Advertisment

Bengaluru's Traffic: ଅସହ୍ୟ ହେଉଛି ଏହି ସହରର ଟ୍ରାଫିକ୍ ଯନ୍ତ୍ରଣା, ସହର ଛାଡ଼ିବାକୁ ଲୋକଙ୍କ ନିଷ୍ପତ୍ତି

ଦେଶର ଅଗ୍ରଣୀ ଆଇଟି ହବ୍ ବେଙ୍ଗାଲୁରୁରେ ଜନସଂଖ୍ୟା ଅପେକ୍ଷା ଯାନବାହାନ ଏବଂ ସଂକୀର୍ଣ୍ଣ ରାସ୍ତା ଯୋଗୁଁ ଟ୍ରାଫିକ୍ ସମସ୍ୟାରେ ଫସି ରହୁଛନ୍ତି ଲୋକେ । ତେଣୁ ଏମିତି ଜଣେ ବ୍ୟକ୍ତି ସହର ଛାଡିବାକୁ ନିଷ୍ପତ୍ତି ନେଇ ସୋସିଆଲ ମିଡିଆରେ ନିଜ ମନକଥା ସେୟାର କରିଛନ୍ତି।

author-image
Chinmayee Sahoo
ଅଦ୍ୟତନ ହୋଇଛି
traffic

traffic

ବେଙ୍ଗାଲୁରୁ ଦେଶର ଟେକ୍ନୋଲୋଜି ହବ୍ । ସମ୍ଭ୍ରାନ୍ତମାନଙ୍କ ସହର ବୋଲି ବିବେଚନା କରାଯାଏ । ମୁମ୍ବାଇ, ଦିଲ୍ଲୀ, କୋଲକାତା ପରେ ସବୁଠୁ ଧନୀ ସହର ଭାବେ ୪ ନମ୍ବରରେ ଆସେ ବେଙ୍ଗାଲୁରୁ । ଏ ସହରର ଜିଡିପି ୧୧୦ ବିଲିୟନ ଡଲାର । ଏଠାରେ ବହୁ ଗୁଡିଏ ମଲ୍ଟିନ୍ୟାସନାଲ କମ୍ପାନୀ ଗୁଡିକର ହେଡକ୍ୱାଟର୍ସର୍ ଥିବା ଭାରତର ଅଗ୍ରଣୀ ଆଇଟି ହବ୍ ଓ ଦେଶର ଅନ୍ୟତମ ମେଟ୍ରୋ ସିଟି । 

Advertisment

ତେବେ ଏଠାରେ ରହିବା ମଧ୍ୟ ବ୍ୟୟ ସାପେକ୍ଷ । ବିଶେଷ କରି ଟ୍ରାଫିକ୍ ଯନ୍ତ୍ରଣାରେ ଛଟପଟ ଲୋକେ । ବେଙ୍ଗାଲୁରୁର ଟ୍ରାଫିକକୁ ‘ଅସରନ୍ତି ଟ୍ରାଫିକ ସମସ୍ୟା’ ବୋଲି କେହି କେହି କୁହନ୍ତି । ଟ୍ରାଫିକରେ ଘଣ୍ଟା ଘଣ୍ଟା ଫସି ରହିବାକୁ ପଡୁଥିବାରୁ ନାହିଁ ନଥିବା ଅସୁବିଧାର ସାମନା କରିବାକୁ ପଡେ । ଲୋକଙ୍କୁ କୌଣସି କାମ ପାଇଁ ଘରୁ ବାହାରିବାକୁ ହେଲେ କେବଳ ଟ୍ରାଫିକ ପାଇଁ ନିର୍ଦ୍ଧାରିତ ସମୟ ପୂର୍ବରୁ ବାହାରିବାକୁ ପଡିଥାଏ । ସହରର ଜନସଂଖ୍ୟା, ସଂକୀର୍ଣ୍ଣ ରାସ୍ତା ଓ ଲକ୍ଷ ଲକ୍ଷ ଯାନବାହାନ ଏହି ସମସ୍ୟାକୁ ବଢାଇ ଦେଇଛି ।

ତେବେ ଟ୍ରାଫିକ୍ ସମସ୍ୟାରେ ଅତିଷ୍ଠ ହୋଇ ଜଣେ ବ୍ୟକ୍ତି ବେଙ୍ଗାଲୁରୁ ଛାଡିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ବେଙ୍ଗାଲୁରୁର ଖରାପ ଭିତ୍ତିଭୂମି ଓ ଅସରନ୍ତି ଟ୍ରାଫିକ୍ ସମସ୍ୟା ପାଇଁ ତାଙ୍କୁ ଘଣ୍ଟା ଘଣ୍ଟା ଯାତାୟତ କରିବାକୁ ପଡୁଥିବାରୁ ସେ ସହର ଛାଡିବେ ବୋଲି ଏକ୍ସରେ ଘୋଷଣା କରିଛନ୍ତି । ସ୍ଥାୟୀ ଡାଇଭର୍ସନ ଯୋଗୁଁ ତାଙ୍କୁ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପାଇଁ ଅତିରିକ୍ତ ଘଣ୍ଟାଏ ଲାଗୁଛି ।

Advertisment

ସେ କହିଛନ୍ତି, “ଅଫିସରେ ପହଞ୍ଚିବା ପାଇଁ ସାଧାରଣତଃ ୪୦ ମିନିଟ୍ ଲାଗେ । କିନ୍ତୁ ସ୍ଥାୟୀ ଡାଇଭର୍ସନ ପାଇଁ ତାଙ୍କୁ ୧ ଘଣ୍ଟା ୫୦ ମିନିଟ୍ ଲାଗିଲା । ତେଣୁ ବର୍ଷେ ଭିତରେ ବେଙ୍ଗାଲୁରୁ ଛାଡି ହାଇଦ୍ରାବାଦ ଯିବା ପାଇଁ ନିଷ୍ପତ୍ତି ନେଇଛି । ହାଇଦ୍ରାବାଦରେ ପାଗ କେବଳ ୩ ମାସ ପାଇଁ ଗରମ ରହିଥାଏ । ନହେଲେ ବେଙ୍ଗାଲୁରୁ ପରି ପାଗ ରହିଥାଏ ।”

ଉକ୍ତ ବ୍ୟକ୍ତିଙ୍କର ପୋଷ୍ଟ ଭାଇରାଲ୍ ହେବା ପରେ ଅନେକ ଏକ୍ସ ୟୁଜର୍ସ କମେଣ୍ଟରେ ସେମାନଙ୍କ ଟ୍ରାଫିକ୍ ସମସ୍ୟାର କାହାଣୀ ସେୟାର କରିଛନ୍ତି । ସହରରେ ଟ୍ରାଫିକ୍ ପରିଚାଳନା ଆପ୍ ସତ୍ତ୍ବେ ଦୁର୍ବଳ ସହରାଞ୍ଚଳ ଯୋଜନା ଯୋଗୁଁ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି ।

ଅଧିକ ପଢନ୍ତୁ: ବିମାନ ଭିତରେ ହାଇଡ୍ରାମା, ଦିଲ୍ଲୀ-ମୁମ୍ବାଇ ସ୍ପାଇସ ଜେଟ୍ ବିମାନରେ AC ଚଳାଇବାକୁ ଦାବି କରି ହଙ୍ଗାମା

Bengaluru IT Hub
Advertisment
Advertisment