/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750522528.jpg)
Indigo Flight May Day Call
ମଝି ଆକାଶରେ ବିମାନରେ ସରିଗଲା ଇନ୍ଧନ । ହାତ ଟେକିଦେଲେ ପାଇଲଟ । ମେ ଡେ ମେ ଡେ ବୋଲି ବାର୍ତ୍ତା ପଠାଇଲେ। କିଛି ଦିନ ତଳେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗସ୍ତ ହୋଇଥିଲା। ଦୁର୍ଘଟଣାର ଠିକ୍ ପୂର୍ବରୁ ପାଇଲଟ୍ ମେ ଡେ ମେ ଡେ ବୋଲି କହିଥିଲେ। ଆଜି ମଧ୍ୟ ଠିକ୍ ଏହି ଭଳି ଘଟଣା ଘଟିଥିଲା।
ଗୌହାଟିରୁ ଚେନ୍ନାଇ ବିମାନରେ ମଝି ଆକାଶରେ ଇଣ୍ଡିଗୋ ବିମାନରେ ଇନ୍ଧନ ସରିଗଲା। ବିମାନରେ ୧୬୮ ଜଣ ଯାତ୍ରୀ ଥିଲେ। ଇନ୍ଧନ ସରିବା ଦେଖି ପାଇଲଟ ଏୟାର ଟ୍ରାଫିକ୍ କଣ୍ଟ୍ରୋଲକୁ ମେ ଡେ ମେ ଡେ ବୋଲି ସଙ୍କେତ ଦେଇଥିଲେ। ଏହା ପରେ ତୁରନ୍ତ ବିମାନକୁ ବେଙ୍ଗାଲୁରୁରେ ଏମରଜେନ୍ସି ଲ୍ୟାଣ୍ଡିଂ କରାଯାଇଥିଲା।
ଅଧିକ ପଢ଼ନ୍ତୁ: ନଷ୍ଟ ହୋଇଯାଇଛି ବ୍ଲାକ୍ ବକ୍ସ ଡାଟା, ଜଣାପଡିବ ତ ବିମାନ ଦୁର୍ଘଟଣାର କାରଣ ?
ଜୁନ୍ ୧୨ ତାରିଖରେ ଏୟାର ଇଣ୍ଡିଆର ବିମାନ କ୍ରାସ୍ ହୋଇଥିଲା। ଏହାପରେ ବିମାନ ଉଡାଣ କ୍ଷେତ୍ରରେ ଆହୁରି ସତର୍କତା ବର୍ତ୍ତୁଛନ୍ତି ବିମାନ ଉଡାଣ କମ୍ପାନୀ । ଏହାରି ଭିତରେ ଆଜି ବିମାନରେ ଆବଶ୍ୟକତାରୁ କମ୍ ଇନ୍ଧନ ରହିବା ଭଳି ଘଟଣା ଚିନ୍ତାକୁ ଆହୁରି ବଢାଇଛି। ବିମାନ ଲ୍ୟାଣ୍ଡିଂ ସମୟରେ ସେଠାରେ ଜରୁରୀ ସେବା ମହଜୁଦ ଥିଲା ଜାତୀୟ ଗଣମାଧ୍ୟମରୁ ଚର୍ଚ୍ଚା ହେଉଛି ।
ଏପଟେ ଅହମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଡିରକ୍ଟରେଟ୍ ଜେନେରାଲ୍ ଅଫ୍ ସିଭିଲ୍ ଏଭିଏସନ (DGCA) ତିନି ବରିଷ୍ଠ ଅଧିକାରୀଙ୍କୁ ହଟେଇବାକୁ ଏୟାର ଇଣ୍ଡିଆକୁ ନିର୍ଦ୍ଦେଶ ଦେଇଛି । କ୍ରୁ ସିଡ୍ୟୁଲିଂ କାମରୁ ସେମାନଙ୍କୁ ହଟେଇବାକୁ କୁହାଯାଇଛି । ଲାଇସେନସିଂ, ବିଶ୍ରାମ ଓ ନୂତନତାରେ ଅନିୟମିତତା ଥିବାର ଡିଜିସିଏ ନଜରକୁ ଆସିଛି । ଏଥି ସହିତ ଡିଜିସିଏ ଏୟାର ଇଣ୍ଡିଆକୁ ସୋ-କଜ୍ ନୋଟିସ ମଧ୍ୟ ଦେଇଛି । ଗତ ମେ’ ମାସ ୧୬ ଓ ୧୭ ତାରିଖରେ ବାଙ୍ଗାଲୋର୍-ଲଣ୍ଡନ ବିମାନ ଉଡ଼ାଣକୁ ନେଇ ଏହି ସୋ-କଜ୍ ମଗାଯାଇଛି । ପାଇଲଟ୍ ଏହି ବିମାନ ୧୦ ଘଣ୍ଟାରୁ ଅଧିକ ସମୟ ଉଡାଇ ଥିବାର ଜଣାପଡିଛି । ଏହା ନିୟମ ବହିର୍ଭୂତ ବୋଲି କହିଛି ଡିଜିସିଏ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)