/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751103364.jpg)
ପିଟି ପିଟି ମାରିଦେଲେ
ଶ୍ୱଶୁର ଘରେ ଜ୍ବାଇଁଙ୍କୁ ହତ୍ୟା । ଭଟଲି ଥାନା ତରାଜୁଙ୍ଗା ଗାଁରୁ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ଭଟଲି ପୋଲିସ ଏହି ଘଟଣାରେ ପତ୍ନୀ ସମେତ ଶାଶୁ, ଶ୍ୱଶୁରକୁ ଗିରଫ କରି କୋର୍ଟ ଚାଲାଣ କରି ମାମଲାର ତଦନ୍ତ ଜାରି ରଖିଛି ।
ଛତିଶଗଡ଼ ରାଜ୍ୟର ଉସରତ୍ ଗାଁର ଭାନୁ ଚୌହାନ ଭଟଲି ତରାଜୁଙ୍ଗା ଗାଁର ଗଜାନନ କଳିୟାରୀଙ୍କ ଝିଅ ସୁନିତାଙ୍କୁ ବିବାହ କରିଥିଲେ । ସୁନିତା ବର୍ଷେ ହେବ ନିଜ ମାଆବାପାଙ୍କ ସହ ରହୁଥିବା ବେଳେ ଗତ 25 ତାରିଖ ସ୍ୱାମୀ ଭାନୁ ନେବାକୁ ତାଙ୍କୁ ନେବାକୁ ଆସିଥିଲେ l ଯାହାକୁ ନେଇ ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା l
ଏହାପରେ ପତ୍ନୀଙ୍କ ସହ ଶାଶୁ ଶ୍ୱଶୁର ମିଶି ଭାନୁଙ୍କୁ ବାଡି ସାହାଯ୍ୟରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଶାଶୁ ଶ୍ୱଶୁର ଓ ପତ୍ନୀ ସୁନିତା ଭାନୁଙ୍କୁ ମାଡ଼ ମାରିବା ସହ ଘରେ ବନ୍ଦ କରି ଦେଇଥିଲେ ।
ଗୁରୁବାର ଘଟିଥିଲା ଏହି ଘଟଣା l ପୋଲିସ ଗ୍ରାମବାସୀଙ୍କ ସହାୟତାରେ ସୂଚନା ପାଇବା ପରେ ବନ୍ଦ ଘରୁ ଭାନୁଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପ୍ରଥମେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଏବଂ ପରେ ବୁର୍ଲା ବଡ଼ ମେଡ଼ିକାଲକୁ ପଠାଇଥିଲେ । ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଭାନୁଙ୍କ ମୃତ୍ୟୁ ଘଟିଥିଲା । ଏହାପରେ ଘଟଣାର ତଦନ୍ତ କରି ପତ୍ନୀ ସମେତ ଶାଶୁ, ଶ୍ୱଶୁରକୁ ଗିରଫ କରି କୋର୍ଟ ଚାଲାଣ କରିଛି l
(ରିପୋର୍ଟ- ଧର୍ମଦତ୍ତ,ବରଗଡ଼)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)