/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751944385.jpg)
Honeymoon murder case
ରାଜା ରଘୁବଂଶୀ ହତ୍ୟା ମାମଲା । ହନିମୁନରେ ମେଘାଳୟ ଯାଇ ଫେରିନଥିଲେ ରାଜା । ପତ୍ନୀ ସୋନମ ରଘୁବଂଶୀ ହିଁ ହତ୍ୟା କରିଥିବା ହୋଇଥିଲା ଅଭିଯୋଗ । ପରେ ଅଭିଯୁକ୍ତ ସୋନମ ସମେତ ସୁପାରୀ କିଲରମାନଙ୍କୁ ବି ଗିରଫ କରିଥିଲା ପୋଲିସ । ପରକୀୟା ପ୍ରୀତି ଯୋଗୁ ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଥିଲା ।
ଏହି ମାମଲାରେ ମୋଟ୍ ୮ ଜଣ ଗିରଫ ହୋଇଛନ୍ତି । ତେବେ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ କୁହାଯାଉଥିବା ସୋନମ ଓ ରାଜ୍ କୁଶୱାହାଙ୍କ ନାର୍କୋ ଟେଷ୍ଟ୍ କରିବାକୁ ଦାବି କରିଛନ୍ତି ରାଜାଙ୍କ ପରିବାର ଲୋକେ । ରାଜା ରଘୁବଂଶୀଙ୍କ ପରିବାରଲୋକେ ଶିଲଂ ହାଇକୋର୍ଟରେ ଏନେଇ ଏକ ପିଟିସନ୍ ଦାୟର କରିଛନ୍ତି । ଏହାସହ ୩ ଓକିଲ ମାମଲାର ପକ୍ଷ ରଖିବେ ।
ପରିବାରଲୋକଙ୍କ ଅଭିଯୋଗ, "ଏହି ମାମଲାର ତଦନ୍ତ ଅଧାରେ ରହିଛି । ଏମିତି କିଛି କଥା ଅଛି ଯାହାକୁ ସୋନମ ଓ ରାଜ୍ ଲୁଚାଉଛନ୍ତି । ଯଦି ନାର୍କୋ ଟେଷ୍ଟ୍ ପାଇଁ ହାଇକୋର୍ଟ ଅନୁମତି ନଦିଅନ୍ତି ତେବେ ଆମେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବୁ ।"
ସୂଚନାଯୋଗ୍ୟ, ଗତ ମେ ୨୧ତାରିଖରେ ହନିମୁନ ପାଇଁ ମେଘାଳୟରେ ପହଞ୍ଚିଥିଲେ ଇନ୍ଦୋର ଦମ୍ପତି ରାଜା ରଘୁବଂଶୀ ଏବଂ ସୋନମ ୨୩ ତାରିଖରେ ଉଭୟେ ନିଖୋଜ ହୋଇଥିବା ଅଭିଯୋଗ ହୋଇଥିଲା । ଜୁନ ୨ ତାରିଖରେ ମିଳିଥିଲା ରାଜା ରଘୁବଂଶୀଙ୍କ ମୃତଦେହ। ପତ୍ନୀ ସୋନମଙ୍କର କିଛି ବି ଖୋଜ ଖବର ମିଳିନଥିଲା । ମେଘାଳୟ ପୋଲିସ ଏହି ମାମଲାର ଜୋରଦାର ଛାନଭିନ ଆରମ୍ଭ କରିଥିଲା। ଏହି ଦମ୍ପତିଙ୍କ ଗତିବିଧି କେମିତି ଥିଲା, ଜାଣିବା ପାଇଁ ନିକଟରେ ଥିବା ସମସ୍ତ ସିସିଟିଭି ଯାଞ୍ଚ କରାଯାଇଥିଲା । ପୋଲିସର ତଦନ୍ତ ପରେ ସୋନମ ହିଁ ଘଟଣା ପଛର ମାଷ୍ଟରମାଇଣ୍ଡ ବୋଲି ଜଣାପଡିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)