Advertisment

Mansa Devi Temple Stampede: ମନ୍ଦିରରେ ବଡ ଅଘଟଣ; ଦଳାଚକଟାରେ ୬ ଜଣଙ୍କ ମୃତ୍ୟୁ, ଏକାଧିକ ଆହତ

ହରିଦ୍ୱାରର ମନସା ଦେବୀ ମନ୍ଦିରରେ ପ୍ରବଳ ଭିଡ଼ ଥିବାରୁ ଦଳାଚକଟାରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ଗୁରୁତର ଆହତ ହୋଇଥିବା ୨୫ ଜଣଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

author-image
Chinmayee Sahoo
ଅଦ୍ୟତନ ହୋଇଛି
stampede

stampede

ହରିଦ୍ୱାରର ପ୍ରସିଦ୍ଧ ମନସା ଦେବୀ ମନ୍ଦିରରେ ରବିବାର ସକାଳେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ମଧ୍ୟରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଦଳାଚକଟାରେ ଏପର୍ଯ୍ୟନ୍ତ ୬ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଅନ୍ୟ ୨୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ମାନଙ୍କୁ ତୁରନ୍ତ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଏହି ଅଘଟଣ ସକାଳେ ଦର୍ଶନ ସମୟରେ ଘଟିଥିଲା, ଯେତେବେଳେ ମନ୍ଦିର ପରିସରରେ ହଠାତ୍ ଭିଡ଼ ହୋଇଥିଲା। ଅନେକ ଲୋକ ତଳେ ପଡ଼ି ଯାଇଥିଲେ ଏବଂ ଅନ୍ୟ ଶ୍ରଦ୍ଧାଳୁମାନେ ସେମାନଙ୍କ ଉପରେ ଚଢ଼ି ଯାଉଥିଲେ। ମନ୍ଦିର ପ୍ରଶାସନ ଏବଂ ପୁଲିସ ତତ୍ପରତା ଦେଖାଇ ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରି ହସ୍ପିଟାଲରେ ପହଞ୍ଚାଇଥିଲେ।

ପୁଲିସ କହିଛି ଯେ ପରିସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣାଧୀନ ଅଛି, କିନ୍ତୁ ଏହି ଦୁର୍ଘଟଣା ଯୋଗୁଁ ସମଗ୍ର ଅଞ୍ଚଳରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ଅଧିକାରୀମାନେ କହିଛନ୍ତି ଯେ ଭିଡ଼ ପରିଚାଳନାରେ ତ୍ରୁଟିର ତଦନ୍ତ କରାଯାଉଛି ଏବଂ CCTV ଫୁଟେଜକୁ ଯାଞ୍ଚ କରାଯାଉଛି। ଦୁର୍ଘଟଣା ସମୟରେ ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ। ଦର୍ଶନ ପାଇଁ ଦୂରଦୂରାନ୍ତରୁ ଆସିଥିଲେ।

Advertisment

ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ବିଦ୍ୟୁତ ଆଘାତ ଯୋଗୁଁ ଦଳାଚକଟା ଘଟିଥାଇପାରେ ବୋଲି ଅନୁମାନ କରାଯାଇଛି। ଯାହା ଫଳରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ହଠାତ୍ ଆତଙ୍କ ସୃଷ୍ଟି ହୋଇଥିଲା।

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଏହି ଅଘଟଣକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି। "ହରିଦ୍ୱାରର ମନସା ଦେବୀ ମନ୍ଦିରରେ ଦଳାଚକଟା ଖବର ଅତ୍ୟନ୍ତ ଦୁଃଖଦ। SDRF, ସ୍ଥାନୀୟ ପୋଲିସ ଏବଂ ଅନ୍ୟାନ୍ୟ ଉଦ୍ଧାର ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। "ମୁଁ ସ୍ଥାନୀୟ ପ୍ରଶାସନ ସହିତ ନିରନ୍ତର ଯୋଗାଯୋଗରେ ଅଛି ଏବଂ ପରିସ୍ଥିତି ଉପରେ କଡ଼ା ନଜର ରଖିଛି। " ଧାମି X ରେ ପୋଷ୍ଟ କରିଛନ୍ତି।

ଅଧିକ ପଢ଼ନ୍ତୁ: କେଦାରନାଥ ରୁଟରେ ଭୂସ୍ଖଳନ, ଅଟକି ରହିଛନ୍ତି ହଜାର ହଜାର ଯାତ୍ରୀ

Haridwar Stampede
Advertisment
Advertisment