Advertisment

ଖୁବ୍‌ଶୀଘ୍ର ଟ୍ୱିଟର CEO ପଦ ଛାଡ଼ିବେ ଏଲନ ମସ୍କ, ପଦ ସମ୍ଭାଳିବେ ଜଣେ ମହିଳା...

ଜଣେ ମହିଳା ସିଇଓ ଟ୍ୱିଟରର ସିଇଓ ପଦ ସମ୍ଭାଳିବେ। ଆଗାମୀ ୬ ସପ୍ତାହ ମଧ୍ୟରେ ମହିଳା ଜଣଙ୍କ ସିଇଓ ପଦ ସମ୍ଭାଳିବେ ବୋଲି ଏଲନ ମସ୍କ ଘୋଷଣା କରିଛନ୍ତି ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Elon Musk found new Twitter CEO

Elon Musk found new Twitter CEO

ଖୁବ୍‌ଶୀଘ୍ର ଟ୍ୱିଟର(Twitter)ର ଜଣେ ନୂଆ ସିଇଓ ନିଯୁକ୍ତ ହେବେ। ଏନେଇ ଟ୍ୱିଟରର ମୁଖ୍ୟ ଏଲନ ମସ୍କ ଘୋଷଣା କରିଛନ୍ତି । ଜଣେ ମହିଳା ସିଇଓ ଟ୍ୱିଟରର ସିଇଓ ପଦ ସମ୍ଭାଳିବେ। ଆଗାମୀ ୬ ସପ୍ତାହ ମଧ୍ୟରେ ମହିଳା ଜଣଙ୍କ ସିଇଓ ପଦ ସମ୍ଭାଳିବେ ବୋଲି ମସ୍କ ଘୋଷଣା କରିଛନ୍ତି । କିନ୍ତୁ ମହିଳାଙ୍କ ନାମ ସେ ଏପର୍ଯ୍ୟନ୍ତ ଘୋଷଣା କରି ନାହାନ୍ତି।

Advertisment

ଏନ୍‌ବିସି ୟୁନିଭର୍ସାଲ ଏକଜିକ୍ୟୁଟିଭ୍ ଲିଣ୍ଡା ୟାକାରିନୋଙ୍କୁ ଟ୍ୱିଟର ସିଇଓ ଦାୟିତ୍ୱ ଦିଆଯାଇପାରେ ବୋଲି ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି । ଏଲନ ମସ୍କ ସିଇଓ ପଦରୁ ଇସ୍ତଫା ଦେବା ପରେ କାର୍ଯ୍ୟକାରୀ ଅଧ୍ୟକ୍ଷ ରହିବେ। ଗତବର୍ଷ ଅକ୍ଟୋବର ମାସରେ ଏଲନ ମସ୍କ ୪୪ ବିଲିୟନ ଡଲାର ଦେଇ ଟ୍ୱିଟରକୁ କିଣିଥିଲେ।

ଅଧିକ ପଢ଼ନ୍ତୁ: ଟ୍ୱିଟର ୟୁଜର୍ସଙ୍କ ପାଇଁ ଖୁସି ଖବର, ଖୁବ୍‌ଶୀଘ୍ର କଲ୍‌ ସହ ଭିଡିଓ ଚାଟ୍‌ ମଧ୍ୟ କରିପାରିବେ...

Advertisment

ଗତ ଡିସେମ୍ବର ମାସରେ ମସ୍କ ଟ୍ୱିଟର ସିଇଓ ପଦ ଛାଡ଼ିବା ନେଇ ତାଙ୍କ ଫଲୋର୍ସଙ୍କର ମତାମତ ଲୋଡ଼ିଥିଲେ। ଏଥିରେ ପ୍ରାୟ ୫୭. ୫% ମସ୍କ ଟ୍ୱିଟରରୁ ଓହରିବା ସପକ୍ଷରେ ମତ ରଖିଥିଲେ।

Twitter Elon Musk Twitter CEO
Advertisment
Advertisment