Advertisment

Madhya Pradesh: ୨ବର୍ଷ ହେବ କଥା ହେଉଥିଲେ, ପ୍ରେମିକର ଏକତରଫା ପ୍ରେମ ନେଇଗଲା ଜୀବନ

ସଂଧ୍ୟାଙ୍କ ମୃତ୍ୟୁ ପରେ ହସପିଟାଲରେ ଉତ୍ତେଜନା ଦେଖାଦେଇଥିଲା । ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ୨୨ବର୍ଷିୟ ଅଭିଷେକ କୋଷ୍ଠି।

author-image
Manasranjan Mohanty
ଅଦ୍ୟତନ ହୋଇଛି
Madhya Pradesh

Madhya Pradesh

ମଧ୍ୟପ୍ରଦେଶର ନରସିଂହପୁରରେ ଛାତି ଥରାଇ ଦେଲାଭଳି ହତ୍ୟାକାଣ୍ଡ । ଜଣେ ଟ୍ରେନି ନର୍ସଙ୍କୁ ଯେଉଁଭଳି ଭାବେ ହତ୍ୟା କରାଯାଇଛି ତାହା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ୧୮ବର୍ଷିୟ ସଂଧ୍ୟା ଚୌଧୁରୀଙ୍କୁ ହସପିଟାଲ ଭିତରେ ସର୍ବସମ୍ମୁଖରେ ବେକ କାଟି ହତ୍ୟା କରାଯାଇଛି । ସଂଧ୍ୟାଙ୍କ ମୃତ୍ୟୁ ପରେ ହସପିଟାଲରେ ଉତ୍ତେଜନା ଦେଖାଦେଇଥିଲା । ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ୨୨ବର୍ଷିୟ ଅଭିଷେକ କୋଷ୍ଠି । ଅଭିଷେକ ପୋଲିସ ଆଗରେ ନିଜର ଦୋଷ ମାନିଛି ।

Advertisment

କ’ଣ ରହିଛି ପୁରା ଘଟଣା

ଘଟଣା ଘଟିଥିଲା ୨୭ଜୁନ ଦ୍ବିପହର ସମୟରେ । ସଂଧ୍ୟା ନରସିଂହପୁରର ଜିଲ୍ଲା ହସପିଟାଲରେ ନର୍ସିଂ ଟ୍ରେନିଂ ନେଉଥିଲେ । ଘଟଣା ସମୟରେ ସଂଧ୍ୟା ଚୌକିରେ ବସିଥିଲେ । ହଠାତ ଅଭିଷେକ ହସପିଟାଲ ଭିତରେ ପଶି ସଂଧ୍ୟାକୁ ମାରପିଟ୍ କରିଥିଲା ।

ଅଧିକ ପଢନ୍ତୁ: ବାପା ପୋଲିସ୍ ଅଫିସର୍...ପୁଅ-ବୋହୂ ହତ୍ୟାକାରୀ

ସମସ୍ତଙ୍କ ଆଗରେ ହତ୍ୟା

ପାଖରେ ଥିବା ରୋଗୀ ମାନେ ଅଭିଯୁକ୍ତଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ଅଭିଯୁକ୍ତ ଅଭିଷେକ ସମସ୍ତଙ୍କୁ ଡରାଇଥିଲେ । ଏହାରି ଭିତରେ ଅଭିଯୁକ୍ତ ନିଜ ପକେଟରୁ ଛୁରି ବାହାର କରିଥିଲେ । ପ୍ରଥମେ ଅଭିଯୁକ୍ତ ଛୁରିରେ ନିଜକୁ ଆକ୍ରମଣ କରିଥିଲା ଓ ପରେ ସଂଧ୍ୟାଙ୍କୁ ଆକ୍ରମଣ କରିଥିଲା । ସଂଧ୍ୟାଙ୍କ ବେକରେ ଛୁରି ବାଜିଥିଲା ଓ ପ୍ରବଳ ରକ୍ତଶ୍ରାବ ହୋଇଥିଲା ।

