• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆକ୍ସନ ମୋଡରେ କମିଶନରେଟ ପୋଲିସ । ଭୁବନେଶ୍ବରରେ ୟୁପି ଷ୍ଟାଇଲ ଆକ୍ସନ । ବୁଲିଲା ବୁଲଡୋଜର, ମାଟିରେ ମିଶିଲା ଅପରାଧୀର ଘର । ବିଏମସି ସଫେଇ କର୍ମଚାରୀ ସଂଘ ସଭାପତି ସହଦେବ ନାୟକ ହତ୍ୟା ମାମଲାରେ ଫେରାର ଥିବା ଅଭିଯୁକ୍ତର ଘର ଭାଙ୍ଗିଲା କମିଶନରେଟ ପୋଲିସ । କୋର୍ଟଙ୍କ ନିର୍ଦ୍ଦେଶ ପରେ ବିଏମସି ସହାୟତାରେ ଭଙ୍ଗାଯାଇଛି ଘର । କ୍ୟାପିଟାଲ ଥାନା କେଦାରପଲ୍ଲୀ ବସ୍ତିରେ ଘର ଭାଙ୍ଗି ଅପରାଧୀଙ୍କୁ କଡା ଚେତାବନୀ ଦେଇଛି ପୋଲିସ ।

ଅଧିକ ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଇଞ୍ଜିନିୟର ସ୍ୱାମୀ; ପତ୍ନୀଙ୍କ ରୋବାବ୍ ଏମିତି, ତାଜୁବ୍ ହେଲା ଟିମ୍‌

ଅପରାଧୀ ଘର ଉପରେ ବୁଲିଲା ବୁଲଡୋଜର । ଆକ୍ସନ ମୋଡରେ କମିଶନରେଟ ପୋଲିସ୍ । ଭୁବନେଶ୍ବରରେ ୟୁପି ମଡେଲ ଆକ୍ସନ୍ । ଭାଙ୍ଗିଲା ହତ୍ୟା ମାମଲାରେ ଫେରାର ଅଭିଯୁକ୍ତ ଘର । କୋର୍ଟଙ୍କ ନିର୍ଦ୍ଦେଶ ପରେ ବିଏମସି ଉପସ୍ଥିତିରେ ଆକ୍ସନ । ଅପରାଧ ଓ ଅପରାଧୀଙ୍କୁ କମିଶନରେଟ ପୋଲିସର କଡ଼ା ଚେତାବନୀ । ନିଶା କାରବାର ସହ ଫେରାର ହତ୍ୟା ଅଭିଯୁକ୍ତଙ୍କ ଉପରେ ପୋଲିସର ବଡ଼ ଆକ୍ସନ । ଚାଲିଲା ବୁଲଡୋଜର ମାଟିରେ ମିଶିଲା ଅପରାଧୀଙ୍କ ଘର । କେଦାରପଲ୍ଲୀ ବସ୍ତିରୁ ସାରା ସହରର ଅପରାଧୀଙ୍କୁ କଡା ଚେତାବନୀ ଦେଇଛି ପୋଲିସ।

କ୍ୟାପିଟାଲ ଥାନା କେଦାରପଲ୍ଲୀ ବସ୍ତିରେ ଥିବା ନିଶା ବେପାରୀ ରାହୁ ନାଏକ ଓ ରାଜା ନାଏକର ଘର । ଜାନୁଆରୀ ୮ ତାରିଖ ସଫେଇ କର୍ମଚାରୀ ସଭାପତି ସଭାପତି ସହଦେବ ନାୟକ ହତ୍ୟା ମାମଲାରେ ଜଡିତ ଥିବା ରାଜା ନାଏକ ଏବେବି ଫେରାର ରହିଛି । ରାଜା ନାଏକକୁ ପଳାତକ ଘୋଷଣା କରିଛି ପୋଲିସ । କୋର୍ଟଙ୍କ ନିର୍ଦ୍ଦେଶ ପରେ କେଦାରପଲ୍ଲୀରେ ବସ୍ତିରେ ଥିବା ରାଜାର ଘରକୁ ଶେଷରେ ମାଟିରେ ମିଶେଇ ଦେଇଛି ପ୍ରଶାସନ । ସେହିଭଳି ବସ୍ତିରେ ନିଶା କାରବାର କରୁଥିବା ରାହୁଲ ନାଏକ ଘର ମଧ୍ୟ ଭାଙ୍ଗି ଦିଆଯାଇଛି । ଘର ଭାଙ୍ଗିବା ପରେ ପୋଲିସ ପକ୍ଷରୁ ସାରା ସହରର ଅପରାଧୀଙ୍କୁ ଦିଆଯାଇଛି କଡା ଚେତାବନୀ । କେବଳ କେଦାରପଲ୍ଲୀ ନୁହେଁ ସହରର ପ୍ରତ୍ୟେକ ବସ୍ତିରେ ଥିବା ଅପରାଧୀଙ୍କ ଘର ଭାଙ୍ଗିବା ନେଇ କମିଶନରେଟ ପୋଲିସ ଦେଇଛି ଚେତାବନୀ ।

ଘର ଭାଙ୍ଗିବାକୁ ନେଇ କେଦାରପଲ୍ଲୀ ବସ୍ତରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା । ରାଜାଙ୍କର ମା ଓ ଭଉଣୀ ଘର ମଧ୍ୟରେ ରହି ଉଚ୍ଛେଦ ପ୍ରକ୍ରିୟାକୁ ବିରୋଧ କରିଥିଲେ । ପୋଲିସ ପକ୍ଷରୁ ଉଭୟଙ୍କୁ ବୁଝାସୁଝା କରିବା ପରେ ନ ବୁଝିବାରୁ ଶେଷରେ ଉଭୟଙ୍କୁ ଜୋର ଜବରଦସ୍ତି ଘରୁ ବାହାର କରି ଘର ଭଙ୍ଗା ଯାଇଥିଲା । ସେପଟେ ରାଜାଙ୍କ ମାଆ କହିଛନ୍ତି, ପୁଅ କୌଣସି ମାମଲାରେ ସଂପୃକ୍ତ ନାହିଁ, ତାଙ୍କୁ ଫସାଇ ଦିଆଯାଇଛି ।

ଅଧିକ ପଢ଼ନ୍ତୁ: ସହଦେବ ନାୟକ ହତ୍ୟାକାଣ୍ଡ ମାମଲା, ମାଟିରେ ମିଶିଲା ଅଭିଯୁକ୍ତଙ୍କ ଘର

  • Reported by:
  • CHANDAN PAIKRAY