/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748159997.jpg)
Water logging In Delhi
ପ୍ରବଳ ବର୍ଷାରେ ବେହାଲ ରାଜଧାନୀ ଦିଲ୍ଲୀ । ଲଗାଣ ବର୍ଷା ଫଳରେ ରାସ୍ତାଘାଟରେ ଆଣ୍ଠୁଏ ଲେଖାଏଁ ପାଣି ଜମିଛି । ଫଳରେ ଯାନବାହନ ଯିବା ଆସିବା କରିବାରେ ଅନେକ ସମସ୍ୟା ଉପୁଜୁଛି । ଆଜି ସକାଳୁ ମଧ୍ୟ ଦିଲ୍ଲୀ ଏନସିଆର, ନୋଏଡା ସମେତ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ସହ ପ୍ରବଳ ବେଗରେ ପବନ ବହିଥିବା ଦେଖିବାକୁ ମିଳିଛି । ସଫଦରଗଞ୍ଜରେ ୮୧ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।
Advertisment
ସେପଟେ ପାଗ ଅନୁକୂଳ ନଥିବାରୁ ଦିଲ୍ଲୀ ସ୍ଥିତ ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ୧୦୦ରୁ ଅଧିକ ବିମାନ ଉଡାଣ ବାତିଲ ହୋଇଛି । ଶନିବାର ରାତି ୧୧ଟା ୩୦ରୁ ଅପରାହ୍ନ ୪ଟା ମଧ୍ୟରେ ପାଖାପାଖି ୪୯ଟି ବିମାନର ଗତିପଥରେ ପରିବର୍ତ୍ତନ କରାଯାଇଥିଲା । ପାଣିପାଗ ବିଭାଗ (IMD) ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସଫଦରଗଞ୍ଜରେ ମଧ୍ୟରାତ୍ରିରେ ଘଣ୍ଟା ପ୍ରତି ୮୨କିଲୋମିଟର ବେଗରେ ପବନ ବହିଥିବା ରେକର୍ଡ ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)