Advertisment

fourth Largest Economy: ବିଶ୍ବର ସର୍ବବୃହତ ଅର୍ଥନୀତି, ଜାପାନକୁ ହଟାଇ ଚତୁର୍ଥ ସ୍ଥାନରେ ଭାରତ

IMFର ତଥ୍ୟ ଅନୁସାରେ ଆମେରିକା, ଚୀନ ଓ ଜର୍ମାନୀ ପରେ ଭାରତ ବିଶ୍ବର ଚତୁର୍ଥ ବୃହତ୍ତମ ଇକୋନୋମି ରହିଛି। ଯୁକ୍ତରାଷ୍ଟ୍ର ଆମେରିକା ୩୦.୩୪ ଟ୍ରିଲିୟନ ଡଲାର ସହ ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛି। ଅନ୍ୟତମ ଶକ୍ତିଶାଳୀ ରାଷ୍ଟ୍ର ଚାଇନା ୧୯.୨୩ ଟ୍ରିଲିୟନ ଡଲାର ସହିତ ଏହି ତାଲିକାର ଦ୍ବିତୀୟ ସ୍ଥାନରେ ରହିଛି।

author-image
Saroj Kumar Jena
ଅଦ୍ୟତନ ହୋଇଛି
economy

economy

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଭାରତକୁ ମିଳିଛି ଆଉ ଏକ ସଫଳତା। ଭାରତ ଅର୍ଥନୈତିକ କ୍ଷେତ୍ରରେ ଏକ ବଡ଼ ସଫଳତା ହାସଲ କରିଛି। ବିଶ୍ବର ଚତୁର୍ଥ ବୃହତ ଅର୍ଥନୈତିକ ଶକ୍ତି ଭାବେ ଉଭା ହୋଇଛି ଭାରତ। ଜାପାନକୁ ପଛରେ ପକାଇ ଭାରତ ଏହି ସଫଳତା ହାସଲ କରିଛି। ନିତି ଆୟୋଗ ସିଇଓ ବି.ଭି.ଆର୍. ସୁବ୍ରମଣ୍ୟମ୍ ଏହି ସୂଚନା ଦେଇଛନ୍ତି। IMFର ତଥ୍ୟ ଅନୁସାରେ ଆମେରିକା, ଚୀନ ଓ ଜର୍ମାନୀ ପରେ ଭାରତ ବିଶ୍ବର ଚତୁର୍ଥ ବୃହତ୍ତମ ଇକୋନୋମି ରହିଛି।

Advertisment

ସୁବ୍ରମଣ୍ୟମ କହିଛନ୍ତି ଏବେ ଆମେ ୪ ଟ୍ରିଲିୟନ ଡଲାର ଅର୍ଥନୀତି ପାଲଟିଛୁ। ଆଗାମୀ ଅଢ଼େଇରୁ ତିନି ବର୍ଷ ମଧ୍ୟରେ ଜର୍ମାନୀକୁ ହଟାଇ ବିଶ୍ବର ତୃତୀୟ ବୃହତ ଅର୍ଥନୀତି ହୋଇପାରିବୁ ବୋଲି ମତ ଦେଇଛନ୍ତି ନିତି ଆୟୋଗ ସିଇଓ । ସୁବ୍ରମଣ୍ୟମ୍ କହିଛନ୍ତି ଯେ, ଭାରତର ଅର୍ଥନୀତି ଏବେ ଜାପାନ ଅପେକ୍ଷା ବଡ଼। ଯଦି ଆମେ ଆମର ଯୋଜନା ଏବଂ ଚିନ୍ତାଧାରାରେ ଅଟଳ ରହିବା, ତେବେ ଅଢ଼େଇରୁ ତିନି ବର୍ଷ ମଧ୍ୟରେ ଆମେ ତୃତୀୟ ବୃହତ୍ତମ ଅର୍ଥନୀତି ହେବୁ।"

