Advertisment

Flash Floods: ଛାରଖାର ହୋଇଗଲା ଗୋଟିଏ ପରିବାର, ଭାସିଗଲେ ୯ଜଣ ସଦସ୍ୟ

ପିଲାମାନେ ପାଣିରେ ଖେଳିବା ସହ ସେଲଫି ନେଉଥିଲେ। ନଦୀରେ ପାଣି ଆଦୌ ଅଧିକ ନଥିଲା। କିନ୍ତୁ ହଠାତ୍‌ ଫଟୋ ଉଠାଉଥିବା ବେଳେ ବନ୍ୟା ପାଣି ମାଡ଼ି ଆସିଥିଲା।

author-image
Manasranjan Mohanty
Flash Floods

Flash Floods

ପିକନିକ୍ କରିବାକୁ ଯାଇ ଭାସିଗଲେ । ଗୋଟିଏ ପରିବାର ଛାରଖାର ହୋଇଗଲା । ପରିବାରର ୧୮ଜଣ ସଦସ୍ୟ ଏକାଠି ପିକନିକ୍ କରିବାକୁ ଯାଇଥିଲେ । କିନ୍ତୁ ସ୍ୱାଟ ନଦୀରେ ହଠାତ ବନ୍ୟା ପାଣି ମାଡ଼ି ଆସିଥିଲା । ପାଣିର ବେଗ ଏତେ ଅଧିକ ଥିଲା ଯେ ୧୮ଜଣଙ୍କ ଭିତରୁ ୯ଜଣ ଭାସିଯାଇଥିଲେ । ସେମାନଙ୍କ ମଧ୍ୟରେ କିଛି ଛୋଟ ପିଲା ଓ ମହିଳା ଅଛନ୍ତି ।

Advertisment

ଶୁକ୍ରବାର ପାକିସ୍ତାନର ଖାୟବର ପାଖତୁନଖ୍ୱାରେ ଏହି ଅଭାବନୀୟ ଘଟଣା ଘଟିଛି । ଯାହାର ଭିଡିଓ ଏବେ ସାମନାକୁ ଆସିଛି । ଭିଡିଓରେ କିଛି ଲୋକ ବନ୍ୟା ପାଣିର ପ୍ରଖର ସ୍ରୋତରେ ଭାସି ଯାଉଥିବା ଦେଖିବାକୁ ମିଳୁଛି।

Advertisment

ଭାଇରାଲ ଭିଡିଓରେ ଦେଖାଯାଉଛି ଯେ ଚାରିପଟେ ପ୍ରଖର ବେଗରେ ବନ୍ୟା ପାଣି ପ୍ରବାହିତ ହେଉଥିବା ବେଳେ କିଛି ଲୋକ ଗୋଟିଏ ଉଚ୍ଚ ସ୍ଥାନରେ ପରସ୍ପରକୁ ଧରି ଜୀବନ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। ସେହିପରି ଉଚ୍ଚ ସ୍ଥାନକୁ ଆସିବାକୁ ଚେଷ୍ଟା କରିବା ବେଳେ କିଛି ଲୋକ ପାଣିର ସ୍ରୋତରେ ଭାସି ଯାଉଛନ୍ତି।୫ଟି ଭିନ୍ନଭିନ୍ନ ସ୍ଥାନରେ ଉଦ୍ଧାର କାର୍ଯ୍ୟ କରାଯାଉଛି।

ସର୍ଚ୍ଚ ଅପରେସନରେ ୮୦ ଜଣ କର୍ମଚାରୀ ସାମିଲ ହୋଇଛନ୍ତି। ଦୀର୍ଘ ଘଣ୍ଟା ଧରି ଉଚ୍ଚ ସ୍ଥାନରେ ରହି ଉଦ୍ଧାର ହୋଇଥିବା ପରିବାରର ଜଣେ ସଦସ୍ୟ କହିଛନ୍ତି ଯେ ସେମାନେ ପିକନିକ କରିବାକୁ ଆସିବା ସହ ବ୍ରେକଫାଷ୍ଟ କରୁଥିଲେ। ପିଲାମାନେ ପାଣିରେ ଖେଳିବା ସହ ସେଲଫି ନେଉଥିଲେ। ନଦୀରେ ପାଣି ଆଦୌ ଅଧିକ ନଥିଲା। କିନ୍ତୁ ହଠାତ୍‌ ଆମେ ଫଟୋ ଉଠାଉଥିବା ବେଳେ ବନ୍ୟା ପାଣି ମାଡ଼ି ଆସିଥିଲା।

ଏଥିରେ ପିଲାମାନେ ଭାସି ଯାଇଥିଲେ। ପାଣିର ସ୍ରୋତ ଏତେ ଅଧିକ ଥିଲା ଯେ ଲାଗୁଥିଲା କୌଣସି ବନ୍ଧ ଭାଙ୍ଗି ଯାଇଛି । ତାଙ୍କ କହିବା କଥା ଯେ ପରିବାରର ୯ ଜଣ ଭାସି ଯାଇଥିବା ବେଳେ ବାକି ସଦସ୍ୟ ଦୀର୍ଘ ୨ ଘଣ୍ଟା ଧରି ପାଣିରେ ଫସି ରହିବା ପରେ ଉଦ୍ଧାରକାରୀ ଟିମ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିଥିଲା।

ପାଣିର ପ୍ରଖର ସ୍ରୋତରେ ଭାସି ଯାଇଥିବା ପରିବାରର ୯ ଜଣଙ୍କୁ ବିଭିନ୍ନ ସ୍ଥାନରେ ଖୋଜା ଚାଲିଛି। କିନ୍ତୁ ଘଟଣାକୁ ୨୪ ଘଣ୍ଟାରୁ ଅଧିକ ସମୟ ବିତି ଯାଇଥିଲେ ହେଁ ସେମାନଙ୍କର କୌଣସି ପତ୍ତା ମିଳି ନାହିଁ।

ଅଧିକ ପଢ଼ନ୍ତୁ: ଆତ୍ମଘାତୀ ବିସ୍ଫୋରଣରେ ୧୬ ପାକିସ୍ତାନୀ ଯବାନ ମୃତ, ତାଲିବାନ ଗ୍ରୁପ୍ କହିଲା...

Pakistan Viral Video
Advertisment
Related Articles
Advertisment