Advertisment

Israel and Iran strike: ଇସ୍ରାଏଲର ଘନ ଘନ ମିସାଇଲ୍ ମାଡ଼ରେ ଜଳିଲା ତେହେରାନ

ଇରାନର ରାଜଧାନୀ ତେହରାନ ଉପରେ ଘନ ଘନ ମିସାଇଲ ମାଡ କରିବା ସହ ଡ୍ରୋନ ଆକ୍ରମଣ କରିଛି ଇସ୍ରାଏଲ । ଇରାନ ମଧ୍ୟ ଇସ୍ରାଏଲର ତେଲଆଭିଭ ଓ ଜେରୁସାଲେମ ଉପରେ ପ୍ରତିଆକ୍ରମଣ କରିଛି ।

author-image
Chinmayee Sahoo
ଅଦ୍ୟତନ ହୋଇଛି
Israel-Iran

Israel-Iran

ଇସ୍ରାଏଲ-ଇରାନ ମଧ୍ୟରେ ଉଗ୍ର ରୂପ ନେଉଛି ଯୁଦ୍ଧ । ଉଭୟ ରାଷ୍ଟ୍ର ମଧ୍ୟରେ ଯୁଦ୍ଧ ଯୋଗୁଁ ସମ୍ପୂର୍ଣ୍ଣ ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ ହେବାର ଆଶଙ୍କା କରାଯାଇଛି । ଇରାନ ଉପରେ ଭୟଙ୍କର ଆକ୍ରମଣ କରିଛି ଇସ୍ରାଏଲ। ଘନ ଘନ ମିସାଇଲ୍ ମାଡ଼ରେ ଜଳିଲା ଇରାନର ରାଜଧାନୀ ତେହେରାନ। ଏହି ସୂଚନା ଦେଇଛି ଇସ୍ରାଏଲ ଡିଫେନ୍ସ ଫୋର୍ସ। ତେହେରାନରେ ଥିବା ପରମାଣୁ ଅସ୍ତ୍ର ପ୍ରୋଜେକ୍ଟ ଉପରେ ସିଧା ଆକ୍ରମଣ କରାଯାଇଥିବା IDF ସୂଚନା ଦେଇଛି।

Advertisment

ଅଧିକ ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧର ଘନଘଟା, 'ଅପରେସନ ରାଇଜିଂ ଲାୟନ' ବିରୋଧରେ ଇରାନର 'ଟ୍ରୁ ପ୍ରୋମିଜ୍-୩'

ସେହିପରି ଇରାନ ପ୍ରତିରକ୍ଷା ମନ୍ତ୍ରାଳୟର ମୁଖ୍ୟାଳୟକୁ ଆକ୍ରମଣ କରି ଧ୍ବଂସ କରାଯାଇଥିବା ଦାବି କରିଛି ଇସ୍ରାଏଲ। ରାତି ଅଧରେ ତେହେରାନ ଉପରେ ମିସାଇଲ ବର୍ଷା କରିଥିଲା ଇସ୍ରାଏଲ ଡିଫେନ୍ସ ଫୋର୍ସ। କେବଳ ମିସାଇଲ୍ ନୁହେଁ ଡ୍ରୋନ, ଫାଇଟର ଜେଟ ଦ୍ବାରା ମଧ୍ୟ ଘନଘନ ଆକ୍ରମଣ କରାଯାଇଥିଲା। ଇରାନର ତେଲ ଫିଲ୍ଡ ଓ ଗ୍ୟାସ୍ ରିଫାଇନରି ସମେତ ୧୫୦ଟି ସ୍ଥାନକୁ ଟାର୍ଗେଟ କରି ଆକ୍ରମଣ କରିଥିଲା ଇସ୍ରାଏଲ। ଇସ୍ରାଏଲର ଆକ୍ରମଣରେ ଜଳି ଉଠିଥିଲା ଇରାନର ରାଜଧାନୀ ତେହେରାନ। ଇସ୍ରାଏଲର ଏହି ଆକ୍ରମଣରେ ଇରାନର ୧୩୮ ଜଣ ଲୋକଙ୍କର ମୃତ୍ୟୁ ଘଟିଲାଣି ଏବଂ ୩୫୦ରୁ ଅଧିକ ଆହତ ହୋଇଛନ୍ତି। ଇରାନରେ ଥିବା ବିଶ୍ୱର ସବୁଠୁ ବଡ ଗ୍ୟାସ ଫିଲ୍ଡ ଉପରେ ଇସ୍ରାଏଲ ଆକ୍ରମଣ କରିବା ପରେ ଏହି ଯୁଦ୍ଧ ଆହୁରି ଭୟଙ୍କର ହୋଇଥିଲା।

Advertisment

ଗତକାଲି ଇସ୍ରାଏଲର ତେଲଆଭିଭ ଉପରେ ଆକ୍ରମଣ କରିଥିଲା ଇରାନ। ଏଥିରେ ଇସ୍ରାଏର ୧୪ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଇରାନର ମିସାଇଲ ଜନବସତି ଅଞ୍ଚଳରେ ପଡ଼ିବାରୁ ଏହି ଅଘଟଣ ହୋଇଥିବା ଇସ୍ରାଏଲ କହିଛି। ରବିବାର ସକାଳେ ଜେରୁସାଲେମ ଓ ତେଲଆଭିଭ୍ ଅଞ୍ଚଳରେ ଯୁଦ୍ଧ ସାଇରନ ବାଜିବା ପରେ ତେଲ ଆଭିଭ୍ ଉପରେ ଘନ ଘନ ମିସାଇଲ ମାଡ କରିଥିଲା ଇରାନ। ଏହି ଆକ୍ରମଣ ପରେ ଏକ ସହର ତାମରାରେ ଭୁଶୁଡି ପଡିଥିବା କୋଠା ତଳେ ଭଗ୍ନାବଶେଷ ଖୋଜୁଥିବା ଦେଖା ଯାଇଥିଲା। ଅନ୍ୟପଟେ ଇସ୍ରାଏଲ ଯଦି ଆକ୍ରମଣ କରିବା ଜାରି ରଖେ ତାହାଲେ ତାକୁ ଭୟଙ୍କର ପରିଣାମ ଭୋଗିବାକୁ ପଡିବ ବୋଲି ଚେତାବନୀ ଦେଇଛନ୍ତି ଇରାନର ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ। 

ଅଧିକ ପଢ଼ନ୍ତୁ: ପୁଣି ଭାରତ-ଚୀନ ମଧ୍ୟରେ ଉଡ଼ିବ ବିମାନ, ବୈଠକରେ ଆହୁରି ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି

Israel Air Strike
Advertisment
Advertisment