• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସହକର୍ମୀଙ୍କ ପାଇଁ ଜୀବନ ଦେଇଦେଲେ ଯବାନ । ସେନାବାହିନୀର ଜଣେ ଯବାନ ଆଉ ଜଣେ ଯବାନଙ୍କ ପାଇଁ ସହିଦ ହୋଇଛନ୍ତି । ସିକ୍କିମରୁ ଏପରି ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଅଗ୍ନିବୀର ଯବାନ ଭାସି ଯାଉଥିବା ଦେଖି ତାଙ୍କୁ ବଞ୍ଚାଇବାକୁ ଯାଇ ନିଜ ଜୀବନ ବାଜିରେ ଲଗାଇ ଦେଇଥିଲେ ଆଉ ଜଣେ ଯବାନ । ହେଲେ ସେ ପାଣି ସୁଅରେ ଭାସି ଯାଇ ପ୍ରାଣ ହରାଇଛନ୍ତି । 

ସହିଦ ଯବାନ ଜଣଙ୍କ ହେଉଛନ୍ତି ସିକ୍କିମ ସ୍କାଉଟସର ୨୩ ବର୍ଷୀୟ ଲେଫନାଣ୍ଟ ଶଶାଙ୍କ ତିୱାରୀ । ମାତ୍ର ୬ମାସ ତଳେ ସେ ସେନାବାହିନୀରେ ଯୋଗ ଦେଇଥିଲେ । ଆଗକୁ ଥିଲା ଲମ୍ବା ଭବିଷ୍ୟତ । ଗତ ବର୍ଷ ଡିସେମ୍ବରରେ ହିଁ ସିକ୍କିମରେ ଏକ ସାମରିକ ସଞ୍ଚାଳନ ବେସରେ ତାଙ୍କୁ ନେତୃତ୍ୱ ନେବାକୁ ଦାୟିତ୍ୱ ଦିଆଯାଇଥିଲା । ଗତ ଗୁରୁବାର ଏକ ଅଘଟଣ ଘଟିଥିଲା । ସେଠାରେ କାର୍ଯ୍ୟରତ ଥିବା ଅଗ୍ନିବୀର ଷ୍ଟିଫେନ ସୁବା ପୋଲରୁ ତଳକୁ ଖସିପଡ଼ିଥିଲେ । ଫଳରେ ନାଳରେ ପ୍ରବଳ ସ୍ରୋତରେ ଭାସିଯାଇଥିଲେ । ଏହା ଦେଖିବା ପରେ ଲେଫନାଣ୍ଟ ଶଶାଙ୍କ ତିୱାରୀ ସଙ୍ଗେସଙ୍ଗେ ପାଣି ଭିତରକୁ ଡେଇଁଥିଲେ । 

ପରେ ପରେ ଆଉ ଜଣେ ସେନାବାହିନୀ ଅଧିକାରୀ ନାୟକ ପୁକାର କଟେଲ ସେମାନଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ । ହେଲେ ଦୁର୍ଭାଗ୍ୟର ବିଷୟ ସେହି ପାଣିର ସୁଅରେ ଭାସିଗଲେ ଶଶାଙ୍କ ତିୱାରୀ ।  ନାୟକ ପୁକାର କଟେଲ ସୁବାଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି । ହେଲେ ସବୁଦିନ ପାଇଁ ସହିଦ ହୋଇଯାଇଛନ୍ତି ଲେଫ୍ଟନାଣ୍ଟ ଶଶାଙ୍କ ତିୱାରୀ । 

ଅଧିକ ପଢନ୍ତୁ : ୨୧ ଦିନ ପରେ ବିଏସଏଫ୍‌ ଯବାନଙ୍କୁ ଫେରାଇଲା ପାକିସ୍ତାନ