/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751369910.jpg)
Old Car No Petrol or Diesel for You in Delhi Big Rule Alert
ପୁରୁଣା ଗାଡ଼ିକୁ ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ମନା । ୧୫ ବର୍ଷରୁ ଅଧିକ ପେଟ୍ରୋଲ ଯାନବାହାନ ଏବଂ ୧୦ ବର୍ଷରୁ ଅଧିକ ଡିଜେଲ ଗାଡିକୁ ତେଲ ଟାଙ୍କିରେ ଦିଆଯାଉନି ତେଲ। ଆଜିଠାରୁ ଏହି ବ୍ୟବସ୍ଥା ଲାଗୁ ହୋଇଛି । ଦିଲ୍ଲୀରେ ବିଭିନ୍ନ ପେଟ୍ରୋଲ ପମ୍ପରେ ନୋଟିସ ବୋର୍ଡ ଝୁଲାଇ ଚାଳକ ଓ ମାଲିକଙ୍କୁ ସଚେତନ କରାଯାଇଛି । ସିସିଟିଭି କ୍ୟାମେରାରେ ନଜର ରଖାଯିବା ସହ ମାଇକ ସହାୟତାରେ ଏନେଇ ମଧ୍ୟ ସୂଚନା ଦିଆଯାଉଛି ।
ପ୍ରାଥମିକସ୍ତରରେ ପ୍ରାୟ ୩୫୦ ପେଟ୍ରୋଲ ଟାଙ୍କିରେ ପୋଲିସ ମୁତୟନ ସହ ଗାଡିଗୁଡିକ ତନଖି କରାଯାଉଛି। ଦିଲ୍ଲୀରେ ବାୟୁ ପ୍ରଦୂଷଣ ବଢିଚାଲିଥିବାରୁ ଏହା ଉପରେ ରୋକ୍ ଲଗାଇବାକୁ ଏଭଳି ବ୍ୟବସ୍ଥା ହୋଇଛି । ଦିଲ୍ଲୀ ପରିବହନ ବିଭାଗ ସହ ମ୍ୟୁନିସପାଲ କର୍ପୋରେସନ ଓ ପୋଲିସ ପ୍ରଶାସନ ଏନେଇ ମିଳିତ ଭାବେ ଏନେଇ ଯୋଜନା ହାତକୁ ନେଇଛନ୍ତି । ଏମିତିକି ଗାଡ଼ି ମାଲିକମାନଙ୍କୁ ଏନେଇ ନୋଟିସ ଜାରି କରାଯାଉଛି । ବାହନ ଡାଟାବେସ ତଥ୍ୟ ଅନୁଯାୟୀ, ଦିଲ୍ଲୀରେ ପ୍ରାୟ ୬୨ ଲକ୍ଷ ଗାଡି ଯାହା ରାସ୍ତାରେ ଗଡିବା ଅବଧି ସରିଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)