/odishatv-khabar/media/post_attachments/uploadimage/library/16_9/16_9_0/IMAGE_1664362994.jpg)
Tathagat twitt on high security number plate
ନୂଆ ନମ୍ବର ପ୍ଲେଟକୁ ନେଇ ଟେନସନ୍ ଦିନକୁ ଦିନ ବଢି ଚାଲିଛି। ଡେଡ୍ ଲାଇନ ଯେତିକି ପାଖେଇ ଆସୁଛି ଗାଡି ମାଲିକ, ଚାଳକଙ୍କ ଚିନ୍ତା ବଢିବାରେ ଳାଗିଛି। ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ବା HSRP କରିବା ସମୟ ସାପେକ୍ଷ ହୋଇଥିବା ବେଳେ ଗାଡି ମାଲିକଙ୍କ ହାତରେ ଅଛି ଖୁବ କମ୍ ସମୟ । ଏପଟେ ଗାଡି ମାଲିକଙ୍କ ଚିନ୍ତା ଏବଂ ଅଭିଯୋଗକୁ ଦେଖି ହାଇକୋର୍ଟ ପରିବହନ ବିଭାଗଠାରୁ ଜବାବ ମାଗିଛନ୍ତି।
ତେବେ କାହିଁକି ଏ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ। ଏହି ନମ୍ବର ଲଗାଇଲେ କି ସୁବିଧା ମିଳିବ ? ଏହାକୁ ନେଇ କାହିଁକି ପରିବହନ ବିଭାଗର ଏତେ ତନାଘନା ? ଏମିତି ଅନେକ ପ୍ରଶ୍ନ ଗାଡି ମାଲିକ ଏବଂ ଚାଳକଙ୍କ ମନରେ । ଏସବୁ ଭିତରେ HSRPକୁ ନେଇ ପୂର୍ବତନ ସାଂସଦ ତଥାଗତ ସତପଥୀଙ୍କ ଟୁଇଟ ନିଆଁରେ ଘିଅ ପରି ହୋଇଛି।
ପୂର୍ବତନ ସାଂସଦ ସତପଥୀ ଟୁଇଟ କରି ଏପରି ବ୍ୟବସ୍ଥା ଏକ ଜୋକ ବୋଲି କହିଛନ୍ତି। ସେ କହିଛନ୍ତି ଯଦି ଗାଡ଼ି ଚୋରି ହୋଇଯିବ ତେବେ ସରକାର ତାକୁ ଖୋଜି ଆଣିଦେବେ କି କିମ୍ବା ଏହାର ଦାମ ଫେରାଇବେ କି ? ସେତିକି ନୁହେଁ, ନମ୍ବର ପ୍ଲେଟ ସିଷ୍ଟମକୁ ନେଇ ସରକାରଙ୍କୁ କଟୁ ସମାଲୋଚନା ମଧ୍ୟ କରିଛନ୍ତି ତଥାଗତ । ଏହି ବ୍ୟବସ୍ଥା ଦ୍ୱାରା ସରକାର ନାଗରିକଙ୍କ ଠାରୁ ସେମାନଙ୍କର କଷ୍ଟ ଉପାର୍ଜିତ ଟଙ୍କା ଆଦାୟ କରିବା ବ୍ୟତୀତ ଆଉ କ’ଣ ଲାଭ ପାଇବେ ବୋଲି ସେ ପ୍ରଶ୍ନ କରିଛନ୍ତି।
What is this joke of High Security Number plates for vehicles?
If vehicle is stolen, will Gov't locate it or pay cost?
Eventually, apart from sucking some more hard earned money away from citizens, what difference will these number plates do?— Tathagata Satpathy (@SatpathyLive) September 27, 2022
ଏଠି କହିରଖିବୁ, ପୂର୍ବରୁ ଅକ୍ଟୋବର ୧ ତାରିଖ ସୁଦ୍ଧ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ନ ଲଗାଇଲେ ୫ ହଜାରରୁ ୧୦ ହଜାର ପର୍ଯ୍ୟନ୍ତ ଫାଇନ ଆଦାୟ ହେବ ବୋଲି ନିର୍ଦ୍ଦେଶ ରହିଥିଲା। ଏହା ପରେ ବିଭାଗ ପକ୍ଷରୁ ନିର୍ଦ୍ଦେଶରେ ପରିବର୍ତ୍ତନ କରାଯାଇଥିଲା। ପରିବର୍ତ୍ତିତ ନିଦ୍ଦେଶରେ କୁହାଯାଇଥିଲା ଯଦି ଆପଣ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଳେଟ୍ ପାଇଁ ଆବେଦନ କରିଛନ୍ତି ଅଉ ଆପଣଙ୍କ ହାତରେ ଆବେଦନର ରସିଦ ରହିଛି, ତେବେ ଆପଣଙ୍କୁ ଫାଇନ୍ ଦେବାକୁ ପଡିବ ନାହିଁ । ତେଣୁ ଅବଧି ସମୟ ପୂର୍ବରୁ ଏଥିପାଇଁ ସ୍ଳଟ୍ ବୁକିଂ କରିବାକୁ କୁହାଯାଇଛି । କିନ୍ତୁ ଡେଡଲାଇନ୍ ପାର ହୋଇଯିବା ପରେ ଯଦି ଗାଡିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ନଥିବ କିମ୍ବା ହାତରେ ଆବେଦନ କରିବାର ରସିଦ ନଥିବ, ତାହେଲେ ୫ ହଜାରରୁ ୧୦ ହଜାର ଟଙ୍କା ଯାଏଁ ଫାଇନ ଗଣିବା ପାଇଁ ପଡିବ । କାରଣ ଅକ୍ଟୋବର ପହିଲାରୁ ଆରମ୍ଭ ହେବ କଡା ଚେକିଂ ।
ତେବେ ପ୍ରଶ୍ନ ଉଠୁଛି, କଣ ରହିଛି ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ନମ୍ବର ପ୍ଲେଟରେ । ଏହାକୁ ଲଗାଇବା ପାଇଁ କାହିଁକି ସରକାର ଏତେ ତତ୍ପର ହେଉଛନ୍ତି । ଏହାକୁ ନେଇ ଲୋକଙ୍କ ମନ ଭିତରେ ଏବେ ବି ସନ୍ଦେହ ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)