• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଲେଡି ବ୍ଲାକ୍‌ମେଲର ଅର୍ଚ୍ଚନା ନାଗର ଫାଶରେ ମାଳ ମାଳ ନେତା । ନିଇତି ସାମ୍ନାକୁ ଆସୁଛି ପାଓ୍ୱାରଫୁଲ୍‌ଙ୍କ ସହ ନୂଆ ନୂଆ ଫଟୋ । କିଏ ରାଣୀ ମହୁମାଛି କଡ଼ରେ ଛିଡ଼ା ହୋଇ ପୋଜ୍ ଦେଇଛି ତ ପୁଣି କିଏ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ କୁଣ୍ଢେଇଛି ।

 ସୋସିଆଲ ମିଡିଆ ରେ ଘୁରି ବୁଲୁଥିବା ଫଟୋ ସବୁକୁ ଟିକେ ଦେଖିଲେ ଅନେକ ପ୍ରଶ୍ନ ମନକୁ ଆସୁଛି । ଗୋଟିଏ ଫଟୋରେ ଅଛନ୍ତି ବ୍ଲାକ୍‌ମେଲର ଦଂପତ୍ତିଙ୍କ ସହ ବରିଷ୍ଠ ବିଜେଡି ବିଧାୟକ ତଥା ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଓ ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ । ସେମିତି ଆଉ ଏକ ଫଟୋରେ କେବଳ ଜଗବନ୍ଧୁ ଚାନ୍ଦଙ୍କ ସହ ଅଛନ୍ତି ସୂର୍ଯ୍ୟ ପାତ୍ର ଓ ମନ୍ମଥ ରାଉତରାୟ । ଖୋଦ୍ ଆଇନମନ୍ତ୍ରୀ ଜଗନ୍ନାଥ ସାରକା, ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ ତଥା ବିଜେଡି ନେତା କୈଳାସ କୁଲେସିକା ବି ଫଟୋରେ ଜଗବନ୍ଧୁଙ୍କ ସହ ଥିବାବେଳେ ରେମୁଣାର ବିଜେଡି ବିଧାୟକ ସୁଧାଂଶୁ ପରିଡ଼ା ବି ତାଙ୍କ ସହ ଉଠାଇଥିବା ଫଟୋ ଭାଇରାଲ୍ ହେବାରେ ଲାଗିଛି ।

ଖାଲି ସେତିକି ନୁହେଁ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କ ଏକ ଫଟୋ ବି ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେଉଛି । ଯେଉଁଥିରେ କିଛି ଲୋକଙ୍କ ଭିତରେ ଅଛି ରହସ୍ୟମୟୀ ଅର୍ଚ୍ଚନା । ଯାହାକୁ ନେଇ ସୃଷ୍ଟି ହୋଇଛି ହଇଚଇ । ଭାଇରାଲ୍ ଫଟୋକୁ ନେଇ ମନ୍ତ୍ରୀ ସାରକା କହିଛନ୍ତି ଉକ୍ତ ମହିଳା କି ତାଙ୍କ ସ୍ୱାମୀଙ୍କୁ ସେ ବିଲକୁଲ ଚିହ୍ନି ନାହାନ୍ତି । ସେହିପରି ଜୁଏଲ କହିଛନ୍ତି ଆମେ ପବ୍ଲିକ୍ ଲୋକ, ଆମ ସହ ଅନେକ ଲୋକ ଫଟୋ ଉଠାନ୍ତି । ତେଣେ ବିଜେପି ନେତା ବାବୁ ସିଂ ଦାବି କରିଛନ୍ତି କେବଳ ଏତିକି ନୁହଁନ୍ତି ବିଜେଡିର ୨୫ରୁ ଅଧିକ ହେଭିୱେଟ୍ ନେତା ଲେଡି ବ୍ଲାକ୍‌ମେଲର ଘରକୁ ଯାଆସ କରୁଥିବାର ପ୍ରମାଣ ରହିଛି । ସେହିପରି କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ଏ ମାମଲାରେ ଯାହାର ବି ନାଁ ଆସୁଛି, ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ।

