Advertisment

ବ୍ୟାଙ୍କ୍‌ ବାଲାନ୍ସ ଦେଖି କର୍ମଚାରୀ ଆଶ୍ଚର୍ଯ୍ୟ, ଏକାବେଳକେ ୪ ବର୍ଷର ବୋନସ୍‌ ଦେଲା କମ୍ପାନୀ

କରୋନା କାଳରେ କର୍ମଚାରୀଙ୍କ କର୍ତ୍ତବ୍ୟ ଓ ପରିଶ୍ରମ ଅତୁଳନୀୟ।

author-image
Chandan Shishu
ଅଦ୍ୟତନ ହୋଇଛି
Shipping Firm Evergreen Pays 52 Months Salary

Shipping Firm Evergreen Pays 52 Months Salary

କର୍ମଚାରୀଙ୍କ ପରିଶ୍ରମର ମୂଲ୍ୟ ଦେଲା କମ୍ପାନୀ। ନୂଆବର୍ଷରେ ଦେଲା ବଡ଼ ଉପହାର। ମାସେ କି ଦୁଇ ମାସେ ନୁହେଁ ଏକାବେଳକେ ୪ ବର୍ଷର ଦେଲା ବୋନସ୍‌। କର୍ମଚାରୀଙ୍କ ଏହାଠୁ ବଡ଼ ଉପହାର ଆଉ କଣ ହୋଇପାରେ। ଏହା କେବଳ ଭଲ ଖବର ନୁହେଁ ବରଂ ବିଭିନ୍ନ ଆଳ ଦର୍ଶାଇ କର୍ମଚାରୀଙ୍କୁ ଛଟେଇ କରୁଥିବା କମ୍ପାନୀଙ୍କ ପାଇଁ ଏକ ବାର୍ତ୍ତା। 

Advertisment

ଆର୍ଥିକ ମାନ୍ଦାବସ୍ଥା ହେଉ ଅବା ଦେବାଳିଆ ଦର୍ଶାଇ ଅନେକ କମ୍ପାନୀ ତାଙ୍କ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରୁଛନ୍ତି। କିଛି ଦିନ ତଳେ ଜୋମାଟୋ, ଆମାଜନ୍, ସ୍ୱିଗୀ ଓ ଟ୍ୱିଟର ପରି ବଡ଼ ବଡ଼ କମ୍ପାନୀମାନେ ଛଟେଇ କରିଥିଲେ। ଚାକିରି ହରାଇବା ପରେ ଅନେକ କର୍ମଚାରୀ ଅସନ୍ତୋଷ ପ୍ରକାଶ କରିଥିଲେ, ଯାହା ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି।  ହେଲେ ଆମେ ଏପରି ଏକ କମ୍ପାନୀ ସମ୍ପର୍କରେ କହିବୁ, ଯିଏ କର୍ମଚାରୀଙ୍କ ଭରସା ଓ ବିଶ୍ୱାସ ଜିତିପାରିଛି।

ଅଧିକ ପଢ଼ନ୍ତୁ: ଛୁଟିରେ ଯାଇଥିବା କର୍ମଚାରୀଙ୍କୁ ହଇରାଣ କଲେ ଏକ ଲକ୍ଷ ଫାଇନ୍‌!

ତାଇୱାନ୍‌ର ଦୈନିକ ସମ୍ବାଦ ବ୍ଲୁମ୍‌ବର୍ଗର ରିପୋର୍ଟ ଅନୁସାରେ ଏଭରଗ୍ରୀନ୍ ମେରାଇନ୍ ନାମକ ଏକ ଘରୋଇ କମ୍ପାନୀ କର୍ମଚାରୀଙ୍କ କଠିନ ପରିଶ୍ରମ ପାଇଁ ୫୨ ମାସର ବୋନସ୍‌ ଦେଇଛି। ଏଭରଗ୍ରୀନ୍‌ ମେରାଇନ୍ ଦ୍ୱାରା ଏହି ବୋନସ୍ ପ୍ଲାନ୍ କମ୍ପାନୀର ବରିଷ୍ଠତା ଭିତ୍ତିରେ କରାଯାଇଥିଲା। ରିପୋର୍ଟ ଅନୁସାରେ ଡିସେମ୍ବର ୩୦ରେ ଦିଆଯାଇଥିବା ଏହି ବୋନସ୍‌ରେ ଅନେକ କର୍ମଚାରୀ ପାଖାପାଖି ୬୫ ହଜାର ଡଲାର ରୋଜଗାର କରିଛନ୍ତି। 

Advertisment

କମ୍ପାନୀର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ ଗତ ୨ ବର୍ଷ ଧରି ଆର୍ଥିକ କ୍ଷେତ୍ରରେ ଅଭିବୃଦ୍ଧି ଘଟିଛି। ଏପରିକି କରୋନା କାଳରେ କର୍ମଚାରୀଙ୍କ କର୍ତ୍ତବ୍ୟ ଓ ପରିଶ୍ରମ ଅତୁଳନୀୟ। ସୂଚନାଯୋଗ୍ୟେଯ, ଏଭରଗ୍ରୀନ ମେରାଇନ୍ ୨୦୨୨ରେ ୨୦ ବିଲିୟନ ଡଲାରରୁ ଅଧିକ ଆୟ କରିଥିଲା।

Advertisment
Advertisment