Advertisment

Floods And Landslides: ପ୍ରବଳ ବର୍ଷା ପାଇଁ ରେଡ୍ ଆଲର୍ଟ, ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ନଦୀ

ମଣ୍ଡିରେ ୪ଟି ସ୍ଥାନରେ ବାଦଲ ଫଟା ବର୍ଷା । ହିମାଚଳରେ ବନ୍ୟା ଯୋଗୁଁ ୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୬ଜଣ ନିଖୋଜ ଅଛନ୍ତି । ୧୦ଟି ଘର ଭାଙ୍ଗିଯାଇଛି । ଗତକାଲି ବିଳମ୍ବିତ ରାତିରୁ ମଣ୍ଡିରେ ପ୍ରବଳ ବର୍ଷା ହେଉଛି ।

author-image
Manasranjan Mohanty
Floods And Landslides

Floods And Landslides

ଉତ୍ତରାଖଣ୍ଡ ଓ ହିମାଚଳପ୍ରଦେଶ ପ୍ରକୃତିର ତାଣ୍ଡବ । ଉଭୟ ରାଜ୍ୟରେ ବନ୍ୟା ସହ ଭୂସ୍ଫଳନ ସ୍ଥିତି ବିଗାଡିଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ହିମାଚଳ ପ୍ରଦେଶରେ ରେଡ ଆଲର୍ଟ ଜାରି ହୋଇଛି । ଭାରତୀୟ ପାଣିପାଗ ବିଭାଗ ଏନେଇ ସୂଚନା ଦେଇଛି । ସେପଟେ ଫୁଲୁଛି ବିଭିନ୍ନ ନଦୀ । ହିମାଚଳର ଅନେକ ସ୍ଥାନରେ ଏବେ ବନ୍ୟା ସ୍ଥିତି । ନଦୀ କୂଳିଆ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି ।

Advertisment

ମଣ୍ଡିରେ ୪ଟି ସ୍ଥାନରେ ବାଦଲ ଫଟା ବର୍ଷା ପରେ ଭୂସ୍ଖଳନ ସହ ବନ୍ୟା ସ୍ଥିତି ଗମ୍ଭୀର ହୋଇଛି । ହିମାଚଳରେ ବନ୍ୟା ଯୋଗୁଁ ୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୬ଜଣ ନିଖୋଜ ଅଛନ୍ତି । ୧୦ଟି ଘର ଭାଙ୍ଗିଯାଇଛି । ଗତକାଲି ବିଳମ୍ବିତ ରାତିରୁ ମଣ୍ଡିରେ ପ୍ରବଳ ବର୍ଷା ହେଉଛି । ସ୍ଥାନେ ସ୍ଥାନେ ଭୂସ୍ଖଳନ ବି ହେଉଛି । ଜୀବନ ବଞ୍ଚାଇବା ପାଇଁ ଅନେକ ଲୋକ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେଇଛନ୍ତି ।

Advertisment

ବ୍ୟାସ ଓ ସୁକେତି ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । କୁକଲାହ ଅଞ୍ଚଳରେ ପୋଲ ସହ ଅନେକ ଗାଡ଼ି ଭାସିଯାଇଛି । ଅନେକ ଘର ଭାଙ୍ଗିଯାଇଛି । ସଡ଼କ ଉପରେ ବଡ଼ ବଡ଼ ପଥର ପଡିବା ସହ କାଦୁଅ ଜମି ରହିଛି । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।

ଅନେକ ଗାଡ଼ି କାଦୁଅରେ ପୋତି ହୋଇଯାଇଛି । ଶିମଲା କରସୋଗ ରୋଡରେ ଭୂସ୍ଫଳନ ହେବା ଫଳରେ ଅନେକ ଗାଡ଼ି ଅଟକି ରହିଥିଲା । କେବଳ ହିମାଚଳ ପ୍ରଦେଶ ନୁହେଁ, ଉତ୍ତର ଭାରତର ପ୍ରାୟ ରାଜ୍ୟରେ ବର୍ଷା ଜାରି ରହିଛି ।

ଉତ୍ତରାଖଣ୍ଡ, ପଞ୍ଜାବ, ଦିଲ୍ଲୀ, ୟୁପି, ମଧ୍ୟପ୍ରଦେଶ, ଛତିଶଗଡ଼ରେ ବର୍ଷା ଲାଗି ରହିଛି । ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ପାଇଁ ୱାର୍ଣ୍ଣିଂ ଜାରି କରାଯାଇଛି । ରାଜ୍ୟରେ ଅନେକ ଜିଲ୍ଲାରେ ସ୍କୁଲ ବନ୍ଦ ରହିଛି । ବାଗେଶ୍ବର ଜିଲ୍ଲାରେ ସରୟୁ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ।

ଅଧିକ ପଢନ୍ତୁ: ଛାରଖାର ହୋଇଗଲା ଗୋଟିଏ ପରିବାର, ଭାସିଗଲେ ୯ଜଣ ସଦସ୍ୟ

Uttarakhand Flash Flood In Uttarakhand Himachal Pradesh Landslides
Advertisment
Related Articles
Advertisment