Advertisment

International Yoga Day: ଯୋଗ ଦେଖାଏ ସୁସ୍ଥ ଜୀବନଶୈଳୀର ନୂଆ ବାଟ; ଜାଣନ୍ତୁ କିଛି ସାଧକଙ୍କ କଥା...

୮୬ ବର୍ଷ ବୟସରେ ବି ସେ ଯୁବକ। ବ୍ରହ୍ମପୁର ନୂଆ ବସଷ୍ଟାଣ୍ଡ ରୋଡ଼ର ଟି.କୁରେଶ ପାତ୍ର। ବିଦ୍ୟୁତ ବିଭାଗରେ ଥିଲେ ନିର୍ବାହୀ ଯନ୍ତ୍ରୀ। ପରିଣତ ବୟସରେ କେତେ ଲୋକଙ୍କୁ କ’ଣ ହେଇଯାଉଛି, କିନ୍ତୁ କୁରେଶଙ୍କୁ କୁଆଡ଼େ ରୋଗ ଛୁଉଁନି।

author-image
Sujit kumar Swain
How Yoga Gave Back Youth & Health

How Yoga Gave Back Youth & Health

ଯୋଗ ଦିଏ ନିରୋଗ ଜୀବନ, ଯୋଗ ଦେଖାଏ ସୁସ୍ଥ ଜୀବନଶୈଳୀର ନୂଆ ବାଟ। ଏକଥା ଆମେ କହୁନୁ। କିଛି ଅନୁଭବି ବଖାଣିଛନ୍ତି ତାଙ୍କ ମୁହଁରେ। ପରିଣତ ବୟସରେ କିଏ ଯୁବ ସୁଲଭତାର କଥା କହିଛନ୍ତି ତ ଆଉ କିଏ ରୋଗଦୁଃଖରୁ ମୁକ୍ତି ପାଇଥିବା ଦାବି କରିଛନ୍ତି। ବିଶ୍ବ ଯୋଗ ଦିବସ ଅବସରରେ ଆସନ୍ତୁ ଜାଣିବା, ଜୀବନ ଶୈଳୀରେ ଯୋଗକୁ ଯୋଡ଼ି ଯୁବ ଅନୁଭବ କରୁଥିବା କିଛି ସାଧକଙ୍କୁ...

Advertisment

କୁହାଯାଏ, ଶରୀର ଅଛି ମାନେ ରୋଗ ନିଶ୍ଚିତ। ପରିଣତ ବୟସରେ ସେ ନା ରୋଗୀ ନା ଶାରିରୀକ ଭାବେ ଦୁର୍ବଳ। ୮୬ ବର୍ଷ ବୟସରେ ବି ସେ ଯୁବକ। ବ୍ରହ୍ମପୁର ନୂଆ ବସଷ୍ଟାଣ୍ଡ ରୋଡ଼ର ଟି.କୁରେଶ ପାତ୍ର। ବିଦ୍ୟୁତ ବିଭାଗରେ ଥିଲେ ନିର୍ବାହୀ ଯନ୍ତ୍ରୀ। ପରିଣତ ବୟସରେ କେତେ ଲୋକଙ୍କୁ କ’ଣ ହେଇଯାଉଛି, କିନ୍ତୁ କୁରେଶଙ୍କୁ କୁଆଡ଼େ ରୋଗ ଛୁଉଁନି। ୨୬ ବର୍ଷ ବିତିଗଲା, ଚାକିରିରୁ ଅବସର ନେବା ପରଠୁ ନିଜ ଜୀବନରେ ଯୋଗକୁ ଯୋଡ଼ି ଫିଟ୍ ଆଣ୍ଡ ଫାଇନ୍ ଥିବା ଦାବି କରିଛନ୍ତି। ପ୍ରତିଦିନ ସକାଳେ ୨ ଘଣ୍ଟା ଯୋଗ କରନ୍ତି, ସନ୍ଧ୍ୟାରେ ୩ରୁ ୪ କିଲୋମିଟର ଚାଲନ୍ତି। ଆଉ ତାଙ୍କ ଦ୍ବାରା ପ୍ରେରଣ ପାଇଁ ସପରିବାର ବି ଯୋଗ କରନ୍ତି।

ଅଧିକ ପଢ଼ନ୍ତୁ: ଯୋଗ କରିବାକୁ ଚାହୁଁଛନ୍ତି, ଜାଣିପାରୁ ନାହାନ୍ତି କ’ଣ କରିବେ; ଜାଣନ୍ତୁ ଆପଣଙ୍କ ଶରୀର ପାଇଁ କେଉଁ ଆସନ

