ପ୍ରଦୂଷଣରେ ଦିଲ୍ଲୀକୁ ଟପିଲା ବାଲେଶ୍ୱର; ୬ ସହରର AQI ୩ ଶହ ପାର୍‌

କଟକରେ ୩୨୦, ବାରିପଦାରେ ୩୧୬,ଭୁବନେଶ୍ୱରରେ ୩୧୧, କେନ୍ଦୁଝରରେ ୩୧୪, ରାଇରଙ୍ଗପୁରରେ ୩୦୮ ରହିଛି । ଏପଟେ ଅନୁଗୁଳରେ ୩ଶହ ଏବଂ ତାଳଚେରରେ AQI ଭାଲ୍ୟୁ ୨୫୧ ରହିଛି ।

୬ ସହରର AQI ୩ ଶହ ପାର୍‌

ବାୟୂ ପ୍ରଦୂଷଣ କ୍ଷେତ୍ରରେ ଦିଲ୍ଲୀକୁ ଟପିଗଲା ଓଡ଼ିଶା । ଭୁବନେଶ୍ୱର, କଟକ, ବାରିପଦା, ବାଲେଶ୍ୱର, କେନ୍ଦୁଝର, ରାଇରଙ୍ଗପୁର ଭଳି ସ୍ଥାନରେ ୩ ଶହ ପାର୍‌ କରିଛି ଇଣ୍ଡେକ୍ସ । ୬ଟି ସହରରେ AIR QUALITY INDEX ବା AQI ୩ ଶହ ପାର କରିଛି । ସେଥିମଧ୍ୟରୁ ବାଲେଶ୍ୱରର ସର୍ବାଧିକ AQI ୩୩୪ ରହିଛି ।

ସେହିପରି କଟକରେ  ୩୨୦, ବାରିପଦାରେ ୩୧୬, ଭୁବନେଶ୍ୱରରେ ୩୧୧, କେନ୍ଦୁଝରରେ ୩୧୪, ରାଇରଙ୍ଗପୁରରେ ୩୦୮ ରହିଛି । ଏପଟେ ଅନୁଗୁଳରେ ୩ଶହ ଏବଂ ତାଳଚେରରେ AQI ଭାଲ୍ୟୁ ୨୫୧ ରହିଛି । ଗତକାଲି ଅପରାହ୍ଣରେ ଦିଲ୍ଲୀର AQI ୩୩୩ ରହିଥିଲା । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଏନେଇ ସୂଚନା ରହିଛି ।

ଅଧିକ ପଢ଼ନ୍ତୁ: ଓଡ଼ିଶାରେ ବି ବିଷ ପାଲଟିଲାଣି ସହରୀ ବାୟୁ; AQIରେ ଦିଲ୍ଲୀ ପ୍ରଦୂଷଣକୁ ଟପିଗଲା ଅନୁଗୁଳ

AQI କ୍ୟାଟାଗୋରୀ ଅନୁଯାୟୀ, ୪୦୧ରୁ ୫ଶହ ମଧ୍ୟରେ ଭାଲ୍ୟୁ ରହିଲେ ସିଭିୟର, ୩୦୧ରୁ ୪୦୦ ମଧ୍ୟରେ ରହିଲେ ଅତି ନିମ୍ନମାନର, ୨୦୧ରୁ ୩୦୦ ମଧ୍ୟରେ ରହିଲେ ନିମ୍ନମାନର ବୋଲି ଧରାଯାଏ ।

ଅଧିକ ମାତ୍ରାରେ ଯାନବାହାନ ଚଳାଚଳ, ନିର୍ମାଣ କାମ ଭଳି କାରଣ ପାଇଁ ଓଡ଼ିଶାରେ ବାୟୁ ପ୍ରଦୂଷଣ ଖରାପ ସ୍ଥିତିରେ ପହଞ୍ଚିଛି । ତାସହିତ ଦ୍ରୁତ ଶିଳ୍ପାୟନ, ଗଛ କଟା ଓ ଗ୍ରୀନ ହାଉସ୍ ପ୍ରଭାବ ଯୋଗୁ ପରିବେଶ ପ୍ରଦୂଷଣ ବଢୁଥିବା ପରିବେଶବିତ୍ କହିଛନ୍ତି ।