ହେଭିେଓ୍ୱଟ୍ ନେତାଙ୍କ ସହ ମାଳ ମାଳ ଫଟୋ, ଆଲିସାନ୍ ବଙ୍ଗଳା, ଆଭିଜାତ୍ୟ ଜୀବନ ଓ ବ୍ଲାକମେଲିଂର ସଂଗୀନ ଅଭିଯୋଗ । ଜଣେ ରହସ୍ୟମୟୀ ଓ ତା ସ୍ୱାମୀକୁ ନେଇ ସାରା ରାଜ୍ୟରେ କିଛି ଦିନ ଧରି ହଇଚଇ ସୃଷ୍ଟି ହୋଇଥିବା ବେଳେ ପ୍ରଥମ କରି ଆଜି ମୁହଁ ଖୋଲିଛି କମିଶନରେଟ୍ ପୋଲିସ୍ । ଭୁବନେଶ୍ୱର ଡିସିପି କହିଛନ୍ତି- ଅର୍ଚ୍ଚନା ନାଗଙ୍କ ବିରୋଧରେ ଅକ୍ଟୋବର ୨ ତାରିଖରେ ଖଣ୍ଡଗିରି ଥାନାରେ ଜଣେ ଯୁବତୀ ଅଭିଯୋଗ କରିଥିଲେ । ବ୍ୟକ୍ତିଗତ ଫଟୋକୁ ରଖି ଅର୍ଚ୍ଚନା ବ୍ଲାକ୍‌ମେଲ କରୁଥିବା ଅଭିଯୋଗ ପରେ ଅର୍ଚ୍ଚନାଙ୍କ ନାଁରେ ୪୯୬/୨୨ରେ କେସ୍ ରୁଜୁ ହୋଇଛି ଓ ଧାରା ୩୮୭, ୪୨୦, ୫୦୬ ଓ IT ଆକ୍ଟରେ ମାମଲା ରୁଜୁ ହୋଇଛି ।

ବନ୍ଧୁତ୍ୱ ବଢାଇବା ପରେ ବ୍ୟକ୍ତିଗତ ଫଟୋ ଉଠାଉଥିଲେ ମହିଳା, ଯାହାକୁ ନେଇ ପରେ ବ୍ଲାକମେଲ୍ କରୁଥିଲେ । ଏହି ମାମଲାରେ ଅର୍ଚ୍ଚନାଙ୍କ ଘରୁ ପେନ୍‌ଡ୍ରାଇଭ୍, ଲାପ୍‌ଟପ୍ ଓ ବ୍ୟାଙ୍କ ପାସ୍‌ବୁକ୍ ଜବତ ହୋଇଛି । କେଉଁମାନେ ସବୁ ବ୍ଲାକମେଲର ଶିକାର ହୋଇଛନ୍ତି ସେନେଇ ତଦନ୍ତ ଚାଲିଛି ଓ ଅର୍ଚ୍ଚନାଙ୍କ ସ୍ୱାମୀଙ୍କୁ ହାଜର ହେବାକୁ ନୋଟିସ୍ ହୋଇଛି । ଦରକାର ପଡ଼ିଲେ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ଅଣାଯିବ ।

 ଅଧିକ ପଢ଼ନ୍ତୁ: ପ୍ରଯୋଜକ-ବିଲଡର-ନେତାଙ୍କୁ ବ୍ଲାକମେଲିଂ କରୁଥିଲେ ଲେଡି ବ୍ଲାକ୍‌ମେଲର

ଭିେଓ୍ୱଟ୍ ହୁଅନ୍ତୁ କି ପାଓ୍ୱାରଫୁଲ୍ । ଲେଡି ବ୍ଲାକମେଲର ଜାଲରେ ପଡ଼ି ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ମାତ୍ର ଏତିକି ରାଜନେତା କି ପ୍ରଭାବଶାଳୀ ବ୍ୟକ୍ତି ନୁହଁନ୍ତି, କୁହାଯାଉଛି ପୋଲିସ ହାତରେ କୁଆଡ଼େ ଏମାନଙ୍କୁ ଛା଼ଡ଼ି ବହୁ ବଡ଼ ବଡ଼ ଠିକାଦାର, ବ୍ୟବସାୟୀ ଓ ସରକାରୀ ବାବୁଙ୍କ ସହ ଅନ୍ତରଙ୍ଗ ମୁହୁର୍ତ୍ତର ଶତାଧିକ ଫଟୋ ଲାଗିଛି । ଯାହାକୁ ନେଇ ବଡ଼ବଡ଼ିଆଙ୍କ ଛାତି ଧଡ଼ ଧଡ଼ ହେଲାଣି ।