• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଟ୍ୱିଟରର ନୂଆ ସିଇଓ ହେବେ ଲିଣ୍ଡା ୟାକ୍‌କାରିନୋ ! ଏନେଇ ଏବେ ବିଭିନ୍ନ ଆନ୍ତର୍ଜାତୀୟ ଗଣମାଧ୍ୟମରେ ଖୁବ୍ ଚର୍ଚ୍ଚା । ତେବେ ଏହି ଲିଣ୍ଡା କିଏ ? କାହିଁକି ତାଙ୍କୁ ସିଇଓ ପଦରେ ବସାଇବାକୁ ଚାହୁଛନ୍ତି  ଏଲନ ମସ୍କ ?

ଟ୍ୱିଟରର ଆଗାମୀ ସିଇଓ କିଏ ହେବ ? ତାକୁ ନେଇ ଏବେ ସାରା ବିଶ୍ୱରେ ଖୁବ୍‌ ଚର୍ଚ୍ଚା । କାରଣ ଏଲନ୍‌ ମସ୍କ ନିଜେ ଘୋଷଣା କରି ସାରିଛନ୍ତି, ସେ ଏବେ ଟ୍ୱିଟର ସିଇଓ ପଦ ଛାଡ଼ିଦେବେ । ଅର୍ଥାତ୍ ଖୁବ୍‌ଶୀଘ୍ର ଟ୍ୱିଟର(Twitter)ର ଜଣେ ନୂଆ ସିଇଓ ନିଯୁକ୍ତ ହେବେ । ଜଣେ ମହିଳା ଟ୍ୱିଟରର ସିଇଓ ପଦ ସମ୍ଭାଳିବେ ବୋଲି ଏଲନ୍ ସୂଚନା ଦେଇଛନ୍ତି । ଆଗାମୀ ୬ ସପ୍ତାହ ମଧ୍ୟରେ ମହିଳା ଜଣଙ୍କ ସିଇଓ ପଦ ସମ୍ଭାଳିବେ ବୋଲି ମସ୍କ ଘୋଷଣା କରିଛନ୍ତି । କିନ୍ତୁ ମହିଳାଙ୍କ ନାମ ସେ ଏପର୍ଯ୍ୟନ୍ତ ଘୋଷଣା କରି ନାହାନ୍ତି ।

ହେଲେ ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ, ଲିଣ୍ଡା ୟାକ୍‌କାରିନୋ ହୋଇପାରନ୍ତି ଟ୍ୱିଟରର ନୂଆ ସିଇଓ । ସେ ଏବେ NBCUniversal ର ଆଡ୍‌ଭର୍ଟାଇଜ୍‌ମେଣ୍ଟ ମୁଖ୍ୟ ରହିଛନ୍ତି । ଏନେଇ ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି । ଏଲନ ମସ୍କ ସିଇଓ ପଦରୁ ଇସ୍ତଫା ଦେବା ପରେ କାର୍ଯ୍ୟକାରୀ ଅଧ୍ୟକ୍ଷ ରହିବେ।

Linda Yaccarino May Be The Next CEO Of Twitter(Linda Yaccarino May Be The Next CEO Of Twitter)

ଅଧିକ ପଢ଼ନ୍ତୁ: ଆପଣଙ୍କର ଟ୍ୱିଟର ଆକାଉଣ୍ଟ ଅଛି କି ? କେମିତି ପାଇବେ ବ୍ଳୁ-ଟିକ୍‌...ଜାଣନ୍ତୁ

ଲିଣ୍ଡା କିଏ ?

୧.ଲିଣ୍ଡା ୟାକ୍‌କାରିନୋ ପ୍ରାୟ ଏକ ଦଶନ୍ଧି ହେବ NBCUniversalର ସିଇଓ ପଦବୀରେ ଦାୟିତ୍ୱ ତୁଲାଇ ଆସୁଛନ୍ତି । ସେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ସହ ସଂସ୍ଥାକୁ ଆଗକୁ ନେବା ପାଇଁ ବଡ଼ ବଡ଼ ପଦକ୍ଷେପ ବି ନେଇଛନ୍ତି । ବିଜ୍ଞାପନ କ୍ଷେତ୍ରରେ ସେ ଏକ ବଡ଼ ପରିବର୍ତ୍ତନ ମଧ୍ୟ ଆଣିଛନ୍ତି । 

୨.ଲିଣ୍ଡା ୧୯ ବର୍ଷ ଧରି ଟର୍ଣ୍ଣର ଏଣ୍ଟରଟେନ୍‌ମେଣ୍ଟରେ କାର୍ଯ୍ୟ କରିବାର ଅଭିଜ୍ଞତା ମଧ୍ୟୟ ରଖିଛନ୍ତି । ନେଟୱର୍କ ବିଜ୍ଞାପନକୁ ସେ ଡିଜିଟାଲର ଭବିଷ୍ୟତ କରିବା ଦିଗରେ ଅନେକ କାମ କରିଛନ୍ତି ଓ ସଫଳ ହୋଇଛନ୍ତି ।

୩.ପେନ୍‌ ଷ୍ଟେଟ୍‌ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ରୀ ହେଉଛନ୍ତି ଲିଣ୍ଡା । ସେଠାରେ ସେ ଲିବେରାଲ ଆର୍ଟସ୍‌ ଏବଂ ଟେଲିକମ୍ୟୁନିକେସନ୍‌ର ପାଠ ପଢ଼ୁଥିଲେ ।

୪.ଗତମାସରେ ଲିଣ୍ଡା ମିଆମିଠାରେ ଆୟୋଜିତ ଏକ ବିଜ୍ଞାପନ ସମ୍ମିଳନୀରେ ଏଲନ୍‌ ମସ୍କଙ୍କ ଇଣ୍ଟରଭ୍ୟୁ ବା ସାକ୍ଷାତକାର ନେଇଥିଲେ । ଯାହାକି ଖୁବ୍‌ ଚର୍ଚ୍ଚାର ବିଷୟ ହୋଇଥିଲା । ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ତାଳି ମାରି ମସ୍କଙ୍କୁ ସ୍ୱାଗତ କରିବା ପାଇଁ ଲିଣ୍ଡା ଉସ୍‌କାଇଥିଲେ । ଏହାସହ ମସ୍କଙ୍କୁ ତାଙ୍କର କାମ ପାଇଁ ଖୁବ୍‌ ପ୍ରଶଂସା କରିଥିଲେ ।

ଅଧିକ ପଢ଼ନ୍ତୁ: ଟ୍ୱିଟର ୟୁଜର୍ସଙ୍କ ପାଇଁ ଖୁସି ଖବର, ଖୁବ୍‌ଶୀଘ୍ର କଲ୍‌ ସହ ଭିଡିଓ ଚାଟ୍‌ ମଧ୍ୟ କରିପାରିବେ...