/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751903296.jpg)
Woman kills Husband
ମାରିବା ପୂର୍ବରୁ ଟିକିଏ ଦୟା ଆସିଲାନି । ରୋଗିଣା ସ୍ୱାମୀକୁ କଲବଲ କରି ମାରିଦେଲା ସ୍ତ୍ରୀ । ପ୍ରେମିକ ସହ ମିଶି ହତ୍ୟା କରିଛି । ପକ୍ଷାଘାତ ଯୋଗୁ ସ୍ୱାମୀ ଜଣଙ୍କ ବେଡରୁ ଉଠି ପାରୁ ନଥିଲେ । ଶେଷରେ ତାଙ୍କୁ ଅଣନିଃଶ୍ୱାସ କରି ହତ୍ୟା କରାଯାଇଛି।
ମହାରାଷ୍ଟ୍ରର ନାଗପୁରରୁ ଏଭଳି ଅଭାବନୀୟ ଘଟଣା ସାମନାକୁ ଆସିଛି । ୩୦ ବର୍ଷୀୟ ଦିଶା ୧୩ ବର୍ଷ ତଳେ ୩୮ ବର୍ଷୀୟ ଚନ୍ଦ୍ରଶେନ ରାମଟେକେଙ୍କୁ ବିବାହ କରିଥିଲା। ସେମାନଙ୍କର ୨ଟି ଝିଅ ଓ ଗୋଟିଏ ୬ ବର୍ଷର ପୁଅ ରହିଛନ୍ତି। କିନ୍ତୁ ବର୍ଷେ ହେବ ଚନ୍ଦ୍ରସେନ ପକ୍ଷାଘାତର ଶିକାର ଖଟରେ ପଡିରହିଥିଲେ ।
ଅଧିକ ପଢ଼ନ୍ତୁ: ଖାକି ପୋଷାକ ପିନ୍ଧି କରୁଥିଲା ଠକେଇ, ୨୦ ଯୁବତୀଙ୍କ ସହ ଥିଲା ପ୍ରେମ ସଂପର୍କ
ଏପରି ସ୍ଥିତିରେ ଘର ଚଳାଇବା ପାଇଁ ଦିଶା ପାଣି ବୋତଲ ବିକ୍ରି କରିବାର ଆରମ୍ଭ କରିଥିଲେ। କିଛି ମାସ ତଳେ ସ୍ଥାନୀୟ ଅଞ୍ଚଳରେ ମେକାନିକ ଭାବେ କାମ କରୁଥିବା ଆସିଫ ଇସଲାମ ଅନସାରୀ ଓରଫ ରାଜାବାବୁ ଓ ଦିଶାଙ୍କ ମଧ୍ୟରେ ପରିଚୟ ହୋଇଥିଲା । ଧୀରେଧୀରେ ଏହା ପ୍ରେମର ରୂପ ନେଇଥିଲା।
ଏପଟେ ଚନ୍ଦ୍ରସେନଙ୍କୁ ରାସ୍ତାକୁ ହଟାଇକୁ ଦିଶା ଓ ଆସିଫ ଯୋଜନା କରିଥିଲେ। ଏସବୁ ଭିତରେ ଚନ୍ଦ୍ରସେନ ମଧ୍ୟ ଦୁଇ ଜଣଙ୍କ ଅନୈତିକ ସମ୍ପର୍କ ବିଷୟରେ ଜାଣି ନେବାରୁ ଦିଶା ସହ ପାଟିତୁଣ୍ଡ ହୋଇଥିଲା ।
ଶୁକ୍ରବାର ମଧ୍ୟାହ୍ନ ସମୟରେ ଚନ୍ଦ୍ରସେନ ଶୋଇଥିବା ବେଳେ ଦିଶା ନିଜର ପ୍ରେମିକ ଆସିଫକୁ ଡାକିଥିଲା। ସ୍ୱାମୀ ଶୋଇଥିବା ବେଳେ ଦିଶା ତାଙ୍କ ହାତକୁ ଚାପି ଧରିଥିଲା। ଏତିକି ବେଳେ ଆସିଫ ଗୋଟିଏ ତକିଆ ଦ୍ୱାରା ତାଙ୍କୁ ଅଣନିଃଶ୍ୱାସୀ କରି ହତ୍ୟା କରିଥିଲା।
ପ୍ରଥମେ ଦିଶା ଏହାକୁ ସ୍ୱାଭାବିକ ମୃତ୍ୟୁ ବୋଲି କହିଥିଲା। କିନ୍ତୁ ଶବବ୍ୟବଚ୍ଛେଦ ରିପୋର୍ଟରୁ ଚନ୍ଦ୍ରସେନଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଥିଲା।
ପରବର୍ତ୍ତୀ ଅବସ୍ଥାରେ ପୋଲିସ ଦିଶାକୁ ନେଇ ଜେରା କରିବାରୁ ସେ କାନ୍ଦି କାନ୍ଦି ନିଜର ଅପରାଧକୁ ସ୍ୱୀକାର କରିଛି। ପୁଲିସ୍ ଦିଶାର ବୟାନ ଆଧାରରେ ତା’ ପ୍ରେମିକ ଆସିଫକୁ ଗିରଫ କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)