Advertisment

ଚାଲିଗଲା ଜୀବନ

ଆକ୍ରମଣ କରିବା ପରେ ଅଭିଯୁକ୍ତ ହସପିଟାଲରୁ ଫେରାର ହୋଇଯାଇଥିଲା । ସୂଚନା ପାଇ ପୁରା ହସପିଟାଲ ଷ୍ଟାପ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ସାଙ୍ଗେ ସାଙ୍ଗେ ସଂଧ୍ୟାକୁ ହସପିଟାଲର ଏମର୍ଜେନ୍ସୀ ୱାର୍ଡରେ ଭର୍ତ୍ତି କରାଯାଇଥିଲା । ସେତେବେଳକୁ ସଂଧ୍ୟାଙ୍କ ଦେହରୁ ପ୍ରବଳ ରକ୍ତ ବୋହିସାରିଥିଲା । ଚିକିତ୍ସା ବେଳେ ସଂଧ୍ୟାଙ୍କ ମୃତ୍ୟୁ ହୋଇଯାଇଥିଲା ।

ଦୋଷ ମାନିଲା ଅଭିଯୁକ୍ତ

ଫେରାର ଅଭିଯୁକ୍ତକୁ ପୋଲିସ କିଛି ସମୟ ମଧ୍ୟରେ ଖୋଜିକି ଗିରଫ କରିଥିଲା । ପ୍ରାଥମିକ ତଦନ୍ତରୁ ସଂଧ୍ୟାଙ୍କ ହତ୍ୟା ପଛରେ ପ୍ରେମ ବ୍ୟାପାର କିମ୍ବା ଶତ୍ରୁତା ଥିବା ସଂଦେହ କରୁଥିଲା ପୋଲିସ । ଅଭିଯୁକ୍ତକୁ ଜେରା କରିବା ପରେ ପୁରା ଘଟଣା ସାମନାକୁ ଆସିଥିଲା ।

ହତ୍ୟା ପଛର କାରଣ

ଅଭିଯୁକ୍ତ ଅଭିଷେକ ପୋଲିସକୁ କହିଛି ସେ ଅନେକ ସମୟ ହେବ ସଂଧ୍ୟାକୁ ଜାଣିଥିଲା । ଗତ ୨ବର୍ଷ ହେବ ସେମାନେ କଥା ହେଉଥିଲେ । ଅଭିଯୁକ୍ତ ସଂଧ୍ୟାକୁ ଏକତରଫା ପ୍ରେମ କରୁଥିଲା । ଅନେକ ଦିନ ହେବ ସେ ସଂଧ୍ୟାକୁ ହଇରାଣ କରୁଥିଲା । ସଂଧ୍ୟା ଏନେଇ ପରିବାର ଲୋକଙ୍କୁ ଜଣାଇନଥିଲେ । ଶେଷରେ ଅଭିଯୁକ୍ତ ସଂଧ୍ୟାର ଜୀବନ ନେଇଗଲା ।

ଫାଶୀ ପାଇଁ ଦାବି

ସଂଧ୍ୟାର ମୃତ୍ୟୁ ପରେ ହସପିଟାଲରେ ଉତ୍ତେଜନା ଦେଖାଦେଇଥିଲା । ପୋଲିସ ହସପିଟାଲକୁ ସିଜ୍ କରିଦେଇଛି । ସଂଧ୍ୟାଙ୍କ ପରିବାର ଲୋକ ଅଭିଯୁକ୍ତକୁ ଫାଶୀ ଦଣ୍ଡ ଦେବାକୁ ଦାବି କରୁଛନ୍ତି । ପୋଲିସ ମାମଲାଟିକୁ ଫାଷ୍ଟଟ୍ରାକ୍ କୋର୍ଟକୁ ନେବ ବୋଲି କହିଛି ।

ଅଧିକ ପଢନ୍ତୁ: ଅଳିଆ ଭର୍ତ୍ତି ଟ୍ରକରୁ ମିଳିଲା ମହିଳାଙ୍କ ମୃତଦେହ, ୨୦ ଘଣ୍ଟାରେ ଗିରଫ ହେଲା ପ୍ରେମିକ

Nursing Staff Madhya Pradesh Murder
Advertisment
Related Articles
Advertisment