/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751097032.jpg)
Goutam Adani
ଓଡିଶାରେ ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀ । ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀ ପୁରୀରେ ପହଞ୍ଚିଛନ୍ତି । ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାରେ ସାମିଲ ହେବା ପାଇଁ ପୁରୀରେ ପହଞ୍ଚିଛନ୍ତି । ପ୍ରଥମେ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ସିଧା ପୁରୀ ଅଭିମୁଖେ ବାହାରିଥିଲେ ଆଦାନୀ ।
ଅଧିକ ପଢନ୍ତୁ: ଆଜି ପୁଣି ରଥଟଣା, ବଡ଼ଦାଣ୍ଡରେ ଅଟକି ରହିଛି ୩ ରଥ
ମିଳିଥିବା ସୂଚନା ଅନୁଯାୟୀ, ଆଦାନୀ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବା ପରେ ପୁରୀ ଅଭିମୁଖେ ବାହାରିଥିଲେ। ଏହାପରେ ପୁରୀରେ ପହଞ୍ଚି ସେଠାରେ ଗୁଣ୍ଡିଚା ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ରଥାରୂଢ ଶ୍ରୀଜିଉଙ୍କୁ ଦର୍ଶନ କରିବେ । ପୁରୀରେ ବିଭିନ୍ନ ସେବାମୂଳକ କାର୍ଯ୍ୟରେ ଭାଗ ନେବେ ଆଦାନୀ । ଆଦାନୀ ଗ୍ରୁପ ତରଫରୁ ଆୟୋଜିତ ହୋଇଥିବା ପ୍ରସାଦ ସେବା କାର୍ଯ୍ୟକ୍ରମରେ ଯୋଗ ଦେବେ । ଏତଦବ୍ୟତୀତ ଅପରାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ଓ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।
ସୂଚନାଯୋଗ୍ୟ, ଗୌତମ ଆଦାନୀ ପୁରୀ ଆସିବା ପୂର୍ବରୁ ଏକ୍ସ ଯୋଗେ ସୂଚନା ଦେଇ କହିଥିଲେ ଯେ, ''ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ମୋତେ ପୁରୀ ଧାମକୁ ଯାଇ ରଥଯାତ୍ରା ସମୟରେ ସେବା କରିବାକୁ ସୌଭାଗ୍ୟ ପ୍ରାପ୍ତ ହେଲା । ଆଜିଠାରୁ ଆରମ୍ଭ ହୋଇଥିବା ଏହି ଦିବ୍ୟ ଯାତ୍ରାରେ ସ୍ୱୟଂ ଭଗବାନ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି । ଏହା କେବଳ ଏକ ଯାତ୍ରା ନୁହେଁ, ବରଂ ଭକ୍ତି, ସେବା ଓ ସମର୍ପଣର ଉତ୍ସବ ।
ଏହି ପୂଣ୍ୟ ଅବସରରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସେବା କରିବା ପାଇଁ ଆଦାନୀ ପରିବାର ପୂରା ନିଷ୍ଠା ଓ ଶ୍ରଦ୍ଧାର ସହ ସମର୍ପିତ । ପ୍ରତ୍ୟେକ ଭକ୍ତଙ୍କୁ ପୁଷ୍ଟିଯୁକ୍ତ ଆହାର ପ୍ରେମର ସହ ପରଷାଯାଉ, ଏହି ସଂକଳ୍ପର ସହ ଆମେ ପୁରୀ ଧାମରେ ପ୍ରସାଦ ସେବା ଆରମ୍ଭ କରିଛୁ । ପୁରୀର ଏହି ପୂଣ୍ୟଭୂମିରେ ସେବକ ରୂପରେ ଯୋଡି ହେବା ମୋ ପାଇଁ, ଆଦାନୀ ପରିବାର ପାଇଁ ଅତ୍ୟନ୍ତ ଗର୍ବ ଓ ଖୁସିର ବିଷୟ । ମୁଁ ପ୍ରାର୍ଥନା କରୁଛି ଯେ, ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଆମ ଉପରେ ଏପରି ଥାଉ ।''
ଅଧିକ ପଢନ୍ତୁ: ଆରମ୍ଭ ହେଲା ରଥଟଣା, ପ୍ରଥମେ ଗଡ଼ିଲା ତାଳଧ୍ବଜ
महाप्रभु श्री जगन्नाथ जी की असीम कृपा से, हमें पुरी धाम की पावन रथयात्रा में सेवा का सौभाग्य प्राप्त हुआ है।
आज से आरंभ हो रही यह दिव्य यात्रा वह क्षण है, जब स्वयं भगवान अपने भक्तों के बीच आकर उन्हें दर्शन देते हैं। यह केवल एक यात्रा नहीं, बल्कि भक्ति, सेवा और समर्पण का अनुपम… pic.twitter.com/2uVoLRnuDI
— Gautam Adani (@gautam_adani) June 27, 2025
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)