• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୂଆ ନମ୍ବର ପ୍ଳେଟ୍‌କୁ ନେଇ ଆସିଲା ନୂଆ ନିୟମ। ଧାର୍ଯ୍ୟ ତାରିଖ ସୁଦ୍ଧା ବୁକିଂ କରିଥିଲେ ଦେବାକୁ ପଡ଼ିବନି ଫାଇନ୍ । ଚେକିଂ ବେଳେ କିନ୍ତୁ ଦେଖାଇବାକୁ ପଡ଼ିବ ଅନଲାଇନ ବୁକିଂ ସ୍ଲିପ୍ । ଏଯାଏଁ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ୍ ଲଗାଇନଥିବା ଗାଡ଼ି ଚାଳକଙ୍କ ପାଇଁ ଏଭଳି ଆଶସ୍ତିକର ଖବର ଦେଇଛି ରାଜ୍ୟ ସଡ଼କ ପରିବହନ ପ୍ରାଧିକରଣ ।

STA ପକ୍ଷରୁ କୁହାଯାଇଛି, ଯଦି ଆପଣ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଳେଟ୍ ପାଇଁ ଆବେଦନ କରିଛନ୍ତି, ଅଉ ଆପଣଙ୍କ ହାତରେ ଆବେଦନର ରସିଦ ରହିଛି, ତେବେ ଆପଣଙ୍କୁ ଫାଇନ୍ ଦେବାକୁ ପଡିବ ନାହିଁ । ତେଣୁ ଅବଧି ସମୟ ପୂର୍ବରୁ ଏଥିପାଇଁ ସ୍ଳଟ୍ ବୁକିଂ କରିବାକୁ କୁହାଯାଇଛି । କିନ୍ତୁ ଡେଡଲାଇନ୍ ପାର ହୋଇଯିବା ପରେ ଯଦି ଗାଡିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ନଥିବ କିମ୍ବା ହାତରେ ଆବେଦନ କରିବାର ରସିଦ ନଥିବ, ତାହେଲେ ୫ ହଜାରରୁ ୧୦ ହଜାର ଟଙ୍କା ଯାଏଁ ଫାଇନ ଗଣିବା ପାଇଁ ପଡିବ । କାରଣ ଅକ୍ଟୋବର ପହିଲାରୁ ଆରମ୍ଭ ହେବ କଡା ଚେକିଂ ।

୧,୨,୩ ଓ ୪ ନମ୍ବରରେ ଶେଷ ହେଉଥିବା ଗାଡି ଗୁଡିକ ପାଇଁ ୩୦ ସେପ୍ଟେମ୍ବର ଆବେଦନର ଶେଷ ତାରିଖ ରହିଛି । ସେହିପରି ଶେଷରେ ୫, ୬ ନମ୍ବର ଥିଲେ ଅକ୍ଟୋବର, ୭, ୮ ଥିଲେ ନଭେମ୍ବର ଓ ୯ କିମ୍ବା ୦ ନମ୍ବର ଥିବା ଗାଡିଗୁଡିକ ଡିସେମ୍ବର ଶେଷ ସୁଦ୍ଧା ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ୍ ଲଗାଇବା ନେଇ ରହିଛି ଡେଡଲାଇନ୍ ।

ନୂଆ ନିୟମ ଆସିବା ପରେ ବି ଲୋକଙ୍କ ଟେନସନ କମିନି । କାରଣ ଆବେଦନ କରିବା ପାଇଁ ସ୍ଲଟ୍ ମିଳୁନାହିଁ । ୬୦ ଦିନର ଅବଧି ମଧ୍ୟରେ ସ୍ଲଟ ମିଳୁଥିବା ବେଳେ ଏବେସୁଦ୍ଧା ଯେଉଁ ସଂଖ୍ୟାରେ ଆବେଦନ କରିଛନ୍ତି ସବୁ ସ୍ଲଟ ବୁକିଂ ସରିଛି । ଯେଉଁମାନେ ଏଚଏସଆରପି ପାଇଁ ଆବେଦନ କରିନାହାନ୍ତି, ସେମାନେ ଅବେଦନ କରି ପାଖରେ ରସିଦ ରଖିବା ପାଇଁ ଚାହିଁଲେ ମଧ୍ୟ ତାହା ସମ୍ଭବ ହୋଇପାରୁନାହିଁ । ତେଣୁ କେମିତି ରେଜିଷ୍ଟ୍ରେସନ କରିବେ ଆଉ ଫାଇନରୁ ବର୍ତିବେ ତାକୁ ନେଇ ଏବେ ଉପାୟ ଚିନ୍ତା କରୁଛନ୍ତି । ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ ଲଗାଇବାର ଅବଧି ଆହୁରି ବୃଦ୍ଧି କରିବା ସହ ଲୋକଙ୍କ ପାଇଁ ଅବେଦନ ପ୍ରକ୍ରିୟା ସହଜ କରିବାକୁ ଦାବି ହୋଇଛି । 

ଏବେବି ଲୋକଙ୍କ ମନ ଭିତରେ ସନ୍ଦେହ ରହିଛି । କଣ ରହିଛି ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟରେ । ଏହାକୁ ଲଗାଇବା ପାଇଁ କାହିଁକି ସରକାର ଏତେ ତତ୍ପର ହେଉଛନ୍ତି ।