Advertisment

Israel Gaza War: ଗାଜାରେ ଖାଦ୍ୟ ସଙ୍କଟ, ଏହି ୩ ସ୍ଥାନରେ ଦିନରେ ଅସ୍ତ୍ରବିରତି କରିବ ଇସ୍ରାଏଲ

ଗାଜାର ତିନୋଟି ଅଞ୍ଚଳ ଯଥାକ୍ରମେ ଅଲ-ମାୱାସୀ, ଦେୟର ଆଲ-ବାଲାହ, ଏବଂ ଗାଜା ସିଟିରେ ସକାଳ ୧୦:୦୦ରୁ ରାତି ୮:୦୦ ପର୍ଯ୍ୟନ୍ତ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବ ଇସ୍ରାଏଲ।

author-image
Chinmayee Sahoo
ଅଦ୍ୟତନ ହୋଇଛି
military operations

military operations

ଇସ୍ରାଏଲ ଓ ଗାଜା ମଧ୍ୟରେ ଯୁଦ୍ଧ ଲାଗି ରହିଥିବା ବେଳେ ଇସ୍ରାଏଲ ଏବେ ଯୁଦ୍ଧରେ ନୂଆ ନିୟମ ଆଣିଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ ରବିବାର ଘୋଷଣା କରିଛି ଯେ, ମାନବିକ ରିଲିଫ୍ ପ୍ରୟାସକୁ ସମର୍ଥନ କରିବା ପାଇଁ ଗାଜାର ତିନୋଟି ଅଞ୍ଚଳରେ ସାମରିକ ଅଭିଯାନରେ ପ୍ରତିଦିନ ବିରତି ଲାଗୁ କରାଯିବ। ଏହି ବିରତି ନିର୍ଦ୍ଦିଷ୍ଟ "ଘନ ଜନବସତି" ଅଞ୍ଚଳରେ କାର୍ଯ୍ୟକାରୀ କରାଯିବ। ଯଦିଓ ଗାଜାର ଅନ୍ୟାନ୍ୟ ସ୍ଥାନରେ ସାମରିକ କାର୍ଯ୍ୟକଳାପ ଜାରି ରହିବ।

Advertisment

ଗାଜାର ତିନୋଟି ଅଞ୍ଚଳ ଯଥାକ୍ରମେ ଅଲ-ମାୱାସୀ, ଦେୟର ଆଲ-ବାଲାହ, ଏବଂ ଗାଜା ସିଟିରେ ଏକ ଦୈନିକ “ସାମରିକ କାର୍ଯ୍ୟାନୁଷ୍ଠାନ ବିରାମ” କାର୍ଯ୍ୟକାରୀ କରିବ। ଯାହା ବିଗିଡ଼ୁଥିବା ମାନବୀୟ ସଙ୍କଟକୁ ହ୍ରାସ କରିବାରେ ସାହାଯ୍ୟ କରିବ ବୋଲି କୁହାଯାଇଛି। ଏହି ଅଞ୍ଚଳଗୁଡ଼ିକରେ ସ୍ଥାନୀୟ ସମୟ ସକାଳ ୧୦:୦୦ରୁ ରାତି ୮:୦୦ ପର୍ଯ୍ୟନ୍ତ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ ରହିବ, ଯାହା ରବିବାରଠାରୁ ଆରମ୍ଭ ହେବ ଏବଂ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଜାରି ରହିବ।

ଏହା ସହିତ, ଇସ୍ରାଏଲ ସୈନ୍ୟ କହିଛି ଯେ ଗାଜାରେ ସହାୟତା ବିତରଣ ପାଇଁ “ସୁରକ୍ଷିତ ମାର୍ଗ” ସ୍ଥାୟୀ ଭାବେ ନିର୍ଦ୍ଧାରିତ କରାଯାଇଛି। ଏହି ନିର୍ଦ୍ଧାରିତ ସୁରକ୍ଷିତ ମାର୍ଗ ଗୁଡ଼ିକ ପ୍ରତିଦିନ ସକାଳ ୬ ଟାରୁ ରାତି ୧୧ ଟା ପର୍ଯ୍ୟନ୍ତ ଖୋଲା ରହିବ। ଯାହା ଜୁଲାଇ ୨୭ ତାରିଖରୁ ସହାୟତା ଏବଂ ନାଗରିକମାନଙ୍କ ଗତିବିଧିକୁ ସୁଗମ କରିବ। ଜାତିସଂଘ ଏବଂ ଆନ୍ତର୍ଜାତୀୟ ସଂଗଠନମାନଙ୍କ ସହିତ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଆଇଡିଏଫ କହିଛି।

Advertisment

ଯୁଦ୍ଧ ଯୋଗୁଁ କ୍ଷୁଧା ସଙ୍କଟ ବୃଦ୍ଧି ପାଉଥିବାରୁ ଇସ୍ରାଏଲ ଗାଜାରେ ବିମାନ ମାଧ୍ୟମରେ ସହାୟତା ଯୋଗାଇବ ବୋଲି ଘୋଷଣା କରିଛି, ଯାହା ଶନିବାରଠାରୁ ଆରମ୍ଭ ହୋଇଛି।

ଅଧିକ ପଢ଼ନ୍ତୁ: ଡ୍ରୁଜ-ସିରିଆ ସେନା ମଧ୍ୟରେ ଧସେଇ ପଶିଲା ଇସ୍ରାଏଲ, ପ୍ରତିରକ୍ଷା ମୁଖ୍ୟାଳୟ ଉପରେ କଲା ଏୟାର ଷ୍ଟ୍ରାଇକ୍‌

Israel Israel-Gaza Ceasefire Humanitarian Assistance
Advertisment
Advertisment