି ଆଧାରରେ ତାଲିକା ପ୍ରସ୍ତୁତ କରି ସମ୍ମାନ ପ୍ରଦାନ କରାଯାଇଥାଏ। ଏଥର ସର୍ଭେରେ ୨୩ଟି ପ୍ରମୁଖ ସହର ଭାଗ ନେଇଥିଲେ ।
ଇନ୍ଦୋରକୁ ଏହି ଉପଲବ୍ଧି ସଫେଇ କାମରେ ଅନେକ ନୂଆ ଉପାୟ ଓ ସକ୍ରିୟ ନାଗରିକ ସହଭାଗିତା ଯୋଗୁ ମିଳିଛି । ସହରରେ ଅଳିଆ ଆବର୍ଜନା ପୃଥକୀକରଣକୁ ସଶକ୍ତ ଭାବେ ଲାଗୁ କରାଯାଉଛି। ଅଳିଆ କମ କରିବା ନୀତିକୁ ପ୍ରୋତ୍ସାହିତ କରାଯିବା ସହ ଲୋକଙ୍କ ମଧ୍ୟରେ ସ୍ୱଚ୍ଛତାକୁ ନେଇ ସଚେତନତା ଜାରି ରହିଛି ।
ସତର୍କ ନାଗରିକ ଓ ରିକ୍ସା ଚାଳକଙ୍କ ଠାରୁ ଆରମ୍ଭ କରି ରାସ୍ତା କଡ଼ରେ ବ୍ୟବସାୟ କରୁଥିବା ଲୋକମାନେ ମିଳିତ ଭାବେ ଇନ୍ଦୋରକୁ ଅଳିଆ ମୁକ୍ତ ରଖିବାକୁ ପ୍ରତିଶ୍ରୁତିବଦ୍ଧ । ସମସ୍ତଙ୍କ ମିଳିତ ପ୍ରୟାସ ଯୋଗୁ ଇନ୍ଦୋର ଦେଶର ସବୁ ଠାରୁ ସଫା ସହରର ମାନ୍ୟତା କ୍ରମାଗତ ୮ମ ବର୍ଷ ପାଇଁ ହାସଲ କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)