/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748014603.jpg)
Plus two Admission
କାଲିଠୁ ଯୁକ୍ତ ଦୁଇରେ ନାମଲେଖା ଆବେଦନ । ଆସନ୍ତାକାଲିଠୁ ଜୁନ୍ ୩୦ ତାରିଖ ଯାଏଁ ଅନଲାଇନରେ ଆବେଦନ ଚାଲିବ । ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲରେ ଆବେଦନ କରିପାରିବେ ଓ ନିଜ ମନପସନ୍ଦର କଲେଜକୁ ସିଲେକ୍ଟ କରିପାରିବେ । ଜୁଲାଇ ୭ ତାରିଖରେ ବାହାରିବ ପ୍ରଥମ ମେରିଟ୍ ଲିଷ୍ଟ । ଏହାପରେ ଜୁଲାଇ ୮ରୁ ୧୪ ଯାଏଁ ଆଡମିଶନ୍ ପ୍ରକ୍ରିୟା ଚାଲିବ । ଜୁଲାଇ ୨୪ରୁ ଆରମ୍ଭ ହେବ ପାଠପଢ଼ା ।
ଏଥର ମାଟ୍ରିକ ପରୀକ୍ଷା ଦେଇଥିଲେ ମୋଟ ୫ ଲକ୍ଷ ୨ ହଜାର ୪୧୭ ଛାତ୍ରଛାତ୍ରୀ । ସେଥିରୁ ୪ ଲକ୍ଷ ୮୪ ହଜାର ୮୬୩ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । A1 ଗ୍ରେଡରେ ୧ ହଜାର ୮୧୨ ଜଣ, A2ରେ ୧୨ ହଜାର ୨୦୦, B1 ୩୮ ହଜାର ୮୩୧ ଏବଂ B2ରେ ୮୪ ହଜାର ୯୭୧ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ୧୭ ହଜାର ୩୮୪ ଛାତ୍ରଛାତ୍ରୀ ଫେଲ୍ ହୋଇଛନ୍ତି ।
ଅଧିକ ପଢ଼ନ୍ତୁ: ଧରାପଡିଲା ବନ୍ଧୁକ ରାକେଟ ମାଷ୍ଟରମାଇଣ୍ଡ, ମୁଙ୍ଗେରରେ ମାଡିବସିଲା କ୍ରାଇମବ୍ରାଞ୍ଚ
ଚଳିତ ବର୍ଷ ପାସ୍ ହାର ପୂର୍ବବର୍ଷ ତୁଳନାରେ ସାମାନ୍ୟ ହ୍ରାସ ପାଇଛି । ଗତଥର ପାସ୍ ହାର ୯୬.୦୭ ରହିଥିବା ବେଳ ଏଥର ପାସ୍ ହାର ରହିଛି ୯୪.୯୩ ପ୍ରତିଶତ । ସଫଳତା କ୍ଷେତ୍ରରେ ଏଥର ବି ପୁଅଙ୍କୁ ପଛରେ ପକାଇ ଆଗରେ ରହିଛନ୍ତି ଝିଅ । ଛାତ୍ରୀଙ୍କ ପାସ୍ ହାର ୯୬ ଏବଂ ଛାତ୍ରଙ୍କ ପାସ ହାର ରହିଛି ୯୪ ପ୍ରତିଶତ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)