Advertisment

Encounter: ମୃତ୍ୟୁ ପୂର୍ବରୁ ମାଓ ନେତାଙ୍କ ଶେଷ ହାତ ଲେଖା; ମାରିଦେବେ, ଲୁଚି ଯାଅ

ଯବାନଙ୍କ ଗୁଳିରେ ମୃତ୍ୟୁ ପୂର୍ବରୁ ଡାଏରୀରେ ଶେଷ ଥର ପାଇଁ ଲେଖିଥିଲା ଶୀର୍ଷ ମାଓ ନେତା ବାସବରାଜୁ । ଅପରେସନ୍ ପରେ ଯବାନଙ୍କ ହାତରେ ଲାଗିଛି ମାଓ ସଙ୍ଗଠନ ମହାସଚିବ କେନ୍ଦ୍ରୀୟ ସମ୍ପାଦକ ବାସବ ରାଜୁର ଶେଷ ହାତ ଲେଖା।

author-image
Tapaswini Nayak
Naxal

Naxal

ଯବାନଙ୍କ ଗୁଳିରେ ମୃତ୍ୟୁ ପୂର୍ବରୁ ଡାଏରୀରେ ଶେଷ ଥର ପାଇଁ ଲେଖିଥିଲା ଶୀର୍ଷ ମାଓ ନେତା ବାସବରାଜୁ । ଅପରେସନ୍ ପରେ ଯବାନଙ୍କ ହାତରେ ଲାଗିଛି ମାଓ ସଙ୍ଗଠନ ମହାସଚିବ କେନ୍ଦ୍ରୀୟ ସମ୍ପାଦକ ବାସବ ରାଜୁର ଶେଷ ହାତ ଲେଖା।

Advertisment

ଅଧିକ ପଢ଼ନ୍ତୁ: ସୁରକ୍ଷାବାହିନୀ ଗୁଳିରେ ୩ ହାର୍ଡକୋର୍ ମାଓବାଦୀ ନିହତ

ମୃତ୍ୟୁ ପୂର୍ବରୁ ନିଜ ଡାଏରୀରେ ନାଲି ରଙ୍ଗର ଲେଖା ମାଓ ସଙ୍ଗଠନ ପାଇଁ ସତର୍କ ଘଣ୍ଟି ଦେଇଥିଲେ ବାସବ ରାଜୁ। ଡାଏରୀରେ ଲେଖିଥିଲା ଡିଆରଜି ଯବାନ ଆସି ମାରିଦେବେ। ତେଣୁ ଯେଉଁଠି ଅଛ ଲୁଚି ଯାଅ। ଡିଆରଜି ଯବାନଙ୍କ ଠାରୁ ଦୂରେଇ ରୁହ। ଏଭଳି କିଛି ଲେଖି ଥିଲା ବାସବ ରାଜୁ। ତେଣୁ ମାଓ ସଙ୍ଗଠନରେ DRG ଯବାନଙ୍କୁ କେତେ ଭୟ ତାହା ଏଥିରୁ ଅନୁମାନ କରିହେବ। ଏମିତି ଅନେକ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମୃତ୍ୟୁ ପୂର୍ବରୁ ନିଜ ଡାଏରୀରେ ଉଲ୍ଲେଖ କରିଛନ୍ତି ବାସବ ରାଜୁ। ତେଣୁ ପୋଲିସକୁ ଏଥିରୁ ମାଓ ଦମନରେ ଖୋରାକ ଯୋଗାଇବ।

ସୂଚନେଯୋଗ୍ୟ, ବୁଧବାର ସକାଳେ ଛତିଶଗଡ଼ର ୪ଟି ଜିଲ୍ଲା ନାରାୟଣପୁର, ଦାନ୍ତେୱାଡା, ବିଜାପୁର ଏବଂ କୋଣ୍ଡାଗାଁଓ ଜିଲ୍ଲାର ଜିଲ୍ଲା ରିଜର୍ଭ ଗାର୍ଡ(ଡିଆରଜି)ଙ୍କ ମିଳିତ ଅପରେସନ କରାଯାଇଥିଲା। ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୨୭ ମାଓବାଦୀ ନିପାତ ହୋଇଥିବା ବେଳେ ଦୁର୍ଦ୍ଦାନ୍ତ ମାଓ ନେତା ‘ବାସବ ରାଜ’ର ମୃତ୍ୟୁ ହୋଇଥିଲା। ଏପରିକି ଏହି ଅପୂର୍ବ ସଫଳତା ପାଇଁ ଅଦିନିଆ ହୋଲି ପାଳିଥିଲେ ଯବାନ ।

Advertisment

ଅଧିକ ପଢ଼ନ୍ତୁ:   ଛତିଶଗଡରେ ସଫା ହେଲେ ୨୭ ମାଓବାଦୀ, ଖୁସିରେ ହୋଲି ଖେଳିଲେ ଯବାନ

Maoists Chhattisgarh Naxal Encounter
Advertisment
Advertisment