Advertisment

NITI Aayog Governing Council Meeting: ବସିଛି ନୀତି ଆୟୋଗ ବୈଠକ; ବିକଶିତ ଭାରତ ନେଇ ପ୍ରସ୍ତୁତ ହେବ ରୋଡ ମ୍ୟାପ

ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଛି ନୀତି ଆୟୋଗର ଦଶମ ଗଭର୍ଣ୍ଣିଂ କାଉନସିଲ୍ ବୈଠକ । ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ଉପରାଜ୍ୟପାଳ, ସଂସଦ ସଦସ୍ୟ, କେନ୍ଦ୍ରମନ୍ତ୍ରୀମାନେ ଯୋଗ ଦେଇଛନ୍ତି ।

author-image
Chinmayee Sahoo
ଅଦ୍ୟତନ ହୋଇଛି
NITI Aayog

NITI Aayog

ଆଜି ନୂଆଦିଲ୍ଲୀରେ ବସିଛି ନୀତି ଆୟୋଗର ଦଶମ ଗଭର୍ଣ୍ଣିଂ କାଉନସିଲ ବୈଠକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଚାଲିଛି ବୈଠକ। ବୈଠକରେ ୨୦୪୭ ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଏବଂ ଆର୍ଥିକ ଦୃଷ୍ଟିକୋଣ ପାଇଁ ରାଜ୍ୟ ନେତୃତ୍ୱାଧୀନ ରଣନୀତି ଉପରେ ଚାଲିଛି ଆଲୋଚନା। 

Advertisment

ଅଧିକ ପଢ଼ନ୍ତୁ: ଭାରତ ନେଲା ଆକ୍ସନ, ପାନେ ପାଇବ ବାଂଲାଦେଶ

କେନ୍ଦ୍ର ସରକାରଙ୍କ ଦୀର୍ଘକାଳୀନ ବିକାଶ ଉଦ୍ଦେଶ୍ୟ ଅନୁଯାୟୀ ରାଜ୍ୟଗୁଡ଼ିକ କିପରି ସେମାନଙ୍କର ଯୋଜନା ଡିଜାଇନ୍ କରିବେ ତାହା ଉପରେ ମୁଖ୍ୟତଃ ଫୋକସ ରହିଛି । ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ଉପରାଜ୍ୟପାଳ, ସଂସଦ ସଦସ୍ୟ, କେନ୍ଦ୍ରମନ୍ତ୍ରୀ ଏବଂ କେନ୍ଦ୍ର ଓ ରାଜ୍ୟଗୁଡ଼ିକର ଅଧିକାରୀମାନେ ଯୋଗ ଦେଇଛନ୍ତି। ଏହି ବୈଠକରେ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ସାମିଲ ଅଛନ୍ତି ।

ଅଧିକ ପଢ଼ନ୍ତୁ: ଜୁନ୍‌ରେ ଓଡ଼ିଶା ଆସିବେ ମୋଦି ! ବିଜେପି ସରକାରର ବର୍ଷ ପୂର୍ତ୍ତି ସମାରୋହରେ ହୋଇପାରନ୍ତି ସାମିଲ

Advertisment
Narendra Modi PM Modi Prime Minister Narendra Modi NITI Aayog Mohan Majhi
Advertisment
Advertisment