ଅଧିକ ପଢନ୍ତୁ : ଦାନା ବାନ୍ଧୁଛି ଲଘୁଚାପ; ୩୦ ପର୍ଯ୍ୟନ୍ତ ପ୍ରବଳ ଛେଚିବ

୨୦୨୩ରେ ଭାରତର ଅର୍ଥନୀତି ୩.୫୬ ଟ୍ରିଲିୟନ ରହିଥିବା ବେଳେ ଜାପାନର ଅର୍ଥନୀତି ୪.୨୦ ଟ୍ରିଲିୟନ ରହିଥିଲା। ବର୍ତ୍ତମାନ ଭାରତର ଅର୍ଥନୀତି ୪.୨୭ ଟ୍ରିଲିୟନରେ ପହଞ୍ଚିଥିବା ବେଳେ ଜାପାନ ୪.୧୯ ଟ୍ରିଲିୟନରେ ରହିଛି। ଭାରତର ଦ୍ରୁତ ଅଭିବୃଦ୍ଧି ପଛରେ ନିର୍ମାଣ କ୍ଷେତ୍ରର ଶକ୍ତିକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାରଣ ବୋଲି ବିବେଚନା କରାଯାଉଛି। ଗତ ୧୧ ବର୍ଷ ଧରି କେନ୍ଦ୍ର ସରକାର ନିରନ୍ତର ନିର୍ମାଣ କ୍ଷେତ୍ରରେ ଟଙ୍କା ନିବେଶ କରିଆସୁଛନ୍ତି। ରାସ୍ତା, ରେଳ ପରିବହନ, ବନ୍ଦର ନିର୍ମାଣ ଏବଂ ଆବାସିକ କୋଠା ନିର୍ମାଣକୁ ତାଙ୍କ ନୀତିରେ ରଖିଛନ୍ତି। ଏହାର ଲାଭ ଶିଳ୍ପ କ୍ଷେତ୍ରର 50ଟି ପ୍ରମୁଖ କ୍ଷେତ୍ର ପାଇଛି, ଯେଉଁଥିରେ କୋର ସେକ୍ଟରର ଇସ୍ପାତ, ସିମେଣ୍ଟ, ବିଦ୍ୟୁତ୍, ତୈଳ ଅନ୍ତର୍ଭୁକ୍ତ। ଏହି କାରଣରୁ, ଏହା ସହିତ ଜଡିତ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଦ୍ରୁତ ଅଭିବୃଦ୍ଧି ଦେଖାଯାଇଛି।

Advertisment

ଭାରତ ବିଶ୍ବର ତୃତୀୟ ବୃହତ୍ତମ ଅର୍ଥନୀତି ପାଲଟିଥିବା ବେଳେ ଆସନ୍ତୁ ନଜର ପକାଇବା ୨୦୨୫ର ତଥ୍ୟ ଅନୁଯାୟୀ ବିଶ୍ବର ଶ୍ରେଷ୍ଠ ୧୦ ବୃହତ ଅର୍ଥନୀତି ଉପରେ। ଯୁକ୍ତରାଷ୍ଟ୍ର ଆମେରିକା ୩୦.୩୪ ଟ୍ରିଲିୟନ ଡଲାର ସହ ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛି। ଅନ୍ୟତମ ଶକ୍ତିଶାଳୀ ରାଷ୍ଟ୍ର ଚାଇନା ୧୯.୨୩ ଟ୍ରିଲିୟନ ଡଲାର ସହିତ ଏହି ତାଲିକାର ଦ୍ବିତୀୟ ସ୍ଥାନରେ ରହିଛି। ଜର୍ମାନୀ ୪.୭୪ ଟ୍ରିଲିୟନ ଡଲାର ସହିତ ତୃତୀୟ ଓ ଭାରତ ୪.୨୭ ଟ୍ରିଲିୟନ ଡଲାର ସହିତ ଚତୁର୍ଥ ସ୍ଥାନରେ ରହିଛି। ୪.୧୯ ଟ୍ରିଲିୟନ ଡଲାର ସହିତ ଜାପାନ ପଞ୍ଚମ ସ୍ଥାନକୁ ଖସିଥିବା ବେଳେ ୩.୮୪ ଟ୍ରିଲିୟନ ଡଲାର ଅର୍ଥନୀତି ସହ ୟୁକେ ଷଷ୍ଠ ସ୍ଥାନରେ ରହିଛି। ଫ୍ରାନ୍ସ ୩.୧୯ ଟ୍ରିଲିୟନ ଡଲାର, ଇଟାଲୀ ୨.୪୦ ଟ୍ରିଲିୟନ ଡଲାର, କାନାଡା ୨.୩୧ ଟ୍ରିଲିୟନ ଡଲାର ଓ ବ୍ରାଜିଲ ୨.୧୩ ଟ୍ରିଲିୟନ ଡଲାର ସହିତ ଯଥାକ୍ରମେ ସପ୍ତମରୁ ଦଶମ ସ୍ଥାନରେ ରହିଛନ୍ତି।

ଅଧିକ ପଢନ୍ତୁ :ଲଗାଣ ବର୍ଷାରେ ଉବୁଟୁବୁ ଦିଲ୍ଲୀ: ବୁଡ଼ିଲା ରାସ୍ତାଘାଟ, ପବନ ପାଇଁ ଶତାଧିକ ଫ୍ଲାଇଟ୍ ବାତିଲ

India China USA IMF
Advertisment
Advertisment