/odishatv-khabar/media/post_attachments/uploadimage/library/16_9/16_9_0/rape_1753591879.jpg)
rape
ଉତ୍ତରପ୍ରଦେଶର ନୋଏଡାରେ ଜଣେ ୩୦ ବର୍ଷୀୟ ମହିଳାଙ୍କୁ ଜଣେ ପୁରୁଷ ବାରମ୍ବାର ଦୁଷ୍କର୍ମ କରିବା ପରେ ଏବେ ବିବାହ ପାଇଁ ତାଙ୍କୁ ଜୋରଜବରଦସ୍ତ ଧର୍ମ ପରିବର୍ତ୍ତନ କରିବାକୁ ଚାପ ପକାଇଥିବା ଅଭିଯୋଗ ଆସିଛି। ମହିଳାଙ୍କ ଅଭିଯୋଗ ଅନୁଯାୟୀ, ଆସିଫ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିଛନ୍ତି ଏବଂ ବିବାହ ପାଇଁ ତାଙ୍କୁ ଧର୍ମ ପରିବର୍ତ୍ତନ କରିବାକୁ ଚାପ ପକାଉଛନ୍ତି। ଅଭିଯୋଗ ପରେ ସେକ୍ଟର ୧୧୩ ପୁଲିସ ଏକ ମାମଲା ରୁଜୁ କରିଛି ଏବଂ ବର୍ତ୍ତମାନ ଫେରାର ଥିବା ଆସିଫଙ୍କୁ ଖୋଜିବା ଆରମ୍ଭ କରିଛି।
ମହିଳାଙ୍କର ୨୦୧୯ ମସିହାରେ ଫରିଦାବାଦରେ ଜଣେ ଯୁବକଙ୍କ ସହିତ ବିବାହ ହୋଇଥିଲା। କିନ୍ତୁ ଏବେ ସେମାନେ ଅଲଗା ରହୁଛନ୍ତି। ଯଦିଓ ଉଭୟଙ୍କର ବିବାହ ବିଚ୍ଛେଦ ହୋଇନାହିଁ। ମହିଳା ତାଙ୍କ ସ୍ବାମୀଙ୍କ ମଦ୍ୟପାନ ଅଭ୍ୟାସ ଯୋଗୁଁ ଅତିଷ୍ଠ ହୋଇ ଯାଇଥିଲେ। ବର୍ତ୍ତମାନ ସେ ନୋଏଡାରେ ତାଙ୍କ ଝିଅ ସହିତ ଅଲଗା ରହୁଛନ୍ତି। ମହିଳା ଜଣକ ସେକ୍ଟର ୧୨୧ରେ ଆସିଫଙ୍କ ଏକ ସେଲୁନରେ କାମ କରୁଥିଲେ। ସମୟ କ୍ରମେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଗଢ଼ି ଉଠିଥିଲା ଏବଂ ସେମାନେ ଏକାଠି ରହିବା ଆରମ୍ଭ କରିଥିଲେ। ଏହାରି ମଧ୍ୟରେ ବିବାହର ପ୍ରତିଶ୍ରୁତି ଦେଇ ଆସିଫ ବାରମ୍ବାର ଉକ୍ତ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ। କିନ୍ତୁ ମହିଳା ଜଣକ ଯେତେବେଳେ ବିବାହ ପାଇଁ କହିଲେ, ଆସିଫ ତାଙ୍କୁ ଧର୍ମ ପରିବର୍ତ୍ତନ ପାଇଁ କହୁଥିଲେ ଏବଂ ଧର୍ମ ପରିବର୍ତ୍ତନ ନ କଲେ ବିବାହ କରିବାକୁ ମନା କରୁଥିଲେ। ଏପରିକି ଆସିଫ ତାଙ୍କୁ ଜବରଦସ୍ତି କଲମା ପଢାଉଥିଲେ ଏବଂ ମାରପିଟ ମଧ୍ୟ କରୁଥିବାର ଅଭିଯୋଗ ଆସିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)