/odishatv-khabar/media/post_attachments/uploadimage/library/16_9/16_9_0/earthquake_1752737729.jpg)
earthquake
ଜୁଲାଇ ୧୬ ତାରିଖରେ ଆମେରିକାର ଆଲାସ୍କା ଉପକୂଳରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା। ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୭.୩ ଥିଲା। ଆଲାସ୍କାର ସାଣ୍ଡ ପଏଣ୍ଟ ନିକଟରେ ଭୂମିକମ୍ପ ହୋଇଥିଲା। ଆଲାସ୍କାର ସାଣ୍ଡ ପଏଣ୍ଟଠାରୁ ପ୍ରାୟ ୫୪ ମାଇଲ (୮୭ କିଲୋମିଟର) ଦକ୍ଷିଣରେ, ଆଲେଉଟିଆନ ଦ୍ୱୀପପୁଞ୍ଜର ପ୍ରଶାନ୍ତ ମହାସାଗର କୂଳରେ ଏହାର କେନ୍ଦ୍ରବିନ୍ଦୁ ଥିଲା। ଜୁଲାଇ ୧୬ରେ ସ୍ଥାନୀୟ ସମୟ ମଧ୍ୟାହ୍ନ ୧୨ଟା ୩୦ ମିନିଟ୍ ସମୟରେ ଏହି ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା।
ଭୂମିକମ୍ପ ପରେ ନ୍ୟାସନାଲ ଓସେନିକ ଆଣ୍ଡ ଆଟମୋସଫେରିକ ଆଡମିନିଷ୍ଟ୍ରେସନ ଦକ୍ଷିଣ ଆଲାସ୍କା ଏବଂ ଆଲାସ୍କା ପେନିନସୁଲା ଅଞ୍ଚଳ ପାଇଁ ଏକ ସୁନାମୀ ଚେତାବନୀ ଜାରି କରିଥିଲା। ଏହି ଚେତାବନୀ ସାଣ୍ଡ ପଏଣ୍ଟ, କୋଲ୍ଡ ବେ ଏବଂ କୋଡିଆକ ସହରକୁ ମଧ୍ୟ ଅନ୍ତର୍ଭୁକ୍ତ କରିଥିଲା। କିନ୍ତୁ ପରେ ସୁନାମୀ ଆଶଙ୍କା କମିଯିବା ପରେ ସୁନାମୀ ସତର୍କତା ସୂଚନାକୁ ବାତିଲ୍ କରିଥିଲା। ଏହି ଭୂମିକମ୍ପରେ କୌଣସି ବଡ଼ ଧରଣର କ୍ଷୟକ୍ଷତି ହେବାର ସୂଚନା ମିଳିନାହିଁ।
ଉଲ୍ଲେଖଯୋଗ୍ୟ, ଆଲାସ୍କା ପ୍ରଶାନ୍ତ ମହାସାଗରୀୟ "ରିଙ୍ଗ ଅଫ ଫାୟାର"ରେ ଅବସ୍ଥିତ, ଯେଉଁଠାରେ ପ୍ରଶାନ୍ତ ମହାସାଗରୀୟ ପ୍ଲେଟ ଉତ୍ତର ଆମେରିକୀୟ ପ୍ଲେଟ ମଧ୍ୟରେ ଧକ୍କା ହୋଇ ବାରମ୍ବାର ଭୂମିକମ୍ପ ହୋଇଥାଏ। ୧୯୬୪ ମାର୍ଚ୍ଚରେ ଆଲାସ୍କାରେ ୯.୨ ତୀବ୍ରତାର ଏକ ଭୟଙ୍କର ଭୂମିକମ୍ପ ହୋଇଥିଲା। ଯାହା ଉତ୍ତର ଆମେରିକାରେ ରେକର୍ଡ ହୋଇଥିବା ସବୁଠାରୁ ବଡ଼ ଏବଂ ବିଶ୍ବରେ ଦ୍ବିତୀୟ ବୃହତ୍ ଭୂମିକମ୍ପ। ଏହାକୁ ମହା ଆଲାସ୍କା ଭୂମିକମ୍ପ ବୋଲି କୁହାଯାଏ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)