Advertisment

Law student gang-raped: କୋଲକାତା ହରର୍: ଆଇନ ଛାତ୍ରୀଙ୍କୁ କ୍ୟାମ୍ପସ ଭିତରେ ଗଣଦୁଷ୍କର୍ମ

କୋଲକାତାରେ ଆରଜି କର୍‌ ପାର୍ଟ-୨ । ଗଣଦୁଷ୍କର୍ମର ଶିକାର ହେଲେ ଆଇନ ଛାତ୍ରୀ । ମାମଲାରେ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । କୋଲକାତା ମହିଳାମାନଙ୍କ ପାଇଁ ଆଦୌ ସୁରକ୍ଷିତ ନୁହେଁ କହି ମମତା ସରକାରଙ୍କୁ ଟାର୍ଗେଟ୍‌ କଲା ବିଜେପି ।

author-image
Lipsa Mohapatra
ଅଦ୍ୟତନ ହୋଇଛି
Gang rape

Gang rape

କୋଲକାତାରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ । ବହୁ ଚର୍ଚ୍ଚିତ ଆରଜି କର୍ ମେଡିକାଲ୍ କଲେଜ ଦୁଷ୍କର୍ମ ମାମଲା ପରେ କୋଲକାତାରୁ ପୁଣି ଏକ ମାମଲା ସାମ୍ନାକୁ ଆସିଛି । ଲ' କଲେଜ ଛାତ୍ରୀ ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ଆସିଛି । ଏହି ମାମଲାରେ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା କଲେଜ କ୍ୟାମ୍ପସ୍‌ ଭିତରେ ହିଁ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି ଛାତ୍ରୀ । ସୂଚନା ଅନୁସାରେ, କସବା ଲ' କଲେଜରେ ଗତ ବୁଧବାର ରାତି ୭.୩୦-୮.୩୦ ରେ ଏହି ଘଟଣା ଘଟିଛି । ଅଭିଯୋଗ ଆଧାରରେ ଗିରଫ ହୋଇଛନ୍ତି ୩ ଅଭିଯୁକ୍ତ । ସେମାନଙ୍କ ମଧ୍ୟରୁ ଦୁଇ ଜଣ ସେହି କଲେଜର ଛାତ୍ର ହୋଇଥିବାବେଳେ ଅନ୍ୟ ଜଣେ ପୁରାତନ ଛାତ୍ର । 

Advertisment

ଏଯାଏଁ  ମନରୁ ଲିଭିନି ଆର ଜି କର୍‌ ଘଟଣା । ଜଣେ ଛାତ୍ରୀଙ୍କୁ କସବା ଲ' କଲେଜରେ ଗଣଦୁଷ୍କର୍ମ ହୋଇଛି । କୋଲକାତା ମହିଳାମାନଙ୍କ ପାଇଁ ଆଦୌ ସୁରକ୍ଷିତ ନୁହେଁ । ଦୁଷ୍କର୍ମ ଏଠାରେ ଏକ ନିତିଦିନିଆ ଟ୍ରାଜେଡି ହୋଇଗଲାଣି" ଏମିତି କିଛି ପ୍ରତିକ୍ରିୟା ରଖିଛନ୍ତି ବିଜେପି ନେତା ଅମିତ ମାଲଭିୟା । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସେ ଟାର୍ଗେଟ୍ କରିଛନ୍ତି । 

ସୂଚନାଯୋଗ୍ୟ, ପ୍ରାୟ ୧୦ ମାସ ତଳେ ଆରଜି କର୍ ମେଡିକାଲ କଲେଜର ଟ୍ରେନି ଡ଼ାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା । ଯାହା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଦେଶବ୍ୟାପୀ ଏହି ଘଟଣାକୁ ବିରୋଧ କରାଯାଇଥିଲା । ପୀଡ଼ିତାଙ୍କୁ ନ୍ୟାୟ ଦାବିରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ ଡାକ୍ତର । ଶେଷକୁ ତ୍ବରିତ କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହେଲେ ପଶ୍ଚିମବଙ୍ଗ ସରକାର । ଏହି ମାମଲାରେ ଅଭିଯୁକ୍ତ ସଞ୍ଜୟ ରାୟକୁ ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । 

Advertisment

ଅଧିକ ପଢନ୍ତୁ: ଆରଜି କର ମେଡିକାଲର ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା, ସଞ୍ଜୟ ରାୟକୁ ଆଜୀବନ କାରାଦଣ୍ଡ

Mamata Banerjee Gang Rape Kolkata
Advertisment
Related Articles
Advertisment