Advertisment

Kenya protest: ଭୟଙ୍କର ରୂପ ନେଲା ଆନ୍ଦୋଳନ: ୧୧ ମୃତ,ପୂରା ସହର ଲକ୍‌ଡାଉନ

କେନିୟାରେ ଜୋର ଧରିଛି ସରକାର ବିରୋଧୀ ହିଂସା । ତୀବ୍ର ରୂପ ନେଇଛି ଆନ୍ଦୋଳନ । ଆନ୍ଦୋଳନକାରୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ଯୋଗୁ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ପୂରା ସହରକୁ ଲକ୍‌ଡାଉନ ଘୋଷଣା କରିଛନ୍ତି ସରକାର ।

author-image
Lipsa Mohapatra
Kenya protest

Kenya protest

କେନିୟାରେ ଧମୁନି ହିଂସା । ଆନ୍ଦୋଳନକାରୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ଯୋଗୁ ୧୧ ଜଣଙ୍କ ଜୀବନ ଯାଇଛି । ୫୦ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି । ବହୁ ସଂଖ୍ୟାରେ ଯାନବାହନ ଘର ଆଦି ପୋଡି ନଷ୍ଟ ହୋଇଥିବାବେଳେ ବ୍ୟାପକ ସମ୍ପତ୍ତି କ୍ଷୟକ୍ଷତି ହୋଇଛି । ସେପଟେ ଉତ୍ତେଜନା ମୂଳକ ସ୍ଥିତିକୁ ନଜରରେ ରଖି ଲକ୍‌ଡାଉନ ଘୋଷଣା କରାଯାଇଛି । ରାଜଧାନୀ ସମେତ ଆଖପାଖ ସହରରେ ହାଇ ଆଲର୍ଟ ଜାରି ହୋଇଛି । 

Advertisment

ଅନ୍ତର୍ଜାତୀୟ ଗଣମାଧ୍ୟମ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, କେନିୟାର ରାଜଧାନୀ ନୈରୋବୀ ସମେତ ବିଭିନ୍ନ ସହରରେ ଉଗ୍ର ରୂପ ନେବାରେ ଲାଗିଛି ବିରୋଧ ପ୍ରଦର୍ଶନ । ସ୍ଥାନେ ସ୍ଥାନେ ଆନ୍ଦୋଳନକାରୀମାନେ ଟାୟାର ଜାଳିବା ସହ ପଥରମାଡ଼ କରୁଛନ୍ତି । ସ୍ଥିତି ନିୟନ୍ତ୍ରଣ କରିବାକୁ ଗତକାଲି(ସୋମବାର) ପୋଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା । ଯାହାକୁ ନେଇ ପୋଲିସ- ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ଫଳରେ ୧୧ଜଣଙ୍କ ମୃତ୍ୟୁ ହୋଇଛି । 

ସୂଚନାଯୋଗ୍ୟ ୩୫ ବର୍ଷ ତଳେ ଦେଶରେ ବହୁଦଳୀୟ ଲୋକତନ୍ତ୍ର ଦାବରେ ହୋଇଥିଲା ବଡ଼ ଧରଣର ଆନ୍ଦୋଳନ । ୭ ଜୁଲାଇ ୧୯୯୦ରେ ହୋଇଥିବା ସାବା-ସାବା ଆନ୍ଦୋଳନର ବର୍ଷ ପୂର୍ତ୍ତି ଅବସରରେ ପୁଣି ଥରେ ଆନ୍ଦୋଳନ ହୋଇଛି ।  ଭ୍ରଷ୍ଟାଚାର ଓ ଦରଦାମ ବୃଦ୍ଧି ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି କେନିୟାବାସୀ । ସେମାନେ ରାଷ୍ଟ୍ରପତି ୱିଲିୟମ ରୁଟୋଙ୍କ ଇସ୍ତଫା ଦାବି କରୁଛନ୍ତି।

Advertisment

ଅଧିକ ପଢନ୍ତୁ: ପୁଣି ଅଶାନ୍ତି ବାଂଲାଦେଶ; ହାସିନା ବିରୋଧୀଙ୍କ ତୁମୁଳକାଣ୍ଡ, ଜାଣନ୍ତୁ କାହିଁକି... 

Protests Lockdown Kenya
Advertisment
Related Articles
Advertisment