Advertisment

Oats Idli: ସକାଳ ଜଳଖିଆରେ ବନାନ୍ତୁ ଓଟ୍ସ ଇଟଲି , ଜାଣନ୍ତୁ କେମିତି ହେବ ନରମ ଓ ଟେଷ୍ଟି

ଓଟ୍ସ ଇଟଲିରେ ଭରପୁର ଫାଇବର ରହିଛି । ଖାଇବାକୁ ଟେଷ୍ଟି ଓ ବନେଇବା ବି ସହଜ । ସକାଳ ଜଳଖିଆରେ ବନାନ୍ତୁ ଘରେ ଖୁସି ହୋଇଯିବେ ।

author-image
Manasranjan Mohanty
ଅଦ୍ୟତନ ହୋଇଛି
Oats Idli

Oats Idli

ସକାଳ ଜଳଖିଆ ଓ ରାତ୍ରି ଭୋଜନରେ ଓଟ୍ସ ଇଟଲି ଖାଇପାରିବେ । ଏହା ଯେତିକି ସ୍ବାଦିଷ୍ଟ ସେତିକି ହେଲଦି ମଧ୍ୟ । ଏହା ଆପଣଙ୍କ ପେଟକୁ ହାଲକା ରଖିବ । ଓଟ୍ସ ଇଟଲି ଆପଣଙ୍କ ଓଜନକୁ ନିୟନ୍ତ୍ରଣରେ ରଖିବ । ଯଦି ଆପଣ ନିଜ ସ୍ବାସ୍ଥ୍ୟକୁ ନେଇ ସଚେତନ ତେବେ ଓଟ୍ସ ଇଟଲି ଆପଣଙ୍କ ଖାଇବା ପାଇଁ ବେଷ୍ଟ ରହିବ ।

Advertisment

ଓଟ୍ସ ଇଟଲିରେ ଭରପୁର ଫାଇବର ରହିଛି । ଖାଇବାକୁ ଟେଷ୍ଟି ଓ ବନେଇବା ବି ସହଜ । ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରିବେ

କ‘ଣ ସାମଗ୍ରୀ ଦରକାର

ଓଟ୍ସ , ସୁଜି, ଦହି, କଟା ପରିବା(ଗାଜର, ଧନିଆ ପତ୍ର, କଞ୍ଚା ଲଙ୍କା), ସୋରିଷ, ଭୃଶଙ୍ଗ ପତ୍ର, ଅଦା, ଲୁଣ, ବେକିଂ ସୋଡା, ପାଣି

Advertisment

କେମିତି ବନାଇବେ

ଓଟ୍ସକୁ ଗୋଟିଏ ପ୍ୟାନରେ ହାଲକା ଭାଜି ଗୁଣ୍ଡ କରିଦେବେ ।

ଆଉ ଏକ ପ୍ୟାନରେ ତେଳ ଗରମ କରିବେ, ସେଥିରେ ସୋରିଷ, ଅଦା, ଭୃଶଙ୍ଗ ପତ୍ର ଓ ସୁଜି ପକାଇ କିଛି ସମୟ ଭାଜିବେ ।

ଏବେ ସେଥିରେ ଗୁଣ୍ଡ କରିଥିବା ଓଟ୍ସ ପକାଇବେ । ଆଉ କିଛି ସମୟ ଥଣ୍ଡା ହେବାକୁ ଛାଡିଦେବେ । ଥଣ୍ଡା ହେଲା ପରେ ଏଥିରେ ଦହି,ପାଣି, ଲୁଣ, କଟା ପରିବା ପକାଇ ଗୋଳାଇବେ 

ଷ୍ଟିମ ଦେବା ପୂବର୍ରୁ ଫୁଲିବା ପାଇଁ ଏଥିରେ ବେକିଂ ସୋଡା ପକାଇବେ ।

ପ୍ରସ୍ତୁତ ହୋଇଥିବା ଆଣକୁ ଇଟଲି ଛାଞ୍ଚରେ ଢାଳିବେ ଓ ୧୦ ରୁ ୧୨ ମିନିଟ ଯାଏ ଷ୍ଟିମ ଦେବେ ।

ଏବେ ଆପଣଙ୍କ ଓଟ୍ସ ଇଟଲି ପ୍ରସ୍ତୁତ । ଯେକୌଣସି ଚଟଣି ସହ ଗରମ ଗରମ ଖାଇପାରିବେ ।

ଅଧିକ ପଢନ୍ତୁ: ଖାଇବା ହଜମ ହେଉନି କି ? ଚିନ୍ତା ଛାଡ଼ନ୍ତୁ , ଖାଆନ୍ତୁ ଏହି ଖାଦ୍ୟ

Special Recipes Healthy Diet Healthy
Advertisment
Related Articles
Advertisment