Advertisment

Indias Security Boosted With CISF Womens Battalion: ବଢିଲା ମହିଳାଙ୍କ ଗୁରୁତ୍ବ; CISFରେ ମହିଳା ବାଟାଲିୟନ୍, ଗୃହ ମନ୍ତ୍ରାଳୟ ଦେଲା ମଞ୍ଜୁରୀ

ମହିଳା ସଶକ୍ତୀକରଣ ଓ ଦେଶ ସୁରକ୍ଷାରେ ବଢିଲା ମହିଳାଙ୍କ ଗୁରୁତ୍ବ। ପ୍ରଥମଥର ପାଇଁ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସରେ ଗଠନ ହେବ ସ୍ୱତନ୍ତ୍ର ମହିଳା ବାଟାଲିୟନ୍।

author-image
Sujit kumar Swain
ଅଦ୍ୟତନ ହୋଇଛି
Indias Security Boosted With CISF Womens Battalion

Indias Security Boosted With CISF Womens Battalion

CISFରେ ଗଠନ ହେବ ମହିଳା ବାଟାଲିୟନ୍। ଯେଉଁଥିରେ ରହିବେ କେବଳ ମହିଳା। ଏ ସମ୍ପର୍କିତ ଏକ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି କେନ୍ଦ୍ର ଗୃହ ମନ୍ତ୍ରାଳୟ। ସ୍ବତନ୍ତ୍ର ପ୍ରଶିକ୍ଷଣ ନେବା ପରେ ଦେଶର ବିଭିନ୍ନ ସମ୍ବେଦନଶୀଳ ପ୍ରତିଷ୍ଠାନ ଓ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ନିୟୋଜିତ ହେବେ ଏହି ମହିଳା ବାଟାଲିୟନ୍। 

Advertisment

CISFରେ ମହିଳା ବାଟାଲିୟନ୍ । ଗୃହ ମନ୍ତ୍ରାଳୟ ଦେଲା ମଞ୍ଜୁରୀ । ମହିଳା ସଶକ୍ତୀକରଣ ଓ ଦେଶ ସୁରକ୍ଷାରେ ବଢିଲା ମହିଳାଙ୍କ ଗୁରୁତ୍ବ। ପ୍ରଥମଥର ପାଇଁ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସରେ ଗଠନ ହେବ ସ୍ୱତନ୍ତ୍ର ମହିଳା ବାଟାଲିୟନ୍। ଏହାକୁ ମଞ୍ଜୁରୀ ଦେଇଛି କେନ୍ଦ୍ର ଗୃହ ମନ୍ତ୍ରାଳୟ। ଏହାପରେ CISF ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା। ନୂଆ ମହିଳା ବାଟାଲିୟନ ପାଇଁ ନିଯୁକ୍ତି ଏବଂ ପ୍ରଶିକ୍ଷଣ ସହ ବାଟାଲିୟନର ମୁଖ୍ୟାଳୟ କେଉଁଠି ସ୍ଥାପନ ହେବ ସେନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ସ୍ୱତନ୍ତ୍ର ମହିଳା ବାଟାଲିୟନକୁ ସ୍ବତନ୍ତ୍ର ପ୍ରଶିକ୍ଷଣ ଦିଆଯିବ। ଏମାନେ କମାଣ୍ଡୋ ଭାବେ ଭିଆଇପିଙ୍କ ସୁରକ୍ଷା, ବିମାନ ବନ୍ଦର ଏବଂ ମେଟ୍ରୋ ରେଲ୍ ଭଳି ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ମୁତୟନ ହେବେ। 

ଅଧିକ ପଢନ୍ତୁ: ମଣିପୁରରେ ୬ ଅପହୃତଙ୍କୁ ହତ୍ୟା ପରେ କର୍ଫ୍ୟୁ; ୭ ଜିଲ୍ଲାରେ ଇଣ୍ଟରନେଟ୍‌ ବନ୍ଦ

Advertisment

CISFରେ ମହିଳା ବାଟାଲିୟନ ଗଠନ ନେଇ ନିର୍ଦ୍ଦେଶ ଦେଇଥିଲେ ଗୃହମନ୍ତ୍ରୀ ଅମିତ ଶାହ। ୫୩ ତମ CISF ଦିବସରେ ଏନେଇ ଏକ ପ୍ରସ୍ତାବ ଦିଆଯାଇଥିଲା। ଯାହାକୁ ମଞ୍ଜୁରୀ ପ୍ରଦାନ କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ। ବର୍ତ୍ତମାନ CISFରେ ୭ ପ୍ରତିଶତ ମହିଳା କର୍ମଚାରୀ ଅଛନ୍ତି। ଦେଶର ବିଭିନ୍ନ ସମ୍ବେଦନଶୀଳ ପ୍ରତିଷ୍ଠାନକୁ ସୁରକ୍ଷା ଦେବା ସହ ମହତ୍ତ୍ବପୂର୍ଣ୍ଣ ସ୍ଥାନରେ ନିୟୋଜିତ ହେବେ CISFର ଏହି ମହିଳା ବାଟାଲିୟନ। 

ନୂଆ ତଥା ସ୍ୱତନ୍ତ୍ର ମହିଳା ବାଟାଲିୟନ ଗଠନ ହେବା ଫଳରେ ଦେଶର ସୁରକ୍ଷାକୁ ନୂଆ ବଳ ମିଳିବ। CISFରେ ସାମିଲ ହେବା ସହ ଦେଶ ସେବା କରିବାକୁ ଆଶାୟୀ ଯୁବତୀଙ୍କୁ ଏହା ଅଧିକ ପ୍ରୋତ୍ସାହିତ କରିବ। ଏଥିସହ ସେନାରେ ମହିଳାଙ୍କୁ ନେତୃତ୍ବ ନେବା ଏବଂ କମାଣ୍ଡିଂ ପୋଜିସନ୍ ମିଳିବା ଦିଗରେ ମଧ୍ୟ ସୁଯୋଗ ଦେବ । 

Women CISF Home Ministry
Advertisment
Advertisment