• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଟ୍ୱିଟରର ନୂଆ ମାଲିକ ଏଲନ୍‌ ମସ୍କ ହେବାପରେ ସବୁବେଳେ କିଛି ନା କିଛି କଥାକୁ ନେଇ ଚର୍ଚ୍ଚାରେ ରହିଆସିଛି ଟ୍ୱିଟର୍‌ । କେତେବେଳେ ଲୋଗ ତ ପୁଣି କେତେବେଳେ ଟ୍ୱିଟର ବ୍ୟବହାକାରୀଙ୍କ ପାଇଁ କଟକଣା କରି ବେଶ୍‌ ଚର୍ଚ୍ଚାରେ ରହିଛି ଟ୍ୱିଟର କମ୍ପାନୀ । ନିକଟରେ ଟ୍ୱିଟର ତାର ଲୋଗୋ ବାର୍ଡକୁ ପରିବର୍ତ୍ତନ କରି ଡଗ୍‌ ରଖିଥିଲା । ହେଲେ ମାତ୍ର ଗୋଟିଏ ଦିନ ପରେ ପୁଣି ଲୋଗୋକୁ ପରିବର୍ତ୍ତନ କରାଯାଇ ସେହି ବାର୍ଡକୁ ଫେରାଇ ଅଣାଯାଇଥିଲା । ଟ୍ୱିଟରର ଏହି ଚର୍ଚ୍ଚା ଥମିବା ପରେ ପୁଣି ବ୍ଳୁ-ଟିକ୍‌କୁ ନେଇ ଖୁବ୍‌ ଚର୍ଚ୍ଚା ହେବାରେ ଲାଗିଛି ।

ଅଧିକ ପଢ଼ନ୍ତୁ: ହାତ ଯୋଡ଼ିଲେ, ଦିନକ ପରେ ବ୍ଲୁ-ଟିକ୍‌ ପାଇଲେ ! କହିଲେ ‘ତୁ ଚିଜ୍‌ ବଡ଼ି ହେ ମସ୍କ ମସ୍କ...’

କମ୍ପାନୀ ପକ୍ଷରୁ ବଡ଼ ବଡ଼ ବଲିଉଡ ସେଲିବ୍ରିଟି, ମନ୍ତ୍ରୀ ଓ ନେତାଙ୍କ ଟ୍ୱିଟର ଆକାଉଣ୍ଟରୁ ବ୍ଳୁ-ଟିକ୍‌କୁ ହଟାଇ ଦିଆଯାଇଛି। ହେଲେ ଅପଣ ଜାଣିଛନ୍ତି କି ଟ୍ୱିଟର କମ୍ପାନୀ ପକ୍ଷରୁ ଏହି ବ୍ଳୁ-ଟିକକୁ କାହିଁକି ହଟାଇ ଦିଆଯାଇଛି ? ଏହାର ମାସିକ ଓ ବାର୍ଷିକ ସବ୍ସକ୍ରିବସନ୍‌ ମୂଲ୍ୟ କେତେ ରହିଛି ? କେମିତି କିଣିବେ ଟ୍ୱିଟରର ବ୍ଲୁ-ଟିକ୍‌ ସବ୍ସକ୍ରିବସନ୍‌ ? ଆସନ୍ତୁ ଜାଣିବା ଏ ସମ୍ପର୍କରେ...

ବ୍ଲୁ-ଟିକ୍‌ ପାଇବାକୁ ହେଲେ ଆପଣଙ୍କୁ ଆପଣଙ୍କ ମୋବାଇଲରେ ସର୍ବପ୍ରଥମେ ଟ୍ୱିଟର ଆପ୍ଲିକେସନ୍‌ ଖୋଲିବାକୁ ହେବ । ଟ୍ୱିଟର ଖୋଲିବା ପରେ ପ୍ରୋଫାଇଲ୍‌ ସେକ୍ସନରେ ଥିବା ବ୍ଳୁ-ଟିକ୍‌ ଉପରେ କ୍ଲିକ୍‌ କରନ୍ତୁ । ଏହାପରେ ଆପଣ ସବ୍ସକ୍ରିବସନ୍‌ ପ୍ଲାନ୍‌ରେ ଆପଣଙ୍କ ସୁବିଧା ମୁତାବକ ପ୍ଲାନ୍‌ ବାଛିପାରିବେ ।

ବ୍ଲୁ­-ଟିକ୍‌ ପାଇବାକୁ ହେଲେ ଆପଣଙ୍କୁ ମାସିକ କିମ୍ବା-ବାର୍ଷିକ ପ୍ଲାନ୍‌ ମଧ୍ୟରୁ ଗୋଟିଏ ପ୍ଲାନ୍‌କୁ ଚୟନ କରିବାକୁ ହେବ । ଯିଦି ଅପଣ ଗୋଟିଏ ବର୍ଷ ପାଇଁ ବ୍ଳୁ-ଟିକ୍‌ ପ୍ଲାନ୍‌ କିଣିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ୯,୪୦୦ ଟଙ୍କା ଦେବାକୁପଡ଼ିବ । ଯଦି ଆପଣଙ୍କୁ ଏହି ପ୍ଲାନ୍‌ ପସନ୍ଦ ନଆସେ ତାହେଲେ ଆପଣ ମାସିକ ପ୍ଲାନ୍‌ ନେଇପାରିବେ ।

ମାସିକ ବ୍ଳୁ-ଟିକ୍‌ ପ୍ଲାନ୍‌ ପାଇଁ ଆପଣଙ୍କୁ ୯୦୦ ଟଙ୍କା ଦେବାକୁ ହେବ । ଆପଣ ଏହି ପ୍ଲାନ୍‌ ନେବାପରେ ଆପଣଙ୍କୁ ବ୍ଲୁ-ଟିକ୍‌ ମିଳିଯିବ । ତେବେ ଆପଣ ଏହି ଦୁଇଟି ପ୍ଳାନ୍‌ ଅନୁସାରେ ଆପଣଙ୍କ ଟ୍ୱିଟର ଆକାଉଣ୍ଟରେ ବ୍ଲୁ-ଟିକ୍‌ ପାଇପାରିବେ ।

ଅଧିକ ପଢ଼ନ୍ତୁ: ବ୍ଳୁ-ଟିକ୍‌ ହଟିବା ପରେ ସଚିନ୍‌ କହିଲେ ‘ଏଇଟା ମୋର ବ୍ଳୁ-ଟିକ୍‌’