• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବନ୍ଧା ହେଲେ ଲେଡି ବ୍ଲାକମେଲର । ପ୍ରଯୋଜକ, ବିଲଡର ଓ ନେତାଙ୍କୁ କରୁଥିଲେ ବ୍ଲାକମେଲିଂ ! ପୋଲିସ କବଜାରେ ଜଣେ ହାଇପ୍ରୋଫାଇଲ୍ ମହିଳା । ବ୍ଲାକମେଲିଂ ଅଭିଯୋଗରେ ତାଙ୍କୁ ଗିରଫ କରି ତରବରିଆ ଭାବେ କୋର୍ଟ ଚାଲାଣ କରାଯାଇଛି । 

ବ୍ଲାକମେଲିଂ ଅଭିଯୋଗରେ ଯାହାଙ୍କୁ ଗିରଫ କରିଛି ପୋଲିସ, ତାଙ୍କୁ ରାତି ଅଧିଆ କରିଛି କୋର୍ଟ ଫରୱାର୍ଡ । ହେଲେ ଏଯାଏଁ ସ୍ପଷ୍ଟ କରାଯାଇନି, ସେ କିଏ ଏବଂ କାହାକୁ କରିଥିଲେ ବ୍ଲାକମେଲିଂ ? ମିଳିଥିବା ସୂଚନା ଅନୁସାରେ, ଓଲିଉଡ୍‌ର କିଛି ଜଣାଶୁଣା ପ୍ରଯୋଜକ ଏବଂ କିଛି ରାଜନେତାଙ୍କୁ ବ୍ଲାକମେଲିଂ କରି ସେମାନଙ୍କଠାରୁ ଟଙ୍କା ଆଦାୟ କରୁଥିଲେ ମହିଳା । ପୋଲିସ ସଂପୃକ୍ତ ମହିଳାଙ୍କଠାରୁ ପେନଡ୍ରାଇଭ୍ ଓ ମୋବାଇଲ୍ ଜବତ କରିଛି । ହେଲେ ମହିଳାଙ୍କ ବ୍ଲାକ୍‌ମେଲିଂର ଶିକାର ହୋଇଥିବା ରାଜନେତା, ପ୍ରଯୋଜକ ଏବଂ ବିଲଡର କିଏ, ସେନେଇ କିଛି ବି କହୁନି ପୋଲିସ ।

ଉକ୍ତ ମହିଳାଙ୍କ ଘର ଦେଖିଲେ କୌଣସି ଉଆସଠାରୁ କମ୍‌ ନୁହେଁ । ଆଖି ଖୋସି ହୋଇଗଲା ଭଳି ଆସବାବପତ୍ର । ଲକ୍ଷାଧିକ ଟଙ୍କାର ପଲଙ୍କ, ସୋଫା ଆଉ ଫର୍ଣ୍ଣିଚର । ସିରିଏଲ୍ ଏବଂ ଫିଲ୍ମ ସୁଟିଂ ପାଇଁ ଏହାକୁ ଭଡାରେ ଦିଆଯାଉଥିଲା । ଖାଲି ଘର ନୁହେଁ, ବିଳାସପୂର୍ଣ୍ଣ ଗାଡି ଚଢିବା ମ୍ୟାଡାମ୍‌ଙ୍କ ସଉକ୍ ବୋଲି କୁହାଯାଉଛି । ନାମୀଦାମୀ ବ୍ରାଣ୍ଡର ଏକାଧିକ ଲଗଜୁରି କାର୍ ତାଙ୍କ ନିକଟରେ ରହିଛି । ବିଏମଡବ୍‌ଲୁ,ଫର୍ଡ, ଏଣ୍ଡୋଭର ଓ ମହିନ୍ଦ୍ରା ଥର୍ ଭଳି ଅନେକ କାରର ମାଲିକ ହେଉଛନ୍ତି ସେହି ମହିଳା ବ୍ଲାକ୍‌ମେଲର । ତାଙ୍କ ପାଖରେ ଦାମୀ ହାର୍‌ଲେ ଡେଭିଡସନ୍ ବାଇକ୍ ବି ରହିଛି । ମହିଳାଙ୍କ ନିକଟରେ ଘୋଡ଼ା, ନଖରାରେ ଫାର୍ମ ହାଉସ ଏବଂ କାର୍ ସୋରୁମ୍ ବି ରହିିଥିବା ଜଣାପଡିଛି ।

ସୂଚନା ଅନୁସାରେ, ସୋସିଆଲ ମିଡିଆ ରେ ବନ୍ଧୁତା କରି ପ୍ରେମ ଜାଲରେ ଫସାଉଥିଲେ ମହିଳା । ପରେ ଘରକୁ ଡାକି ଗୁପ୍ତ କ୍ୟାମେରାରେ ଅନ୍ତରଂଗ ମୁହୂର୍ତ୍ତର ଭିଡିଓ ସୁଟ୍ କରୁଥିଲେ । ଏହାପରେ ଭିଡିଓ ଦେଖାଇ କରୁଥିଲେ ବ୍ଲାକମେଲିଂ, ଆଦାୟ କରୁଥିଲେ ମୋଟା ଅଙ୍କର ଟଙ୍କା । ଏବେ ପ୍ରଶ୍ନ, ମହିଳାଙ୍କ ଏହି କଳା ଧନ୍ଦା ପଛରେ ରହିଛି ଆଉ କାହାର ସଂପୃକ୍ତି ? କାହା ସାହାସରେ ସେ ଚଳାଇଥିଲେ ଏହି କାରନାମା ? କାହା କାହାକୁ ବ୍ଲାକମେଲିଂ କରି ବନିଛନ୍ତି କୋଟିପତି ? ତରବରିଆ ଭାବେ ମହିଳାଙ୍କୁ କାହିଁକି ଜେଲ୍ ପଠାଇଲା ପୋଲିସ ? ମହିଳାଙ୍କ ହାଇପ୍ରୋଫାଇଲ କନେକ୍‌ସନକୁ ଚପାଇ ଦେବାକୁ ହେଉନି ତ ଉଦ୍ୟମ, ତେବେ ଏହାର କୌଣସି ଉତ୍ତର ଦେଉନି ପୋଲିସ ?