Advertisment

Shubhanshu Shukla: ଆକ୍ସିଅମ୍-୪ ମିଶନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଲା ନାସା

ମେ ୨୬ରୁ ଆମେରିକାର ଫ୍ଲୋରିଡାରେ କ୍ୱାରେଣ୍ଟିନ୍ ରେ ଅଛନ୍ତି ଶୁଭାଂଶୁ ଙ୍କ ସମେତ ୪ ମିଶନ କ୍ରୁ । ଏହି ଘରୋଇ ମିଶନରେ ଭାରତୀୟଙ୍କୁ ମହାକାଶକୁ ପଠାଇବା ପାଇଁ ଭାରତ ପ୍ରାୟ ୫ଶହ କୋଟି ଟଙ୍କା ଖର୍ଚ୍ଚ କରୁଥିବା ଚର୍ଚ୍ଚା ହେଉଛି ।

author-image
Manasranjan Mohanty
Shubhanshu Shukla

Shubhanshu Shukla

ଅନିଶ୍ଚିତତା ଘେରରେ ଭାରତର 'ଶୁଭାଂଶୁ' ସ୍ବପ୍ନ । ବହୁ ପ୍ରତୀକ୍ଷିତ ଆକ୍ସିଅମ୍-୪ ମିଶନକୁ ନାସା ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିବା ପରେ ବଢିଲା ଆଶଙ୍କା । ଭାରତର ଦ୍ବିତୀୟ ମହାକାଶଚାରୀ ବନିବାକୁ ଥିବା ଗ୍ରୁପ୍ କ୍ୟାପଟେନ ଶୁଭାଂଶୁ ଶୁକ୍ଳା ଏବଂ ବ୍ୟାକଅପ୍ କ୍ରୁ ମେମ୍ବର ଗ୍ରୁପ୍ କ୍ୟାପଟେନ ପ୍ରଶାନ୍ତ ନାୟାରଙ୍କୁ ଭାରତ ଫେରାଇ ଆଣିପାରେ ଇସ୍ରୋ ।

Advertisment

ଇସ୍ରୋ, ନାସା କିମ୍ବା ଆକ୍ସିଅମ୍ ସ୍ପେଶ୍ ପକ୍ଷରୁ ବିଧିବଦ୍ଧ ଘୋଷଣା କରାଯାଇନଥିଲେ ବି ଜାତୀୟ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇଛି। ଯାହାକି ଭାରତୀୟ ମହାକାଶଚାରୀ ପ୍ରଥମ ଥର ପାଇଁ ଇଣ୍ଟରନ୍ୟାସନାଲ ସ୍ପେଶ ଷ୍ଟେସନକୁ ଯିବା ଏବଂ ଗଗନଯାନ ଓ ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ ପାଇଁ ଅଭିଜ୍ଞତା ସାଉଁଟିବା ସ୍ୱପ୍ନକୁ ଅନିଶ୍ଚିତତା ଭିତରକୁ ଠେଲି ଦେଇଛି ।

ଅଧିକ ପଢ଼ନ୍ତୁ: ବିମାନରେ ବସିନଥିଲେ କି ହଷ୍ଟେଲରେ ନଥିଲେ , କିନ୍ତୁ ଚାଲିଗଲା ଜୀବନ....

Advertisment

ଆକ୍ସିଅମ୍-୪ ମିଶନ ଲଞ୍ଚିଂ ପ୍ରାୟ ୬ ଥର ଘୁଞ୍ଚିବା ପରେ ଆସନ୍ତାକାଲି ପାଇଁ ଦିନ ଧାର୍ଯ୍ୟ ହୋଇଥିଲା । କିନ୍ତୁ ତାହା ମଧ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛି ନାସା । ISS ର ଋଷୀୟ ଜ୍ୱେଜଦା ସର୍ଭିସ ମଡ୍ୟୁଲ ମରାମତି ପରେ ଏହାର କାର୍ଯ୍ୟକାରିତା ଆକଳନ ପାଇଁ ଅଧିକ ସମୟ ଆବଶ୍ୟକ ବୋଲି କାରଣ ଦର୍ଶାଇଛି ନାସା ।

ମେ ୨୬ରୁ ଆମେରିକାର ଫ୍ଲୋରିଡାରେ କ୍ୱାରେଣ୍ଟିନ୍ ରେ ଅଛନ୍ତି ଶୁଭାଂଶୁ ଙ୍କ ସମେତ ୪ ମିଶନ କ୍ରୁ । ଏହି ଘରୋଇ ମିଶନରେ ଭାରତୀୟଙ୍କୁ ମହାକାଶକୁ ପଠାଇବା ପାଇଁ ଭାରତ ପ୍ରାୟ ୫ଶହ କୋଟି ଟଙ୍କା ଖର୍ଚ୍ଚ କରୁଥିବା ଚର୍ଚ୍ଚା ହେଉଛି ।

ଶୁଭାଂଶୁ ଶୁକ୍ଲା ହେଉଛନ୍ତି ଉତ୍ତରପ୍ରଦେଶ ଲକ୍ଷ୍ନୋର ବାସିନ୍ଦା । ତାଙ୍କର ପ୍ରାଥମିକ ଶିକ୍ଷା ଲକ୍ଷ୍ନୋର ସିଟି ମୋଣ୍ଟେସରି ସ୍କୁଲରେ ହୋଇଥିଲା । ଯୁକ୍ତ ୨ ପରେ ସେ ନ୍ୟାସନାଲ ଡିଫେନ୍ସ ଏକାଡେମୀରୁ ଗ୍ରାଜୁଏସନ ଡିଗ୍ରୀ ହାସଲ କରିଛନ୍ତି ।

୨୦୦୬ ଜୁନ ୧୭ରେ ଭାରତୀୟ ବାୟୁସେନାର ଫାଇଟର ୱିଙ୍ଗରେ ସାମିଲ ହୋଇଥିଲେ ଶୁଭାଂଶୁ । ତାଙ୍କ ପାଖରେ ୨ହଜାର ଘଣ୍ଟାରୁ ଅଧିକ ସମୟ ବିମାନ ଉଡାଇବାର ଅନୁଭବ ରହିଛି । ସେ ସୁଖୋଇ ୩୦ ଏମକେଆଇ, ମିଗ୍ ୨୧, ମିଗ୍ ୨୯, ଜଗୁଆର ଭଳି ଯୁଦ୍ଧ ବିମାନ ଉଡାଇଛନ୍ତି ।

ଅଧିକ ପଢ଼ନ୍ତୁ: ନଷ୍ଟ ହୋଇଯାଇଛି ବ୍ଲାକ୍ ବକ୍ସ ଡାଟା, ଜଣାପଡିବ ତ ବିମାନ ଦୁର୍ଘଟଣାର କାରଣ ?

NASA ISRO Space X
Advertisment
Related Articles
Advertisment