• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଆନ୍ଦୋଳନ ସ୍ଥଗିତ ରଖିବାକୁ ପ୍ରାଥମିକ ଶିକ୍ଷକ ସଂଘ ନିଷ୍ପତ୍ତି ନେଇଛି । ଡିସେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ପରେ ନିଷ୍ପତ୍ତି ନେଲା ସଂଘ । ୨୦ ତାରିଖ ପରେ ପରବର୍ତ୍ତୀ ନିଷ୍ପତ୍ତି ଗ୍ରହଣ କରିବ କହିଲା ସଂଘ । 

ତେବେ ଚତୁର୍ଥ ଦିନରେ ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ । ଆଜି ବି ରାଜରାସ୍ତାରେ ବସି ରହିଥିଲେ ହଜାର ହଜାର ଶିକ୍ଷକ । ରାଜ୍ୟ ସରକାର ଙ୍କ ସହ ଆଲୋଚନା ବିଫଳ ହେବା ପରେ ଅସନ୍ତୋଷ ଶିକ୍ଷକ ଆଜି ଗାନ୍ଧିମାର୍ଗରେ ହୋମ ଯଜ୍ଞ କରିଥିଲେ । ସେପଟେ ଆଜି ବି ବିଧାନସଭାରେ ଶିକ୍ଷକ ଆନ୍ଦୋଳନ ଝଡ଼ ଦେଖାଦେଇଥିଲା । ଶିକ୍ଷକ ପ୍ରସଙ୍ଗରେ ଅକଳରେ ପଡ଼ିଥିବା ରାଜ୍ୟ ସରକାର ସମସ୍ୟାର ସମାଧାନ ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଚାରି ଜଣିଆ କମିଟି ଗଠନ କରିଥିଲେ । 

ଚାରି ଦିନ ଅହୋରାତ୍ର ଆନ୍ଦୋଳନ ପରେ ବି ହେଲାନାହିଁ ଦାବି ପୂରଣ । ଦାବି ପୁରଣ ଲାଗି ରାଜରାସ୍ତାରେ ଗାୟତ୍ରୀ ଯଜ୍ଞ ମଧ୍ୟ କରିଛନ୍ତି । ସେପଟେ ଶିକ୍ଷକ ଆନ୍ଦୋଳନରେ ମାଇକ ପ୍ରଚାର ଉପରେ କଟକଣା ଲଗାଇଛି । ପୋଲିସ ଅନ୍ୟପକ୍ଷରେ ପଦ୍ମପୁର ଉପନିର୍ବାଚନ ଡ୍ୟୁଟିରେ ଓ ଭୋଟର ଥିବା ଶିକ୍ଷକ ମହାତ୍ମା ଗାନ୍ଧି ମାର୍ଗରେ ଆନ୍ଦୋଳନ ଚଳାଇଛନ୍ତି । ଦାବି ପୂରଣ ନହେଲେ ଏଥର ପଦ୍ମପୁରରେ election ବଦଳରେ selection ହେବ ବୋଲି ଚେତାବନୀ ଦେଇଛନ୍ତି ।

ଅଧିକ ପଢ଼ନ୍ତୁ: ୨ୟ ଦିନରେ ବି ଗର୍ଜିଲେ ପ୍ରାଥମିକ ଶିକ୍ଷକ, ପଦ୍ମପୁରରେ ପାନେ ଚଖାଇବାକୁ ଚେତାବନୀ

ବିଧାନସଭାରେ ଆଜି ଶିକ୍ଷକ ଆନ୍ଦୋଳନ ପ୍ରସଙ୍ଗ ଉଠାଇ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ବିଜେପିକଂଗ୍ରେସ । ବିଜେପି ବିଧାୟକମାନେ ଆଜି ମହାତ୍ମା ଗାନ୍ଧୀମାର୍ଗରେ ଚାଲିଥିବା ଆନ୍ଦୋଳନ ସ୍ଥଳକୁ ଯାଇ ଶିକ୍ଷକମାନଙ୍କୁ ଭେଟି ସମର୍ଥନ ଜଣାଇଛନ୍ତି । ଶାସକ ବିଜେଡି କହିଛି ଶିକ୍ଷକମାନଙ୍କ ଦାବି ନେଇ ସରକାର ସଚେତନ ଅଛନ୍ତି । ଏହାରି ଭିତରେ ପ୍ରାଥମିକ ଶିକ୍ଷକ ସଂଘ ଓ ସରକାରଙ୍କ ମଧ୍ୟରେ ଆଜି ହୋଇଥିବା ବୈଠକ ପରେ ଶିକ୍ଷକମାନଙ୍କ ଦାବି ସଂପର୍କରେ ବିଚାର କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି । ଏହି କମିଟିରେ ସାଧାରଣ ପ୍ରଶାସନ, ଅର୍ଥ ଓ ଗଣଶିକ୍ଷା ବିଭାଗର ସଚିବ ମଧ୍ୟ ଅଛନ୍ତି । କମିଟି ଆସନ୍ତା ୧୬ରୁ ୨୦ ତାରିଖ ମଧ୍ୟରେ ଶିକ୍ଷକଙ୍କ ଦାବି ନେଇ ଆଲୋଚନା କରିବ ।

(ରିପୋର୍ଟର- ଭୁବନେଶ୍ୱରରୁ ବିବର୍ତ୍ତନ ପଣ୍ଡା ଓ ଜଗଦୀଶ ଦାସ)