Advertisment

Thailand-Cambodia Clash:ମନ୍ଦିରକୁ ନେଇ ଘମାଘୋଟ ଲଢ଼େଇ, ଆରମ୍ଭ ଆଉ ଏକ ମହାଯୁଦ୍ଧ

ଦୁଇ ଦେଶ ମଧ୍ୟରେ ବିବାଦର ଆରମ୍ଭ ବିଂଶ ଶତାବ୍ଦୀରୁ ହୋଇଥିବା କୁହାଯାଉଛି । ୧୯୦୭ରେ ଫ୍ରାନ୍ସ ଉପନିବେଶ ଯେଉଁ ନକ୍ସା ତିଆରି କଲେ, ସେଥିରେ ଏହି ମନ୍ଦିରକୁ କମ୍ବୋଡିଆର ବୋଲି ଦର୍ଶାଯାଇଥିଲା । ସେତେବେଳେ ଥାଇଲାଣ୍ଡ ଏହାକୁ ଗ୍ରହଣ କରିଥିଲା । କିନ୍ତୁ ୧୯୩୦ ପରେ ଏହାକୁ ବିରୋଧ କରିଥିଲା ଥାଇଲାଣ୍ଡ ।

author-image
Manasranjan Mohanty
Thailand-Cambodia Clash

Thailand-Cambodia Clash

ବିଶ୍ୱରେ ଏବେ ଜଳୁଛି ଯୁଦ୍ଧର ନିଆଁ । ୟୁରୋପରେ ଋଷ-ୟୁକ୍ରେନ୍‌ ଓ ମଧ୍ୟପ୍ରାଚ୍ୟରେ ଇସ୍ରାଏଲ-ପାଲେଷ୍ଟାଇନ୍‌ ମଧ୍ୟରେ ଜାରି ରହିଛି ଘମାଘୋଟ ଲଢ଼େଇ । ଆଉ ଏସବୁ ମଧ୍ୟରେ ଦକ୍ଷିଣ-ପୂର୍ବ ଏସିଆରେ ଆଉ ଏକ ବଡ଼ ଯୁଦ୍ଧର ପଦଧ୍ୱନୀ । ଥାଇଲାଣ୍ଡ ଓ କମ୍ବୋଡିଆ ମଧ୍ୟରେ ପୁଣି ଥରେ ଆରମ୍ଭ ହୋଇଯାଇଛି ଯୁଦ୍ଧ । ତେବେ ଏ ଲଢ଼େଇ କୌଣସି ଆତଙ୍କବାଦକୁ ନେଇ ନୁହେଁ ବରଂ ସାମାନ୍ୟ ସୀମା ବିବାଦକୁ ନେଇ ଉପୁଜିଛି । ଏକ ପ୍ରାଚୀନ ଶିବ ମନ୍ଦିରକୁ ନେଇ ଦୁଇ ଦେଶ ମଧ୍ୟରେ ଆରମ୍ଭ ହୋଇଛି ରକ୍ତପାତ ।

Advertisment

ଥାଇଲାଣ୍ଡ ଓ କମ୍ବୋଡିଆ ସଂଘର୍ଷର କାରଣ ୧୧୦୦ ବର୍ଷ ପୁରୁଣା ଏକ ଶିବ ମନ୍ଦିରକୁ ନେଇ । ଯାହା ପ୍ରିହ ବିହେଅର ନାମରେ ପରିଚିତ । ନବମ ଶତାବ୍ଦୀରେ ଖମେର ସମ୍ରାଟ ସୂର୍ଯ୍ୟବର୍ମନ ଏହି ମନ୍ଦିରକୁ ନିର୍ମାଣ କରିଥିଲେ । କମ୍ବୋଡିଆ ଦାବି କରୁଛି ଶିବ ମନ୍ଦିରଟି ତା ସୀମାରେ ରହିଛି । କିନ୍ତୁ ଏହାକୁ ମାନିବାକୁ ନାରାଜ ଥାଇଲାଣ୍ଡ । ଥାଇଲାଣ୍ଡ ପକ୍ଷରୁ କୁହାଯାଉଛି, ମନ୍ଦିରର କିଛି ଅଂଶ ତା’ ଦେଶର ସୁରିନ୍‌ ପ୍ରାନ୍ତରେ ଆସୁଛି ।

