Advertisment

Atul Subhash Suicide Case: ନାତି ପାଇଁ ସୁପ୍ରିମକୋର୍ଟରେ ପହଞ୍ଚିଲେ ଅତୁଲଙ୍କ ମା’; କହିଲେ...

ଅଞ୍ଜୁ ଦେବୀ ଅଭିଯୋଗ କରିଛନ୍ତି ଯେ ତାଙ୍କ ନାତିକୁ ବୋହୂ ଓ ତାଙ୍କ ପରିବାର ଲୋକ ଜୋର୍ ଜବରଦସ୍ତ ରଖିଛନ୍ତି। ତେବେ ତାଙ୍କ ନାତି ଏବେ କେଉଁଠାରେ ଅଛି ତାହା କେହି ଜାଣନ୍ତି ନାହିଁ ବୋଲି ସେ ଅଭିଯୋଗ ଆଣିଛନ୍ତି।

author-image
Sonali Ojha
ଅଦ୍ୟତନ ହୋଇଛି
Supreme Court Hearing On Atul Subhash Suicide Case

Atul Subhas

ବହୁ ଚର୍ଚ୍ଚିତ AI ଇଞ୍ଜିନିୟର ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ଅତୁଲଙ୍କ ମା’ ଅଞ୍ଜୁ ଦେବୀ ମୋଦୀ ତାଙ୍କ ୪ ବର୍ଷର ନାତିଙ୍କୁ ନିଜ ପାଖରେ ରଖିବାକୁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ, ହରିୟାଣା ଏବଂ କର୍ଣ୍ଣାଟକ ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ବର୍ଷ ଜାନୁଆରୀ ୭ରେ ହେବ।

Advertisment

ଅଞ୍ଜୁ ଦେବୀ ଅଭିଯୋଗ କରିଛନ୍ତି ଯେ ତାଙ୍କ ନାତିକୁ ବୋହୂ ଓ ତାଙ୍କ ପରିବାର ଲୋକ ଜୋର୍ ଜବରଦସ୍ତ ରଖିଛନ୍ତି। ଏହି ପିଟିସନରେ ନାତି କେଉଁଠାରେ ଅଛି ବୋଲି ପ୍ରଶ୍ନ କରାଯାଇଛି। ତେବେ ତାଙ୍କ ନାତି କେଉଁଠାରେ ଅଛି ତାହା କେହି ଜାଣନ୍ତି ନାହିଁ ବୋଲି ସେ ଅଭିଯୋଗ ଆଣିଛନ୍ତି। ବର୍ତ୍ତମାନ ସୁଭାଷଙ୍କ ଆତ୍ମହତ୍ୟା ମାମଲାରେ ତାଙ୍କ ପତ୍ନୀ, ଶଳା ଓ ଶାଶୁ ଜେଲରେ ଅଛନ୍ତି।

ଅଧିକ ପଢ଼ନ୍ତୁ: ଅଧିକାରୀ ଟେରା, ପରିତ୍ୟକ୍ତ ଗାଡ଼ିରୁ ମିଳିଲା ଅଧ କୁଇଣ୍ଟାଲେ ସୁନା, ୧୦ କୋଟି ନଗଦ ଟଙ୍କା

Advertisment

ଅଞ୍ଜୁ ଦେବୀଙ୍କ ଆବେଦନ ଉପରେ ଜଷ୍ଟିସ ବି.ଭି ନାଗରତ୍ନା ଏବଂ ଜଷ୍ଟିସ ଏନ କୋଟିଶ୍ୱର ସିଂଙ୍କ ବେଞ୍ଚ ଶୁଣାଣି କରି ତିନୋଟି ରାଜ୍ୟକୁ ନୋଟିସ ଜାରି କରିଛନ୍ତି। ଏହି ପିଟିସନ୍ ଆଡଭୋକେଟ୍ କୁମାର ଦୁଷ୍ମନ୍ତ ସିଂଙ୍କ ଦାଖଲ କରିଛନ୍ତି। ବରିଷ୍ଠ ଆଡଭୋକେଟ୍ ଗୌରବ ଅଗ୍ରୱାଲ ଏହା ଉପରେ ତର୍କ ରଖିଥିଲେ।

ସୂଚନା ଅନୁସାରେ, ଡିସେମ୍ୱର ପହିଲାରେ ବିହାରର ଅତୁଲ ସୁଭାଷ ଆତ୍ମହତ୍ୟା କରିଥିଲେ ସେ ସଫ୍ଟୱେୟାର ଇଞ୍ଜିନିୟର ଭାବେ ବେଙ୍ଗାଲୁରୁରେ କାର୍ଯ୍ୟ କରୁଥିଲେ । ଆତ୍ମହତ୍ୟା କରିବା ପୂର୍ବରୁ ଅତୁଲ ୨୪ ପୃଷ୍ଠାର ଆତ୍ମହତ୍ୟା ନୋଟ ଲେଖିଥିଲେ। ଏକ ଘଣ୍ଟାରୁ ଅଧିକ ସମୟର ଏକ ଭିଡିଓ ମଧ୍ୟ ରେକର୍ଡ କରିଥିଲେ।

 

ଏହି ଭିଡିଓରେ ଅତୁଲ ତାଙ୍କ ମୃତ୍ୟୁ ପାଇଁ ୫ଜଣଙ୍କୁ ଦାୟୀ କରିଛନ୍ତି । ପତ୍ନୀ ନିକିତା ସିଙ୍ଗାନିଆ, ଶାଶୁ ନିଶା ସିଙ୍ଗାନିଆ, ଶ୍ୱଶୁର ଅନୁରାଗ ଏବଂ ମାମୁଁ ସୁଶୀଲ ସିଙ୍ଗାନିଆ ଓ ଫ୍ୟାମିଲି କୋର୍ଟର ବିଚାରପତି ରୀତା କୌଶିକ ଏବଂ ପେଶକାର ମାଧବଙ୍କୁ ଦାୟୀ କରାଯାଇଛି। ନିକିତା ତାଙ୍କ ବିରୋଧରେ ୯ଟି ମିଛ ମାମଲା ଦାୟର କରିଥିଲେ।

ଭିଡିଓରେ ଅତୁଲ କହିଛନ୍ତି, ନିକିତା ନିଜେ ମୋତେ ଛାଡିଛନ୍ତି। ସେ ସାଢେ ଚାରି ବର୍ଷର ପୁଅକୁ ମଧ୍ୟ ନେଇଗଲେ । ମୋତେ ତା ସହ କଥାବାର୍ତ୍ତା କରିବାକୁ ମଧ୍ୟ ଦିଅନ୍ତି ନାହିଁ। ଏମାନେ ମୋ ପୁଅକୁ ଏକ ସାଧନ କରି ମୋ ଠାରୁ ଟଙ୍କା ଲୁଟିବାରେ ବ୍ୟସ୍ତ। ପ୍ରଥମ ସମାଧାନ ପାଇଁ କୋଟିଏ ଟଙ୍କା ଦାବି କରାଯାଇଥିଲା। ତା’ପରେ ଏହି ପରିମାଣକୁ ୩କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଯେତେବେଳେ ମୁଁ ଏହାକୁ ବିରୋଧ କରିଥିଲି, ସେମାନେ ମୋତେ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରିଥିଲେ।

ଅଧିକ ପଢ଼ନ୍ତୁ: ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ED ରେଡ୍‌

Supreme Court Suicide Case
Advertisment
Advertisment