/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750054070.jpg)
ଜଣା ପଡ଼ିଲା ଦୁର୍ଘଟଣା କାରଣ
ମଣିଷ ଜୀବନରେ ଜନ୍ମ ହେବା ପରର ପ୍ରଥମ ଶବ୍ଦ ଓ ମୃତ୍ୟୁ ପୂର୍ବର ଶେଷ ଶବ୍ଦ ଖୁବ ଗୁରୁତ୍ୱ ବହନ କରେ । ହେଲେ ଯେତେବେଳେ ଜଣେ ମଣିଷ ହାତରେ ୨୪୧ ଜଣ ଲୋକଙ୍କ ଜୀବନ ଥାଏ, ଆଉ ଏକ ଭୟଙ୍କର ଦୁର୍ଘଟଣାରେ ସେ ସଭିଙ୍କ ମୃତ୍ୟୁ ହୁଏ ତେବେ ସେ ମଣିଷର ଶେଷ କଥା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପଡେ । ଯେମେତି ଅହମ୍ମଦାବାଦରେ ଘଚିଥିବା ଲୋମଟାଙ୍କୁରା ଦୁର୍ଘଟଣାରେ ସେହି ବିମାନର ପାଇଲଟଙ୍କ ଶେଷ କଥା ଏବେ ସମସ୍ତେ ଜାଣିବାକୁ ଚାହୁଁଛନ୍ତି । ଦୁର୍ଘଟଣା ପୂର୍ବରୁ ପାଇଲଟ୍ ୩ ଥର ମେ’ଡେ’ କହିଥିଲେ ଏକଥା ତ ସମସ୍ତେ ଜାଣିଛନ୍ତି । ହେଲେ କ୍ରାସ ହେବର ୫ ସେକେଣ୍ଡ ପୂର୍ବରୁ ପାଇଲଟ୍ କହିଥିଲେ ୭ଟି ଶବ୍ଦ ଯାହା ଏବେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି ।
ଅଧିକ ପଢ଼ନ୍ତୁ: UPI ଉପଭୋକ୍ତା ହୋଇଯାଆନ୍ତୁ ସାବଧାନ, ଅଗଷ୍ଟ ୧ରୁ ବଦଳିବ ନିୟମ
୧୨ ଜୁନ୍ ୨୦୨୫, ସମୟ ୧ଟା ୩୮ ମିନିଟ୍ । ଏୟାର ଇଣ୍ଡିଆ ଫ୍ଲାଇଟ୍ 171 ଅହମ୍ମଦାବାଦରୁ ଲଣ୍ଡନ ଅଭିମୁଖେ ଉଡ଼ାଣ ଭରିଥିଲା। ଏହାକୁ ଉଡ଼ାଉଥିଲେ ପାଇଲଟ୍ ସୁମିତ ସବରୱାଲ ଓ କୋ ପାଇଲଟ୍ କ୍ଲାଇଭ୍ କୁନ୍ଦର । ହେଲେ ଉଡ଼ାଣ ଭରିବାର ମାତ୍ର କିଛି ସମୟ ମଧ୍ୟରେ ବିମାନଟି ଏକ ମେଡିକାଲ କଲେଜର ହଷ୍ଟେଲ ଛାତରେ ଦୁର୍ଘଟଣାଗ୍ରସ୍ତ ହୋଇ ନିଆଁର ଗୋଲାରେ ପରିଣତ ହୋଇଗଲା । ହେଲେ ଏହି ଭୟଙ୍କର ଦୁର୍ଘଟଣାର ଠିକ୍ ୫ ସେକେଣ୍ଡ ପୂର୍ବରୁ କ୍ୟାପଟେନ୍ ସୁମୀତ ଏୟାର ଟ୍ରାଫିକ କଣ୍ଟ୍ରୋଲକୁ କଣ୍ଟାକ୍ଟ କରି ୭ଟି ଶବ୍ଦ କହିଥିଲେ । ସେ କହିଥିଲେ, ‘Thrust not achieved… falling… MAYDAY ! MAYDAY ! MAYDAY !’ ଅର୍ଥାତ ବିମାନକୁ ଥ୍ରଷ୍ଟ ମିଳୁନାହିଁ, ଆମେ ତଳକୁ ତଳକୁ ଯାଉଛୁ...ଆଉ ତିନିଥର ମେ’ଡେ । ଏହା ସ୍ପଷ୍ଟ କରୁଛି ଯେ, ଶେଷ ସମୟ ପର୍ଯ୍ୟନ୍ତ ପାଇଲଟ୍ ବିମାନକୁ ବଞ୍ଚାଇବା ପାଇଁ ଯଥାସମ୍ଭବ ଚେଷ୍ଟା କରିଥିଲେ । ଯେପରି ବିମାନଟି ଆବାସିକ ଅଞ୍ଚଳଠାରୁ ଆଗକୁ ଯାଇଥାନ୍ତା, ଯାହାଦ୍ୱାରା କ୍ଷତି କମ୍ ହୋଇଥାନ୍ତା ।
ତେବେ ଆମେ ଏଠାରେ କହି ରଖୁଛୁ ଯେ, ଥ୍ରଷ୍ଟ ବିମାନକୁ ଗତି ଏବଂ ଉଡ଼ାଣ ପ୍ରଦାନ କରେ। ବିମାନ ଉଡ଼ାଇବାରେ ଥ୍ରଷ୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଶକ୍ତି। ଯାହା ବିମାନର ଇଞ୍ଜିନ ଦ୍ୱାରା ସୃଷ୍ଟି ହୁଏ। ଆଉ ଫ୍ଲାଇଟ୍ AI171 କେସରେ ବିମାର ଇଞ୍ଜିନ ଥ୍ରଷ୍ଟ ଜେନେରେଟ୍ କରିପାରୁ ନଥିଲା। ଫଳରେ ବିମାନଟି ଯଥେଷ୍ଟ ଗତି ପାଇପାରିଲା ନାହିଁ ଆଉ ଆକାଶରୁ ଖସିପଡ଼ି କ୍ରାସ ହୋଇଗଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)