• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ଦୁବାଇରେ ଝଲସିଲା ଆଇପିଏଲ ୨୦୨୪ ଟ୍ରଫି ।  ଦୁନିଆର ସବୁଠାରୁ ଉଚ୍ଚ ବିଲିଡିଂ ତଥା ଦୁବାଇରେ ଥ‌ିବା ବୁର୍ଜ ଖଲିଫାରେ ଝଲସିଲା ଆଇପିଏଲ ୨୦୨୪ ଟ୍ରଫି । ବୁର୍ଜ ଖଲିଫାରେ କୋଲକତା ନାଇଟ ରାଇଡର୍ସ ଆଇପିଏଲ୍‌ ଟ୍ରଫି ଜିତିବା ପରେ ଶୁଭେଚ୍ଛା ବାର୍ତ୍ତା ଦେଖିବାକୁ ମିଳିଛି । ଟିମ୍‌ର ମାଲିକ ତଥା ବଲିଉଡର ବାଦଶାହ ଶାହରୁଖ ଖାନଙ୍କୁ ମଧ୍ୟ ଶୁଭେଚ୍ଛା ମିଳିଛି । ଆଇପିଏଲ ୨୦୨୪ ଫାଇନାଲରେ ସନରାଇଜର୍ସ ହାଇଦ୍ରାବାଦକୁ ହରାଇ ଚାମ୍ପିଅନ୍‌ ହୋଇଛି କୋଲକତା ନାଇଟ ରାଇଡର୍ସ । ରବିବାର ୨୬ ମଇରେ ଚେନ୍ନାଇର ଚେପାକ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲରେ ମ୍ୟାଚରେ ଆଇପିଏଲ ୨୦୨୪ ଚାମ୍ପିଅନ୍‌ ହୋଇଥିଲା କେକେଆର।

ଅଧିକ ପଢ଼ନ୍ତୁ: କୋଲକାତାକୁ ୨୦ କୋଟି, ହାଇଦ୍ରାବାଦକୁ ୧୨.୫ କୋଟି; ଜାଣନ୍ତୁ ଅନ୍ୟମାନଙ୍କୁ ମିଳିଲା କେତେ...

ଆଇପିଏଲ ୨୦୨୪ ଚାମ୍ପିଅନ୍‌ ହେବାର ଦୁଇଦିନ ପରେ ଦୁବାଇର ବୁର୍ଜ ଖଲିଫା ପର୍ପଲ ରଙ୍ଗରେ ଦେଖ‌ିବାକୁ ମିଳିଥିଲା । ଏଥିରେ ଟିମକୁ ଶୁଭେଚ୍ଛା ବାର୍ତ୍ତା ଲେଖାଯାଇଥିଲା । କେକେଆର ଏହି ଭିଡିଓକୁ ନିଜ ସୋସିଆଲ ମିଡିଆ ଆକାଉଣ୍ଡରେ ସେୟାର କରିଛି । କିଛି ସେକେଣ୍ଡର ଭିଡିଓରେ ଦେଖିବାକୁ ମିଳିଛି କି, ବୁର୍ଜ ଖଲିଫାରେ ପ୍ରଥମ ଥର କେକେଆର ଆଇପିଏଲ ଚାମ୍ପିଅନ୍‌ ହୋଇଥିବାରୁ ଶୁଭେଚ୍ଛା ମିଳିଛି । ଶାହରୁଖଙ୍କୁ ମଧ୍ୟ ଶୁଭେଚ୍ଛା ମିଳିଛି ।

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)-୨୦୨୪ରେ କୋଲକାତା ନାଇଟ୍‌ ରାଇଡର୍ସ ଚାମ୍ପିଅନ୍‌ ହୋଇଛି । ଚେନ୍ନାଇର ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌କୁ ୮ ୱିକେଟ୍‌ରେ ପରାସ୍ତ କରିଛି। ଏଥି ସହିତ କୋଲକାତା ନାଇଟ୍‌ ରାଇଡର୍ସ ତୃତୀୟ ଥର ଆଇପିଏଲ୍‌ ଚାମ୍ପିଅନ୍‌‌ ହୋଇଛି । କୋଲକାତା ଟିମ୍‌ ପୂର୍ବରୁ ୨୦୧୨ ଓ ୨୦୧୪ରେ ଚାମ୍ପିଅନ୍‌ ହୋଇଥିଲା । କୋଲକାତା ପାଇଁ ଭେଙ୍କଟେସ୍‌ ଆୟର ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ । ସେ ୨୬ଟି ବଲ୍‌ ଖେଳି ୪ଟି ଚୌକା ଓ ୩ଟି ଛକା ବଳରେ ଅପରାଜିତ ୫୨ ରନ୍‌ ସଂଗ୍ରହ କରିଥିଲେ । ସେହିପରି ପ୍ରାରମ୍ଭିକ ବ୍ୟାଟର ରହମାନୁଲ୍ଲା ଗୁରବାଜ ୩୯ ରନ୍‌ ସଂଗ୍ରହ କରିଥିଲେ। ସେ ୩୨ଟି ବଲ୍‌ ଖେଳି ୫ଟି ଚୌକା ଓ ୨ଟି ଛକା ମାରିଥିଲେ। ସୁନୀଲ ନାରାୟଣ ୬ ରନ୍‌ ଓ ‌ଅଧିନାୟକ ଶ୍ରେୟସ ଆୟର ଅପରାଜିତ ୬ ରନ୍‌ କରିଥିଲେ।

ଅଧିକ ପଢ଼ନ୍ତୁ: ମ୍ୟାଚ୍‌ ଜିତିବା ପରେ ରିଙ୍କୁଙ୍କ ଭିଡିଓ କଲ୍‌.. ପନ୍ତଙ୍କୁ କହିଲେ ଏମିତି କଥା..

ଫାଇନାଲ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଗୁରୁତର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୧୧୩ ରନରେ ସୀମିତ ରହିଯାଇଥିଲା । ଫଳରେ କୋଲକାତା ନାଇଟରାଇଡର୍ସ ଆଗରେ ବିଜୟ ପାଇଁ ୧୧୪ ରନର ଲକ୍ଷ୍ୟ ଥିଲା। ଆଇପିଏଲ ଇତିହାସରେ ଏହା ସର୍ବନିମ୍ନ ଫାଇନାଲ ସ୍କୋର ।
 

OTV is now on Whatsapp

Join and get latest news update delivered to you via whatsapp

Join Now