/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748227214.jpg)
Russia's air strike
ୟୁକ୍ରେନ ଉପରେ ବଡ ଏୟାର ଷ୍ଟ୍ରାଇକ କରିଛି ଋଷିଆ । ବିଳମ୍ବିତ ରାତିରେ ୟୁକ୍ରେନ ଉପରେ ୩୬୭ଟି ଡ୍ରୋନ ଓ ମିଜାଇଲ ମାଡ କରିଛି । ୟୁକ୍ରେନର ଏକାଧିକ ସହର ଏପରିକି ରାଜଧାନୀ କିଭ୍ ଉପରକୁ ମଧ୍ୟ ଆକ୍ରମଣ କରିଛି ଋଷିଆ । ଏହି ଆକ୍ରମଣରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଅଧିକ ଆହତ ହୋଇଛନ୍ତି । ଝିଟୋମିର ସହରର ଉତ୍ତରାଞ୍ଚଳରେ ହୋଇଥିବା ଏହି ଆକ୍ରମଣରେ ପ୍ରାଣ ହରାଇଥିବା ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ ଅଛନ୍ତି ।
ଏହି ଆକ୍ରମଣ ପରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଫୋନ କରି କହିଥିଲେ ଯେ, ‘‘ଆମେରିକା ଓ ବିଶ୍ୱର ଅନ୍ୟ ରାଷ୍ଟ୍ରର ନୀରବତା ହିଁ ଋଷିଆକୁ ଏହି କାମ ପାଇଁ ଉତ୍ସାହିତ କରୁଛି । ଋଷିଆର ଏଭଳି ଆତଙ୍କବାଦୀ ଭଳି କାମ ହିଁ ନୂଆ ପ୍ରତିରୋଧ ଲଗାଇବାରେ ଯଥେଷ୍ଟ ବୋଲି ଜେଲେନସ୍କି କହିଛନ୍ତି ।’’
ୟୁକ୍ରେନର ଏୟାରଫୋର୍ସ କହିଛି ଯେ, ଋଷିଆ ୟୁକ୍ରେନ ଉପରକୁ ୨୯୮ଟି ଡ୍ରୋନ ଓ ୬୯ଟି ମିଜାଇଲ ମାଡ କରିଛି, ଯଦିଓ ୟୁକ୍ରେନ ୨୬୬ଟି ଡ୍ରୋନ ଓ ୪୫ଟି ମିଜାଇଲକୁ ଖସାଇ ଦେଇଛି । ଏହି ଆକ୍ରମଣରେ ୟୁକ୍ରେନର ମୁଖ୍ୟ ସହର ଖରକିଭ୍, ଦକ୍ଷିଣରେ ଥିବା ମାଇକୋଲେଭ, ପଶ୍ଚିମରେ ଥିବା ଟର୍ଣ୍ଣୋପିଲରେ ବହୁ କ୍ଷୟକ୍ଷତି ହୋଇଛି । ରାଜଧାନୀ କିଭରେ କୌଣସି ମୃତାହତ ସୂଚନା ଆସିନାହିଁ । କିନ୍ତୁ ଦେଶର ଅନ୍ୟାନ୍ୟ ଅଞ୍ଚଳରେ ଲୋକଙ୍କ ମୃତ୍ୟୁ ହୋଇଛି ।
ଅଧିକ ପଢ଼ନ୍ତୁ: ଜାତିସଂଘରେ ପାକିସ୍ତାନକୁ ଭାରତର ଶକ୍ତ ଚାପୁଡା; ଖୋଲିଲା ପାକିସ୍ତାନର ଅସଲ ମୁଖା
ସେହିଭଳି ଋଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ତା’ର ଏୟାର ଡିଫେନ୍ସ ୟୁନିଟ୍ ୯୫ ୟୁକ୍ରେନ ଡ୍ରୋନକୁ ଖସାଇ ଧ୍ୱଂସ କରିଦେଇଛି ।
ସୂଚନାଯୋଗ୍ୟ, ଉଭୟ ଦେଶ ଅସ୍ତ୍ରବିରତି ପାଇଁ ସହମତି ପ୍ରକାଶ ପରେ ଏହା ସବୁଠୁ ବଡ ଆକ୍ରମଣ । ଏହା ପୂର୍ବରୁ ମଧ୍ୟ ବହୁଥର ଆକ୍ରମଣ ହୋଇଛି । ଅନ୍ୟପଟେ, ୟୁକ୍ରେନ ଓ ଏହାର ସହଯୋଗୀ ରାଷ୍ଟ୍ର ମସ୍କୋକୁ ୩ ବର୍ଷର ଯୁଦ୍ଧରେ ଏକ ବିରତି ଲଗାଇବା ପ୍ରୟାସରେ ୩୦ ଦିନ ପାଇଁ ଅସ୍ତ୍ରବିରତି କରିବା ପାଇଁ ଚୁକ୍ତି ସ୍ୱାକ୍ଷର ଚାପ ପକାଇଛନ୍ତି । ଗତ ଦୁଇ ଦିନ ମଧ୍ୟରେ ଦୁଇ ଥର ବଡ ଧରଣର ଆକ୍ରମଣ କରି ସାରିଲାଣି ଋଷିଆ । ଗତ ଶୁକ୍ରବାର ସନ୍ଧ୍ୟାରେ ଋଷିଆ କିଭ୍ ଉପରକୁ ଡ୍ରୋନ୍ ଓ ବାଲିଷ୍ଟିକ ଆକ୍ରମଣ କରିଥିଲା ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଋଷିଆର ଏହି ଏୟାର ଷ୍ଟ୍ରାଇକକୁ କଡା ନିନ୍ଦା କରି କହିଛନ୍ତି, ‘‘ପତନ ମୁଖେ ଋଷିଆ । ଋଷିଆର ପତନ ଆରମ୍ଭ ହେବାକୁ ଯାଉଛି । ମୁଁ ପୁଟିନଙ୍କୁ ନେଇ ଖୁସି ନାହିଁ । ସେ ବହୁତ ଲୋକଙ୍କୁ ହତ୍ୟା କରିଲେଣି । ମୁଁ ଜାଣେନି ତାଙ୍କର କଣ ହୋଇଛି । ମୁଁ ତାଙ୍କୁ ବହୁତ ଆଗରୁ ଜାଣିଛି । ତାଙ୍କ ସହିତ ମିଶିଛି । କିନ୍ତୁ ସେ ରକେଟ ମାଡ କରି ଲୋକଙ୍କୁ ହତ୍ୟା କରୁଛନ୍ତି । ଏହାକୁ ମୁଁ ଆଦୌ ପସନ୍ଦ କରୁ ନାହିଁ । ଆମେ ଆଲୋଚନାର ମଧ୍ୟଭାଗରେ ଅଛୁ, କିନ୍ତୁ ସେ କିଭ୍ ଅନ୍ୟ ସହରଗୁଡିକରେ ରକେଟ ମାଡ କରି ଚାଲିଛନ୍ତି । ପୁଟିନ୍ ଯାହା ବି କରୁଛନ୍ତି ମୁଁ ତାହାକୁ ଆଦୌ ପସନ୍ଦ କରୁନାହିଁ ।’’
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)