ଦୁଇ ଦେଶ ମଧ୍ୟରେ ବିବାଦର ଆରମ୍ଭ ବିଂଶ ଶତାବ୍ଦୀରୁ ହୋଇଥିବା କୁହାଯାଉଛି । ୧୯୦୭ରେ ଫ୍ରାନ୍ସ ଉପନିବେଶ ଯେଉଁ ନକ୍ସା ତିଆରି କଲେ, ସେଥିରେ ଏହି ମନ୍ଦିରକୁ କମ୍ବୋଡିଆର ବୋଲି ଦର୍ଶାଯାଇଥିଲା । ସେତେବେଳେ ଥାଇଲାଣ୍ଡ ଏହାକୁ ଗ୍ରହଣ କରିଥିଲା । କିନ୍ତୁ ୧୯୩୦ ପରେ ଏହାକୁ ବିରୋଧ କରିଥିଲା ଥାଇଲାଣ୍ଡ ।

Advertisment

ସେହିପରି ୧୯୬୨ରେ ICJ ମନ୍ଦିର ଉପରେ ଅଧିକାର କମ୍ବୋଡିଆକୁ ଦେଇଥିଲେ । ହେଲେ ଥାଇଲାଣ୍ଡର କିଛି ଜାତୀୟତାବାଦୀ ଗୋଷ୍ଠୀ ଏବେ ବି ଏହାକୁ ଚ୍ୟାଲେଞ୍ଜ କରୁଛନ୍ତି । ଏପରିକି ଥାଇଲାଣ୍ଡ, ମନ୍ଦିରକୁ ଲାଗି ରହିଥିବା ଅଞ୍ଚଳକୁ ନିଜର ବୋଲି ଦାବି କରି ଆସୁଛି । ୨୦୦୮ରେ କମ୍ବୋଡିଆ ଏହି ଶିବ ମନ୍ଦିରକୁ ୱାର୍ଲ୍ଡ ହେରିଟେଜ୍‌ ସାଇଟ୍‌ରେ ସାମିଲ କରାଇଥିଲା । ଆଉ ସେବେଠୁ ଦୁଇ ଦେଶ ମଧ୍ୟରେ ବିବାଦ ଆହୁରି ତୀବ୍ର ହୋଇଥିଲା । ୨୦୦୮ରୁ ୨୦୧୧ ପର୍ଯ୍ୟନ୍ତ ମନ୍ଦିରକୁ ନେଇ ଦୁଇ ଦେଶ ମଧ୍ୟରେ ବାରମ୍ବାର ସାମରିକ ସଂଘର୍ଷ ହୋଇଛି ।

ତେବେ ୨୦୨୫ରେ ମଧ୍ୟ ଏହି ଶିବ ମନ୍ଦିରକୁ ନେଇ ପୁଣି ଥରେ ଦୁଇ ଦେଶ ମୁହାଁମୁହିଁ ହୋଇଛନ୍ତି । ଥାଇଲାଣ୍ଡ ପକ୍ଷରୁ କୁହାଯାଇଥିଲା, ଗୁପ୍ତଚରୀ କରିବାକୁ କମ୍ବୋଡିଆର ଏକ ଡ୍ରୋନ୍‌ ତା’ ସୀମା ଭିତରକୁ ପଶିଥିଲା । ଆଉ ଏହା ପରେ ଏହି ବିବାଦ ଉଗ୍ର ରୂପ ନେଇଥିଲା । ଦୁଇ ଦେଶ ମଧ୍ୟରେ ରକେଟ୍ ମାଡ଼ ଓ ଏୟାର ଷ୍ଟ୍ରାଇକ୍‌ ହୋଇଥିଲା । ଏମିତି କି ଥାଇଲାଣ୍ଡ f-16 ଫାଇଟର ଜେଟ୍ ବ୍ୟବହାର କରିଥିବା କୁହାଯାଉଛି । ତେବେ ଆଗକୁ ଏହି ବିବାଦର ଅନ୍ତ କେବେ ହେଉଛି, ତାକୁ ଅପେକ୍ଷା ।

ଅଧିକ ପଢ଼ନ୍ତୁ: ଡ୍ରୁଜ-ସିରିଆ ସେନା ମଧ୍ୟରେ ଧସେଇ ପଶିଲା ଇସ୍ରାଏଲ, ପ୍ରତିରକ୍ଷା ମୁଖ୍ୟାଳୟ ଉପରେ କଲା ଏୟାର ଷ୍ଟ୍ରାଇକ୍‌

Clash Thailand
Advertisment
Related Articles
Advertisment