Advertisment

ସେହି ବ୍ରହ୍ମପୁର ଗାନ୍ଧୀନଗରର ପୂର୍ଣ୍ଣଚନ୍ଦ୍ର ସୁବୁଦ୍ଧିଙ୍କ ପାଇଁ ତ ବୟସ କେବଳ ଏକ ସଂଖ୍ୟା ମାତ୍ର। ତାଙ୍କ ଆଗରେ ଆଚ୍ଛା ଆଚ୍ଛା ଭେଣ୍ଡିଆ ପଛରେ ପଡ଼ିଯିବେ। ଯୋଗର ଅନେକ ମୁଦ୍ରା ଜାଣିଛନ୍ତି ଏବଂ ନିଜ ଜୀବନରେ ଏହାକୁ ପ୍ରୟୋଗ କରୁଛନ୍ତି ବୋଲି ଯୁବ ସୁଲଭତା ଭରି ରହିଛି ତାଙ୍କ ପାଖରେ। ବୟସ ଆସି ୭୨ ହେଲାଣି। ୨୦୦୬ରେ ଫାଲେରିଆ ସମସ୍ୟା ଦେଖାଗଲା। ରକ୍ତଚାପ ସହ ହୃଦଘାତ ଭଳି ଅନୁଭବ କରୁଥିଲେ। ତେଣୁ ଔଷଧ ବି ଖାଉଥିଲେ। ହେଲେ ଯୋଗ ସହ ଯେବେ ଯୋଡ଼ିହେଲେ ବର୍ଷକ ଭିତରେ ସବୁ ରୋଗ ଛୁ। ଏବେ ସେ  ନିଃଶୁଳ୍କ ଯୋଗ ଶିକ୍ଷା ଦେଇ ଯୁବପୀଢ଼ିଙ୍କୁ ରୋଗମୁକ୍ତ ଜୀବନର ବାର୍ତ୍ତା ଦେଉଛନ୍ତି।

ଆଧ୍ୟାତ୍ମିକ, ବିଜ୍ଞାନ ଆଉ ଅନୁଶାସନ ଭିତରେ ମନ, ମସ୍ତିଷ୍କ ଆଉ ଶରୀରକୁ କେମିତି ସୁସ୍ଥ ରଖେ ଯୋଗ, ଜୟପୁର ଆଦର୍ଶନଗରର ଶର୍ମିଳା ସାହୁ ବଖାଣିଛନ୍ତି ନିଜ କଥା। ୨୦୧୩ରେ ସ୍ପାଇନାଲ୍ କର୍ଡ ସମସ୍ୟା ଭୋଗୁଥିଲେ ଶର୍ମିଳା। କିନ୍ତୁ ଅନେକ ଚିକିତ୍ସା ପରେ ବି ଉପଷମ ନମିଳିବାରୁ ୨୦୧୫ରେ ଆରମ୍ଭ କରିଥିଲେ ଯୋଗାଭ୍ୟାସ। ଅବଶ୍ୟ ଔଷଧ ବି ଖାଉଥିଲେ। ଏଭଳି ୨ ବର୍ଷ ଧରି ଅଭ୍ୟାସ କରିବା ପରେ ଏବେ ସବୁ ଶାରିରୀକ ସମସ୍ୟାରୁ ମୁକ୍ତ ଥିବା ଦାବି କରିଛନ୍ତି ଶର୍ମିଳା। ଏପରିକି ଔଷଧ ବି ଖାଉନାହାଁନ୍ତି। ଜୟପୁର ସହରର ବକ୍ସିସାହିର ପ୍ରଭାତୀ ହୋତା ବି ଆର୍ଥରାଇଟିସ ରୋଗରେ ପଡ଼ିଥିଲେ। ସେ ମଧ୍ୟ ନିୟମିତ ଯୋଗ ଦ୍ବାରା ଏବେ ସୁସ୍ଥ ଥିବା ଦାବି କରିଛନ୍ତି। 

ଶାରିରୀକ ଏବଂ ମାନସିକ ଚାପ ସବୁ ରୋଗର ମୂଳ କାରଣ। ତେଣୁ ଚାପମୁକ୍ତ ଜୀବନଶୈଳୀ ପାଇଁ ଯଦି ଯୋଗକୁ ଆପଣାଇ ପାରିବା, ତେବେ ନିରାମୟ ଜୀବନ ନିଶ୍ଚିତ।

International Yoga Day International Yoga Day Celebration
Advertisment
Related Articles
Advertisment