• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଦେଶରେ ବଢ଼ିଚାଲିଛି ଆତଙ୍କବାଦୀଙ୍କ ବର୍ବରକାଣ୍ଡ । ପୁଣି ଜମ୍ମୁକାଶ୍ମୀରର ପଣ୍ଡିତକୁ ଟାର୍ଗେଟ୍ କଲେ ଆତଙ୍କବାଦୀ । ଜମ୍ମୁକାଶ୍ମୀରର ଏକ ପଣ୍ଡିତକୁ ଗୁଳି କରି ହତ୍ୟା କରିଥିବା ସୂଚନା ମିଳିଛି । ମୃତକ ଜଣକ ରାହୁଲ୍‌ ଭଟ୍ଟ ବୋଲି ଜଣାପଡିଛି ।

ରାହୁଲ ଅନେକ ସମୟ ଧରି ରାଜସ୍ୱ ବିଭାଗରେ କାମ କରିଆସୁଥିଲେ । ହେଲେ ଆଜି ଆତଙ୍କବାଦୀମାନେ ହଠାତ୍ ତହସିଲ୍‌ଦାର ଅଫିସ ଭିତରକୁ ପଶି ତାଙ୍କୁ ଗୁଳିକରି ହତ୍ୟା କରିଛନ୍ତି । କର୍ମଚାରୀ ଜଣକ ଜମ୍ମୁକାଶ୍ମୀରର ପଣ୍ଡିତ ହୋଇଥିବାର ଜଣାପଡିଛି ।

ସୂଚନା ଅନୁସାରେ, ପଣ୍ଡିତଙ୍କୁ ହତ୍ୟା କରିବା ପରେ ଆତଙ୍କବାଦୀମାନେ ଘଟଣାସ୍ଥଳରୁ ଫେରାର ହୋଇଥିଲେ ।  ଯାହା ପରେ ସୁରକ୍ଷାକର୍ମୀ ପହଞ୍ଚି ସ୍ଥାନୀୟ ଇଲାକାରେ ସର୍ଚ୍ଚ ଅପରେସନ ଆରମ୍ଭ କରିଦେଇଛନ୍ତି । ତେବେ ଆତଙ୍କବାଦୀଙ୍କୁ ଧରିବା ପାଇଁ ସୁରକ୍ଷାକର୍ମୀମାନେ ଅଣ୍ଟାଭିଡିଛନ୍ତି ।

ଅନ୍ୟପକ୍ଷେ, ଗତ ୫ ତାରିଖ ଦିନ ହରିଆଣାର କର୍ଣ୍ଣଲରୁ ଧରା ପଡ଼ିଥିଲେ ୪ ସଂଦିଗ୍ଧ ଖଲିସ୍ତାନୀ ଆତଙ୍କବାଦୀ । ଧରାପଡ଼ିଥିବା ଏହି ସନ୍ଦିଗ୍ଧ ଆତଙ୍କବାଦୀ ମାନଙ୍କୁ ଡ୍ରୋନ୍ ଯୋଗେ ଅସ୍ତ୍ରଶସ୍ତ୍ର ପଠାଉଥିଲେ । ଏହି ୪ ଜଣ ସଂଦିଗ୍ଧ ଖଲିସ୍ତାନୀ ଆତଙ୍କବାଦୀ ହେଉଛନ୍ତି ଗୁରୁପ୍ରୀତ, ଅମନଦୀପ, ପରମୀନ୍ଦର ଏବଂ ଭୁପିନ୍ଦର ହୋଇଥିବା ଜଣାପଡିଥିଲା । ଏମାନଙ୍କ ଘର ହରିୟାଣା ଏବଂ ପଞ୍ଜାବରେ ବୋଲି ମଧ୍ୟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଥିଲା ।