Advertisment

ଛୁଟିରେ ଯାଇଥିବା କର୍ମଚାରୀଙ୍କୁ ହଇରାଣ କଲେ ଏକ ଲକ୍ଷ ଫାଇନ୍‌ !

ଅଫିସ୍‌ରୁ ଘର, ଘରୁ ଅଫିସ୍ । ଏତିକିରେ ସୀମିତ ରହିଯାଉଛି ଚାକିରିଆଙ୍କ ଜୀବନ । ତା’ଉପରେ ପୁଣି କାମ ପ୍ରେସର ପାଇଁ ସବୁବେଳେ ଚାପଗ୍ରସ୍ତ ଜୀବନ ବିତାଇବାକୁ ପଡ଼ୁଛି । ଏପରିସ୍ଥଳେ ଏହି କମ୍ପାନୀ କର୍ମଚାରୀଙ୍କ ପାଇଁ ଆଣିଛି ନୂଆ ପଲିସି ।

author-image
Prangyan Parimita
ଅଦ୍ୟତନ ହୋଇଛି
Dream11 Introduces 'UNPLUG' Policy

special story

କର୍ମଚାରୀଙ୍କୁ ଛୁଟି ସମୟରେ ଅଫିସ୍‌ କାମରେ ଲଗେଇଲେ ଦେବାକୁ ପଡ଼ିବ ଫାଇନ୍‌ । ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ଅଫିସ୍‌ କାମ, ଜୁମ୍‌ ମିଟିଂ, ମେଲ ଓ ଘନ ଘନ କଲ୍ ଭିତରେ ସମୟ ବାହାର କରି ଛୁଟିରେ ଯିବା ଜଣେ କର୍ମଚାରୀଙ୍କ ପାଇଁ କାଠିକର ପାଠ ।ଏପରିସ୍ଥଳେ ଅଫିସ୍‌ ପ୍ରେସର ଭୁଲିଯାଇ କିଛି ସମୟ ପାଇଁ ନିଜ ସହ ତଥା ପରିବାର ସହ ସମୟ ବିତାଉଥିବା ଲୋକଙ୍କୁ ହଇରାଣ କଲେ ଆଉ ତ୍ରାହି ମିଳିବ ନାହିଁ । କେହି ବି ଫୋନ୍‌ କରି କାମ କରିବା ପାଇଁ କହିଲେ ଜୋରିମାନା ଦେବା ଥୟ । ଭାରତୀୟ କମ୍ପାନୀ ଡ୍ରିମ୍ ୧୧( Dream 11 ) କର୍ମଚାରୀଙ୍କ ପାଇଁ ଏପରି ନୂତନ ଗାଇଡଲାଇନ ଆଣିଛି ।

Advertisment

ଲିଙ୍କଡଇନ୍ ପୋଷ୍ଟ ଜରିଆରେ କମ୍ପାନୀ ପକ୍ଷରୁ ନୂଆ ଘୋଷଣାନାମା କରାଯାଇଛି । ଏହି ନୀତିକୁ UNPLUG Policy ବୋଲି କୁହାଯାଉଛି । ଏଥିରେ କର୍ମଚାରୀଙ୍କୁ କାମରୁ UNPLUG କରାଯାଉଛି । ନୂଆ ଗାଇଡଲାଇନ୍‌ ଅନୁସାରେ ଛୁଟିରେ ଯାଇଥିବା ସମୟରେ କେହି କର୍ମଚାରୀଙ୍କୁ ଯୋଗାଯୋଗ କରିପାରିବେ ନାହିଁ । କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ରୂପରେ ଛୁଟି କଟାଇବା ସହ ଆରାମ କରିବା ପାଇଁ ସୁଯୋଗ ଦିଆଯିବ । ପରୋକ୍ଷରେ ଏହା କମ୍ପାନୀର ହିତ ପାଇଁ ହିଁ କରାଯାଉଛି ।

ନିଜ ପ୍ରିୟଜନ ଓ ପରିବାର ଲୋକଙ୍କ ସହ ସମୟ ବିତାଇଲେ ମନ ଉତଫୁଲ୍ଲିତ ରହିବା ସହ ଏକାଗ୍ରତା ବଢ଼ିବ । ଆଉ ଛୁଟିରୁ ଆସିବା ପରେ କାମରେ ଅଧିକ ମନ ଦେଇପାରିବେ କର୍ମଚାରୀ । ଛୁଟିରେ ଯାଇ କିଛି ଦିନ ବିତାଇବା ପରେ ମନ ସତେଜ ହେବା ସହ କ୍ରିଏଟିଭିଟି ମଧ୍ୟ ସୃଷ୍ଟି ହୋଇପାରିବ ବୋଲି ଚିନ୍ତା କରି କମ୍ପାନୀ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି ।

Advertisment

ଅଧିକ ପଢ଼ନ୍ତୁ: ଘରେ ବସି ୱେବ୍‌ସିରିଜ୍ ଦେଖିବାକୁ ଲେଖିଲେ ଛୁଟି ଦରଖାସ୍ତ

ଡ୍ରିମ୍‌ ୧୧ର ସହ ପ୍ରତିଷ୍ଠାତା ହର୍ଷ ଜୈନ୍‌ ଓ ଭାବିତ୍‌ ସେଠ୍ ନିଜର ସମସ୍ତ କର୍ମଚାରୀଙ୍କୁ ଏସମ୍ପର୍କରେ ସତର୍କବାଣୀ ଶୁଣାଇଛନ୍ତି । କୌଣସି ମଧ୍ୟ ସହକର୍ମୀଙ୍କୁ ଛୁଟି ସମୟରେ କଲ୍‌ କରି କାମରେ ଲଗାଇ ହଇରାଣ କଲେ କମ୍ପାନୀ ପକ୍ଷରୁ ଫାଇନ୍‌ ଆଦାୟ କରାଯିବ । ପ୍ରତିବର୍ଷ ଏକ ସପ୍ତାହ ପାଇଁ କମ୍ପାନୀ ପକ୍ଷରୁ କର୍ମଚାରୀଙ୍କୁ ଛୁଟି ପ୍ରଦାନ କରାଯାଏ । ଏହି ସାତ ଦିନ ସେମାନେ ସିଷ୍ଟମରୁ ସାଇନ୍ ଆଉଟ୍ କରିପାରିବେ । ଛୁଟି ଅବଧି ମଧ୍ୟରେ କର୍ମଚାରୀଙ୍କୁ କେହି ହଇରାଣ ନକରି ଛୁଟିରେ ଶାନ୍ତିରେ ରହିବାକୁ ଦେବେ ।

ତେବେ ଜଣେ କର୍ମଚାରୀ କହିଛନ୍ତି, କମ୍ପାନୀରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ତଥା ସତେଜ, ଖୁସି ଏବଂ ନୂତନ ଶକ୍ତି ଅନୁଭବ କରିବା ପାଇଁ ଛୁଟି ନେବା ନିହାତି ଅନିବାର୍ଯ୍ୟ । ଅନପ୍ଲଗ୍‌ ପଲିସି ଦ୍ୱାରା ମୋତେ ଘର ଲୋକଙ୍କ ସହ ସମୟ ବିତାଇବା ପାଇଁ ସମୟ ମିଳୁଛି । ଆଉ ଏହି ସମୟରେ କମ୍ପାନୀର ଲକ୍ଷ୍ୟକୁ ଫଳପ୍ରଦ କରିବା ପାଇଁ ଉତ୍ସାହିତ କରୁଛି ।

Advertisment
Advertisment